ଗୁଜରାଟକୁ ଛାଡ଼ି ଆଉ ସବୁଠି କ୍ଷୀରର ଦାମ ବଢ଼ିଲା

ଅହମଦାବାଦ: ପାର୍ବଣ ଋତୁ ଚାଲିଥିବା ବେଳେ ପୁଣି ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼ ହୋଇଛି। ଅମୁଲ ବ୍ରାଣ୍ଡରେ ବ୍ୟବସାୟ କରୁଥିବା ଗୁଜରାଟ କୋପୋରେଟିଭ ମିଲ୍କି ମାର୍କେଟିଂ ଫେଡରେସନ ଲିଃ କ୍ଷୀରର ଦାମ ବୃଦ୍ଧି କରିଛି। ଅମୁଲ କ୍ଷୀରର ଲିଟର ପିଛା ଦାମ ୨ ଟଙ୍କା ମହଙ୍ଗା ହୋଇଛି। ତେବେ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ଗୁଜରାଟରେ ଦରବୃଦ୍ଧି ନିୟମ ଲାଗୁ ହେବ ନାହିଁ। ଗୁଜରାଟକୁ ଛାଡ଼ି ବାକି ସବୁ ସ୍ଥାନରେ ବର୍ଦ୍ଧିତ ଦାମ ଦେଇ ଲୋକମାନେ ଅମୁଲ କ୍ଷୀର କିଣିବେ।

ବର୍ଦ୍ଧିତ ନିୟମ ଲାଗୁ ହୋଇଥିବାରୁ ଏଣିକି ଲୋକମାନେ ଅମୁଲର ସଂପୂର୍ଣ୍ଣ କ୍ରିମ କ୍ଷୀର ଲିଟର ପିଛା ୬୧ ଟଙ୍କା ବଦଳରେ ୬୩ ଟଙ୍କାରେ କିଣିବି। ଏହାର ଅର୍ଥ ସାଧାରଣ ଲୋକଙ୍କ ପକେଟକୁ ଏହା ନିଶ୍ଚିତ ବାଧିବ। ଏହାବାଦ ଅମୁଲ ଅମୁଲ ତା’ର ଗୋଲ୍ଡ ଓ ମଇଁଷି କ୍ଷୀରର ଦାମ ମଧ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଛି।

ଗୁଜରାଟ କୋପୋରେଟିଭ ମିଲ୍କି ମାର୍କେଟିଂ ଫେଡରେସନ ଲିଃର ଏମଡି ଆରଏସ୍‌ ଶୋଧି କହିଛନ୍ତି, “ ଅମୁଲ ତା’ର କ୍ରିମ କ୍ଷୀର, ଗୋଲ୍ଡ ଓ ମଇଁଷି କ୍ଷୀରର ଲିଟର ପିଛା ଦାମ ୨ ଟଙ୍କା ଲେଖାଏ ବଢ଼ାଇଛି।”

କ୍ଷୀର ଉତ୍ପାଦନ ପାଇଁ ଆବଶ୍ୟକ ବିଭିନ୍ନ କଞ୍ଚା ମାଲ ଓ ଗୋ-ଖାଦ୍ୟ ଦାମ ବୃଦ୍ଧି ପାଇଛି। ଏଥିପାଇଁ କମ୍ପାନୀ ବାଧ୍ୟ ହୋଇ ଦର ବୃଦ୍ଧି କରିଛି। ଏହାପୂର୍ବରୁ ଅଗଷ୍ଟ ମାସାରେ ଅମୁଲ ତା’ର ଗୋଲ୍ଡ, ଶକ୍ତି ଓ ତାଜା କ୍ଷୀରର ଲିଟର ପିଛା ଦାମ ୨ ଟଙ୍କା ଲେଖାଏ ବଢ଼ାଇଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।