ଏହି ଆସନରୁ ନିର୍ବାଚନ ଲଢ଼ିବେ କ୍ୟାପ୍ଟେନ ଅମରିନ୍ଦର ସିଂହ

ଅମୃତସର: କଂଗ୍ରେସକୁ ବାଏବାଏ କହି ନିଜେ ଗୋଟିଏ ଦଳ ଗଠନ କରିଥିବା ଭେଟରାନ ରାଜନେତା ତଥା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଆଜି ବଡ଼ ଘୋଷଣା କରିଛନ୍ତି। ଆସନ୍ତାବର୍ଷ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନରେ ସେ କେଉଁ ଆସନରୁ ପ୍ରାର୍ଥୀ ହେବେ, ସେ ବିଷୟରେ ଆଜି ସୂଚନା ଦେଇଛନ୍ତି। ସେ କହିଛନ୍ତି, “ପଞ୍ଜାବ ବିଧାନସଭା ନିର୍ବାଚନ ମୁଁ ଲଢ଼ିବି। ପିଟିଆଲା ବିଧାନସଭା ଆସନୁ ହିଁ ମୁଁ ପ୍ରାର୍ଥୀ ହେବି।” ପଟିଆଲା ଆସନ କ୍ୟାପ୍ଟେନଙ୍କ […]

amrendra-singh

amrendra-singh

Hemant Lenka
  • Published: Sunday, 21 November 2021
  • Updated: 21 November 2021, 05:57 PM IST

ଅମୃତସର: କଂଗ୍ରେସକୁ ବାଏବାଏ କହି ନିଜେ ଗୋଟିଏ ଦଳ ଗଠନ କରିଥିବା ଭେଟରାନ ରାଜନେତା ତଥା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଆଜି ବଡ଼ ଘୋଷଣା କରିଛନ୍ତି। ଆସନ୍ତାବର୍ଷ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନରେ ସେ କେଉଁ ଆସନରୁ ପ୍ରାର୍ଥୀ ହେବେ, ସେ ବିଷୟରେ ଆଜି ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ପଞ୍ଜାବ ବିଧାନସଭା ନିର୍ବାଚନ ମୁଁ ଲଢ଼ିବି। ପିଟିଆଲା ବିଧାନସଭା ଆସନୁ ହିଁ ମୁଁ ପ୍ରାର୍ଥୀ ହେବି।” ପଟିଆଲା ଆସନ କ୍ୟାପ୍ଟେନଙ୍କ ଗଡ଼ ଭାବେ ପରିଚିତ। ତେଣୁ ସେ ଏହି ସ୍ଥାନରୁ ହିଁ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତାବର୍ଷ ଫେବୃଆରୀ-ମାର୍ଚ୍ଚ ମଧ୍ୟରେ ପଞ୍ଜାବ ବିଧାନସଭା ନିର୍ବାଚନ ହେବ।

କିନ୍ତୁ ଏହାର ଯଥେଷ୍ଟ ପୂର୍ବରୁ ହିଁ କ୍ୟାପ୍ଟେନ ନିଜର ଆସନ ନାଁ ଘୋଷଣା କରିଛନ୍ତି। ପଟିଆଲା ଆସନରୁ କ୍ୟାପ୍ଟେନ ୪ଥର ଜିତିଥିବା ବେଳେ ତାଙ୍କ ପତ୍ନୀ ପ୍ରନୀତ କୌର ୨୦୧୪ରୁ ୨୦୧୭ ଯାଏ ଏଠାରେ ଦାୟିତ୍ୱରେ ରହିଥିଲେ।

ଆଜି କ୍ୟାପ୍ଟେନ କହିଛନ୍ତି, “ମୁଁ ପଟିଆଲାରୁ ନିର୍ବାଚନ ଲଢ଼ିବି। ୪୦୦ ବର୍ଷ ହେଲାଣି ପଟିଆଲା ଆମ ସହ ରହିଛି। ମୁଁ ଏହାକୁ ନବଜୋତ ସିଂହ ସିଦ୍ଧୁଙ୍କ ପାଇଁ ଛାଡ଼ି ପାରିବି ନାହିଁ।”

୨୦୧୭ରେ କ୍ୟାପ୍ଟେନଙ୍କ ନେତୃତ୍ୱରେ କଂଗ୍ରେସ ପଞ୍ଜାବ ବିଧାନସଭା ନିର୍ବାଚନ ଜିତିଥିଲା। କିନ୍ତୁ ଚଳିତ ବର୍ଷ ସେପ୍ଟେମ୍ବର ମାସରେ କଂଗ୍ରେସର ପଞ୍ଜାବ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କ ସହ ତିକ୍ତତା କାରଣରୁ ସେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଥିଲେ। ଏଥିସହ କଂଗ୍ରେସକୁ ମଧ୍ୟ ଅଲବିଦା କହିଥିଲେ।

୮୦ ବର୍ଷୀୟ ଶ୍ରୀ ସିଂହ ପଞ୍ଜାବ ଲୋକ କଂଗ୍ରେସ ନାଁରେ ନୂଆ ଦଳ ଗଠନ କରିଛନ୍ତି। ସେ ଆସନ୍ତା ବିଧାନସଭା ନିର୍ବାଚନରେ ବିଜେପି ସହ ମେଣ୍ଟ କରି ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ପଞ୍ଜାବରେ ଏଥର ଜୋରଦାର ଲଢ଼େଇ ଦେଖିବାକୁ ମିଳିବ। କାରଣ କ୍ୟାପ୍ଟେନ ଓ ବିଜେପି ମେଣ୍ଟ କରିବାକୁ ଯାଉଥିବା ବେଳେ ଅକାଳୀ ଦଳ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି ସହ ହାତ ମିଳାଇଛି। ଏବେ କଂଗ୍ରେସ ଓ ମୁଖ୍ୟ ବିରୋଧୀ ଦଳ ଆମ ଆଦମୀ ପାର୍ଟି ଏକାକୀ ନିର୍ବାଚନ ଲଢ଼ିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story