ଆମ୍ବୁଲାନ୍ସ ଭଡ଼ା ବାବଦରେ ଡ୍ରାଇଭର ନେଲେ ୧.୨୦ ଲକ୍ଷ, ତା’ପରେ..

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଆମ୍ବୁଲାନ୍ସ ଚାଳକମାନେ ରୋଗୀଙ୍କୁ ଲୁଟ କରିବାରେ ଲାଗିଛନ୍ତି। କରୋନା ରୋଗୀଙ୍କ ଅସହାୟତାରୁ ଫାଇଦା ଉଠାଇ କିଛି ଲାଭଖୋର ଲୋକ ସେମାନଙ୍କ ଠାରୁ ମୋଟା ଅଙ୍କର ଅର୍ଥ ମଧ୍ୟ ଅସୁଲ କରୁଛନ୍ତି। ଏମିତି ଏକ ଡ୍ରାଇଭରଙ୍କ ବାବଦରେ ଆଜି ଆମେ କହିବୁ। ଜଣେ କରୋନା ଆକ୍ରାନ୍ତ ଆମ୍ବୁଲାନ୍ସରେ ଗୁରୁଗ୍ରାମର ଫେଜ ୧ରେ ଥିବା ଗୋଟିଏ ହସ୍ପିଟାଲରୁ ଲୁଧିଆନା ଯାଇଥିଲେ। ଏଥିପାଇଁ ଡ୍ରାଇଭର ଜଣଙ୍କ କରୋନା ଆକ୍ରାନ୍ତଙ୍କ ପରିବାର ଲୋକଙ୍କ […]

Ambulance

Ambulance

Hemant Lenka
  • Published: Friday, 07 May 2021
  • Updated: 07 May 2021, 06:00 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଆମ୍ବୁଲାନ୍ସ ଚାଳକମାନେ ରୋଗୀଙ୍କୁ ଲୁଟ କରିବାରେ ଲାଗିଛନ୍ତି। କରୋନା ରୋଗୀଙ୍କ ଅସହାୟତାରୁ ଫାଇଦା ଉଠାଇ କିଛି ଲାଭଖୋର ଲୋକ ସେମାନଙ୍କ ଠାରୁ ମୋଟା ଅଙ୍କର ଅର୍ଥ ମଧ୍ୟ ଅସୁଲ କରୁଛନ୍ତି। ଏମିତି ଏକ ଡ୍ରାଇଭରଙ୍କ ବାବଦରେ ଆଜି ଆମେ କହିବୁ।

ଜଣେ କରୋନା ଆକ୍ରାନ୍ତ ଆମ୍ବୁଲାନ୍ସରେ ଗୁରୁଗ୍ରାମର ଫେଜ ୧ରେ ଥିବା ଗୋଟିଏ ହସ୍ପିଟାଲରୁ ଲୁଧିଆନା ଯାଇଥିଲେ। ଏଥିପାଇଁ ଡ୍ରାଇଭର ଜଣଙ୍କ କରୋନା ଆକ୍ରାନ୍ତଙ୍କ ପରିବାର ଲୋକଙ୍କ ଠାରୁ ଲକ୍ଷେ ୨୦ ହଜାର ଟଙ୍କା ଭଡ଼ା ଆକାରରେ ନେଇଛନ୍ତି। ଡ୍ରାଇଭର ଜଣଙ୍କର ଏପରି କାଣ୍ଡ ସୋଶାଲ ମିଡିଆ ଓ କିଛି ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ହଇଚଇ ସୃଷ୍ଟି ହୋଇଥିଲା।

ଆଇପିଏସ୍‌ ଅଫିସର ପଙ୍କଜ ନୈନ ହିଁ ପ୍ରଥମେ ଆମ୍ବୁଲାନ୍ସ ଚାଳକ କରୋନା ଆକ୍ରାନ୍ତଙ୍କ ପରିବାର ଲୋକଙ୍କୁ ଭଡ଼ା ବାବଦରେ ଦେଇଥିବା ବିଲ୍‌କୁ ଟ୍ୱିଟ କରିଥିଲେ। ଏହାକୁ ଦେଖି ପୁଲିସ୍‌ ମଧ୍ୟ ଆକ୍ସନ ମୋଡକୁ ଚାଲି ଆସିଥିଲା। ଖବର ପ୍ରଚାର ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ପୁଲିସ୍ ଅଭିଯୁକ୍ତ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଗିରଫ କରିଛି।


ସୂଚନା ଅନୁସାରେ cardecare ambulance ପ୍ରାଇଭେଟ୍‌ ଲିଃର ଡ୍ରାଇଭରଙ୍କୁ ଇନ୍ଦ୍ରପୁରିରୁ ଦିଲ୍ଲୀ ପୁଲିସ୍ ଗିରଫ କରିଛି। ଅଭିଯୁକ୍ତ ଡ୍ରାଇଭର ଜଣଙ୍କ ହେଲେ ମିମୋହି କୁମାର ବୋଣ୍ଡୱାଲ। ସେ ଗୋଟିଏ ମାସ ହେଲା ଆମ୍ବୁଲାନ୍ସ ସେବା ଯୋଗାଇ ଦେବା ବ୍ୟବସାୟରେ ସାମିଲ ହୋଇଥିଲେ। ଆରମ୍ଭରୁ ହିଁ ଦେଶରେ ଚାଲିଥିବା କରୋନା ସଂକ୍ରମଣରୁ ସେ ଫାଇଦା ଉଠାଇବା ଆରମ୍ଭ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos