ମୋଦିଙ୍କ ପରେ ଶାହ ନେଲେ କରୋନା ଟିକାର ପ୍ରଥମ ଡୋଜ୍‌

ନୂଆଦିଲ୍ଲୀ: ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକାକରଣ କାର୍ଯ୍ୟକ୍ରମରେ ଆଉ ଜଣେ ବଡ଼ ନେତା ଭାବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଯୋଡ଼ି ହୋଇଯାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଟିକା ନେବାର କିଛି ଘଣ୍ଟା ପରେ ଶ୍ରୀ ଶାହ ମଧ୍ୟ ଟିକାର ପ୍ରଥମ ଡୋଜ୍‌ ନେଇଛନ୍ତି। ତାଙ୍କୁ ମେଦାନ୍ତ ହସ୍ପିଟାଲର ଗୋଟିଏ ଡାକ୍ତରୀ ଟିମ୍‌ କରୋନା ଟିକା କୋଭାକ୍ସିନର ପ୍ରଥମ ଡୋଜ୍‌ ଦେଇଥିବା ଜଣାପଡ଼ିଛି। ଆସନ୍ତା ୨୮ ଦିନ ପରେ ସେ ଏହାର ଦ୍ୱିତୀୟ ଡୋଜ୍‌ ନେବେ। […]

amit-shah

amit-shah

Hemant Lenka
  • Published: Monday, 01 March 2021
  • Updated: 01 March 2021, 08:44 PM IST

Sports

Latest News

ନୂଆଦିଲ୍ଲୀ: ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକାକରଣ କାର୍ଯ୍ୟକ୍ରମରେ ଆଉ ଜଣେ ବଡ଼ ନେତା ଭାବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଯୋଡ଼ି ହୋଇଯାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଟିକା ନେବାର କିଛି ଘଣ୍ଟା ପରେ ଶ୍ରୀ ଶାହ ମଧ୍ୟ ଟିକାର ପ୍ରଥମ ଡୋଜ୍‌ ନେଇଛନ୍ତି। ତାଙ୍କୁ ମେଦାନ୍ତ ହସ୍ପିଟାଲର ଗୋଟିଏ ଡାକ୍ତରୀ ଟିମ୍‌ କରୋନା ଟିକା କୋଭାକ୍ସିନର ପ୍ରଥମ ଡୋଜ୍‌ ଦେଇଥିବା ଜଣାପଡ଼ିଛି। ଆସନ୍ତା ୨୮ ଦିନ ପରେ ସେ ଏହାର ଦ୍ୱିତୀୟ ଡୋଜ୍‌ ନେବେ।

ଆଜି ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୬୦ ବର୍ଷ ବୟସରୁ ଅଧିକ ଓ ୪୫ ବର୍ଷ ବୟସରୁ ଅଧିକ ବହୁବିଧ କିମ୍ବା ଜଟିଳ ରୋଗରେ ପୀଡ଼ିତ ଲୋକଙ୍କୁ ଟିକା ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇଛି।

ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ଏମ୍ସରେ ପହଞ୍ଚିଥିଲେ। ଏହାପରେ ତାଙ୍କୁ ଭାରତ ବାୟୋଟେକ୍‌ ପ୍ରସ୍ତୁତ କରିଥିବା କରୋନା ଟିକା କୋଭାକ୍ସିନର ପ୍ରଥମ ଡୋଜ୍‌ ଦିଆଯାଇଥିଲା। ମୋଦିଙ୍କ ବ୍ୟତୀତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ଏନସିପି ମୁଖ୍ୟ ଶରଦ ପାୱାର, କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଓ ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ଭଳି ବ୍ୟକ୍ତିବିଶେଷମାନେ କରୋନା ଟିକାର ପ୍ରଥମ ଡୋଜ୍‌ ନେଇଛନ୍ତି।

ଏମାନେ ସମସ୍ତେ କ୍ୟାମେରା ସାମ୍ନାରେ ଟିକା ନେଇଛନ୍ତି। ଏଥିସହ ଲୋକଙ୍କୁ ଟିକା ସୁରକ୍ଷିତ ବୋଲି କହି ଏହି ଅଭିଯାନରେ ସାମିଲ ହେବାକୁ ଆହ୍ୱାନ କରିଛନ୍ତି। ଦେଶରେ ଜାନୁଆରୀ ୧୬ରୁ କରୋନା ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ କରୋନାର ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯାଇଛି। ଭାରତ ସରକାର ଅଗଷ୍ଟ ମାସ ସୁଦ୍ଧା ଦେଶର ୩୦ କୋଟି ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ଜାନୁଆରୀ ୩ରେ ସେରମ ଇନଷ୍ଟିଚ୍ୟୁଟ ପ୍ରସ୍ତୁତ କରିଥିବା କୋଭିସିଲ୍ଡ ଓ ଭାରତ ବାୟୋଟେକ୍‌ର କୋଭାକ୍ସିନ ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ସରକାର ଅନୁମତି ଦେଇଥିଲେ।

ସରକାରୀ ହସ୍ପିଟାଲରେ ତିଆରି ହୋଇଥିବା ଟିକାକରଣ କେନ୍ଦ୍ରରେ ଲୋକଙ୍କୁ ମାଗଣାରେ ଟିକା ଦିଆଯାଉଥିବା ବେଳେ ଘରୋଇ ହସ୍ପିଟାଲରେ ଗୋଟିଏ ଡୋଜ୍‌ ଟିକାର ମୂଲ୍ୟ ୨୫୦ ଟଙ୍କା ରଖାଯାଇଛି। ଲୋକମାନେ କୋ ୱିନ୍‌ ଆପ୍‌ ୨.୦ରେ ପଞ୍ଜୀକରଣ କରି ଟିକାକରଣ କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story