୩ ରାଜଧାନୀ ବିଲ୍‌ ପ୍ରତ୍ୟାହାର କଲେ ଆନ୍ଧ୍ର ସରକାର

ହାଇଦ୍ରାବାଦ: ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ଆନ୍ଧ୍ର ପ୍ରଦେଶ ସରକାର ବିବାଦୀୟ ୩ ରାଜଧାନୀ ବିଲ୍‌କୁ ଆଜି ପ୍ରତ୍ୟାହାର କରିଛନ୍ତି।  ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଆଜି ବିଧାନସଭା କମ୍ପ୍ଲେକ୍ସରେ କ୍ୟାବିନେଟ ବୈଠକ ବସିଥିଲା। ଏହି ସମୟରେ ୩ ରାଜଧାନୀ ଗଠନ ପାଇଁ ଆଗତ ବିଲ୍‌କୁ ପ୍ରତ୍ୟାହାର ପାଇଁ ଆସିଥିବା ପ୍ରସ୍ତାବ ଉପରେ ମୋହର ବାଜିଛି। ବିଧାନସଭାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଜଗନ ମୋହନ ଏ ସମ୍ପର୍କରେ ଅବଗତ କରାଇଛନ୍ତି। ଏଥିସହ ଏହି ନିଷ୍ପତ୍ତିକୁ ଆଡଭୋକେଟ ଜେନେରାଲଙ୍କ ଜରିଆରେ […]

Bill

Bill

Hemant Lenka
  • Published: Monday, 22 November 2021
  • Updated: 22 November 2021, 03:14 PM IST

Sports

Latest News

ହାଇଦ୍ରାବାଦ: ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ଆନ୍ଧ୍ର ପ୍ରଦେଶ ସରକାର ବିବାଦୀୟ ୩ ରାଜଧାନୀ ବିଲ୍‌କୁ ଆଜି ପ୍ରତ୍ୟାହାର କରିଛନ୍ତି।  ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଆଜି ବିଧାନସଭା କମ୍ପ୍ଲେକ୍ସରେ କ୍ୟାବିନେଟ ବୈଠକ ବସିଥିଲା। ଏହି ସମୟରେ ୩ ରାଜଧାନୀ ଗଠନ ପାଇଁ ଆଗତ ବିଲ୍‌କୁ ପ୍ରତ୍ୟାହାର ପାଇଁ ଆସିଥିବା ପ୍ରସ୍ତାବ ଉପରେ ମୋହର ବାଜିଛି। ବିଧାନସଭାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଜଗନ ମୋହନ ଏ ସମ୍ପର୍କରେ ଅବଗତ କରାଇଛନ୍ତି।

ଏଥିସହ ଏହି ନିଷ୍ପତ୍ତିକୁ ଆଡଭୋକେଟ ଜେନେରାଲଙ୍କ ଜରିଆରେ ହାଇକୋର୍ଟଙ୍କୁ ଅବଗତ ମଧ୍ୟ କରାଯାଇଛି। ହାଇକୋର୍ଟ ୩ ରାଜଧାନୀ ବିଲ୍‌ ବିରୋଧରେ ଆଗତ ଏକାଧିକ ଆବେଦନର ଶୁଣାଣି କରୁଛନ୍ତି। ହାଇକୋର୍ଟ କୌଣସି ରାୟ ଦେବା ପୂର୍ବରୁ ହିଁ ଆନ୍ଧ୍ର ସରକାର ବିଲ୍‌କୁ ପ୍ରତ୍ୟାହାର କରି ନେଇଛନ୍ତି।

ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ସରଳୀକରଣ କରିବାକୁ ୨୦୨୦ ଜାନୁଆରୀ ମାସରେ ଜଗନ ମୋହନ ସରକାର ଏହି ବିଲକୁ ଆଗତ କରିଥିଲେ। ବିଲ୍‌ର ବ୍ୟବସ୍ଥା ଅନୁଯାୟୀ ଆନ୍ଧ୍ରରେ ୩ଟି ରାଜଧାନୀ ହୋଇଥାଆନ୍ତା। ରୟାଲସୀମା ରିଜନରେ ଥିବା କୁରନୁଲକୁ ନ୍ୟାୟପାଳିକାର ରାଜଧାନୀ, ବିଶାଖାପଟନମକୁ କାର୍ଯ୍ୟପାଳିକାର ରାଜଧାନୀ ଓ ଅମରାବତୀକୁ ଲେଜିସଲେଟିଭ ରାଜଧାନୀ ଭାବେ ମାନ୍ୟତା ମିଳିଥାଆନ୍ତା। ରାଜ୍ୟ ସରକାର ହାଇକୋର୍ଟ ସମେତ ସମସ୍ତ ଜୁଡିସିଆଲ ଓ ଲିଗାଲ ପ୍ରତିଷ୍ଠାନକୁ କରନୁଲ, ପ୍ରଶାସନିକ କାର୍ଯ୍ୟାଳୟ ଗୁଡ଼ିକୁ ବିଶାଖାପଟନମ ଓ ବିଧାନସଭା ଓ ବିଧାନ ପରିଷଦର ସଦସ୍ୟଙ୍କୁ ଅମରାବତୀ ସ୍ଥାନାନ୍ତର କରିବାକୁ ମଧ୍ୟ ଯୋଜନା କରିଥିଲେ।

ତେବେ ଏହାକୁ ବିରୋଧୀ ଦଳଗୁଡ଼ିକ ଜୋରଦାର ବିରୋଧ କରିଥିଲେ। ଏଥିସହ ଅମରାବତୀରେ ନୂଆ ରାଜଧାନୀ ପାଇଁ ଜମି ଦେଉଥିବା ଚାଷୀମାନେ ମଧ୍ୟ ନିଜର ଅସନ୍ତୋଷ ଜାହିର କରିଥିଲେ। ସେମାନେ ବିଲ୍ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ ଏହାକୁ ହାଇକୋର୍ଟ ପ୍ରତିଦିନ ଶୁଣାଣି କରୁଛନ୍ତି।

ପ୍ରଥମେ ଏହି ବିଲ୍‌ ବିଧାନସଭାରେ ପାରିତ ହୋଇଥିଲା। କିନ୍ତୁ ଏହା ବିଧାନ ପରିଷଦରେ ଅଟକି ରହିଛି। ବିଧାନ ପରିଷଦରେ ଟିଡିପିର ସଂଖ୍ୟା ଗରିଷ୍ଠତା ରହିଛି। ତେଣୁ ବିଲ୍ ସିଲେକ୍ଟ କମିଟି ନିକଟକୁ ଯାଇଥାଆନ୍ତା। ଏସବୁ ଭିତରେ ରାଜ୍ୟ ସରକାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ୩ ରାଜଧାନୀ ବିଲ୍କୁ ପ୍ରତ୍ୟାହାର କରି ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos