ଫୋବର୍ସ ଧନୀ ତାଲିକା: ଟପ୍‌ ୧୦ରେ କେଉଁ ଭାରତୀୟ

ନୂଆଦିଲ୍ଲୀ: ସାମ୍ନାକୁ ଆସିଛି ଫୋବର୍ସ ଧନୀ ତାଲିକା ୨୦୨୨। ଏହି ବିଶ୍ୱ ଧନୀ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ୧୦ମ ସ୍ଥାନରେ ଥିବା ବେଳେ ଭିତ୍ତିଭୂମି ଟାଇକୁନ ଗୌତମ ଆଦାନୀ ଓ ତାଙ୍କ ପରିବାର ୧୧ତମ ସ୍ଥାନରେ ରହିଛନ୍ତି। ଆଜି ଫୋବର୍ସ ପକ୍ଷରୁ ବାର୍ଷିକ ବିଶ୍ୱ ଅରବପତିଙ୍କ ତାଲିକା ଜାରି କରାଯାଇଛି। ଏଥିରେ ଆମଜନ ପ୍ରତିଷ୍ଠାତା ଜେଫ ବେଜେସଙ୍କୁ ପଛରେ ପକାଇ ସ୍ପେଶ ଏକ୍ସ ଓ ଟେସଲା ସିଇଓ ଏଲନ ମସ୍କ ବିଶ୍ୱ ଧନୀ […]

ambani

ambani

Hemant Lenka
  • Published: Wednesday, 06 April 2022
  • Updated: 06 April 2022, 01:09 PM IST

Sports

Latest News

ନୂଆଦିଲ୍ଲୀ: ସାମ୍ନାକୁ ଆସିଛି ଫୋବର୍ସ ଧନୀ ତାଲିକା ୨୦୨୨। ଏହି ବିଶ୍ୱ ଧନୀ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ୧୦ମ ସ୍ଥାନରେ ଥିବା ବେଳେ ଭିତ୍ତିଭୂମି ଟାଇକୁନ ଗୌତମ ଆଦାନୀ ଓ ତାଙ୍କ ପରିବାର ୧୧ତମ ସ୍ଥାନରେ ରହିଛନ୍ତି।

ଆଜି ଫୋବର୍ସ ପକ୍ଷରୁ ବାର୍ଷିକ ବିଶ୍ୱ ଅରବପତିଙ୍କ ତାଲିକା ଜାରି କରାଯାଇଛି। ଏଥିରେ ଆମଜନ ପ୍ରତିଷ୍ଠାତା ଜେଫ ବେଜେସଙ୍କୁ ପଛରେ ପକାଇ ସ୍ପେଶ ଏକ୍ସ ଓ ଟେସଲା ସିଇଓ ଏଲନ ମସ୍କ ବିଶ୍ୱ ଧନୀ ତାଲିକାର ୧ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଅମ୍ବାନୀଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୯୦.୭ ବିଲିୟନ ଡଲାର ଥିବା ବେଳେ ଆଦାନୀଙ୍କ ସମ୍ପତ୍ତିର ମୂଲ୍ୟ ୯୦ ବିଲିୟନ ଡଲାର।

ଅମ୍ବାନୀ ଓ ଆଦାନୀଙ୍କ ବ୍ୟତୀତ ଫୋବର୍ସ ତାଲିକାରେ ସ୍ଥାନ ପାଇଥିବା ଅନ୍ୟ ଭାରତୀୟ ଧନୀଙ୍କ ମଧ୍ୟରେ ୪୭ତମ ସ୍ଥାନରେ ଏଚସିଏଲ ଟେକ୍ନୋଲଜି ଲିଃର ପ୍ରତିଷ୍ଠାତା ଶିବ ନାଦର, ୫୬ତମ ସ୍ଥାନରେ ସେରମ ଇନଷ୍ଟିଚ୍ୟୁଟର ପ୍ରତିଷ୍ଠାତା ସାଇରସ ପୁନାୱାଲା, ଆଭିନ୍ୟୁ ସୁପରମାର୍କେଟର ପ୍ରତିଷ୍ଠାତା ରାଧାକ୍ରିଷ୍ଣନ ଦାମାନି ୮୧ନଂ, ୮୯ତମ ସ୍ଥାନରେ ଲକ୍ଷ୍ମୀ ମିତ୍ତଲ, ୯୧ତମ ସ୍ଥାନରେ ସାବିତ୍ରୀ ଜିନ୍ଦଲ ଆଣ୍ଡ ଫ୍ୟାମିଲି, ୧୦୯ତମ ସ୍ଥାନରେ କୁମାର ବିର୍ଲା, ୧୧୫ତମ ସ୍ଥାନରେ ସନ ଫାର୍ମାସିଟ୍ୟୁକାଲର ପ୍ରତିଷ୍ଠାତା ଦିଲୀପ ସଙ୍ଘଭୀ ଓ ୧୨୯ତମ ସ୍ଥାନରେ କୋଟାକ ମହିନ୍ଦ୍ରା ବ୍ୟାଙ୍କର ପ୍ରତିଷ୍ଠାତା ଉଦୟ କୋଟାକ ରହିଛନ୍ତି।

ଅନ୍ୟପକ୍ଷରେ ଅରବପତି ତାଲିକାରେ ବିଶ୍ୱର ୨,୬୬୮ ଜଣ ବ୍ୟକ୍ତିବିଶେଷଙ୍କ ନାଁ ରହିଛି। ତେବେ ଏହି ସଂଖ୍ୟା ଗତବର୍ଷ ତୁଳନାରେ ୮୭ କମ। ଯୁଦ୍ଧ, ମହାମାରୀ ଓ ବିପର୍ଯ୍ୟୟ ମାର୍କେଟ ବିଶ୍ୱର କିଛି ଅରବପତିଙ୍କ ସମ୍ପତ୍ତିକୁ ହ୍ରାସ କରିଥିବା ବ୍ୟବସାୟିକ ମ୍ୟାଗାଜିନରେ କୁହାଯାଇଛି। କିନ୍ତୁ ଗତବର୍ଷ ତୁଳନାରେ ୧୦୦୦ ଅରବପତି  ଚଳିତ ଥର ଅଧିକ ଧନୀ ହୋଇଛନ୍ତି।

ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ଅରବପତି ତାଲିକାରେ ୨୩୬ ଜଣ ନୂଆ ବ୍ୟକ୍ତିବିଶେଷ ସାମିଲ ହୋଇଛନ୍ତି। ସେହିପରି ବିଶ୍ୱ ଅରବପତି ତାଲିକାରେ ଆମେରିକାର ସର୍ବାଧିକ ୭୩୫ ଜଣ ରହିଛନ୍ତି। ସେମାନଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୪.୭ ଟ୍ରିଲିୟନ ଡଲାର।

ଅରବପତି ତାଲିକାରେ ରୁଷ ଓ ଚାଇନା ନାଗରିକଙ୍କ ସଂଖ୍ୟା ଆଶାତୀତ ଭାବେ ହ୍ରାସ ପାଇଛି। ଗତବର୍ଷ ଅପେକ୍ଷା ଏଥର ଅରବତି ତାଲିକାରେ ରୁଷର ୩୪ ଜଣ ଓ ଚାଇନାର ୮୭ ଜଣ କମ ବ୍ୟକ୍ତିବିଶେଷ ସ୍ଥାନ ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story