ବଢ଼ିଲା ସମୀର ୱାଙ୍ଖଡେଙ୍କ ଅଡ଼ୁଆ, ଆଉ ଜଣେ ସାକ୍ଷୀ ଆଣିଲେ ସାଂଘାତିକ ଅଭିଯୋଗ

ମୁମ୍ବାଇ: ଏନସିବିର ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ ପାର୍ଟିର ମାମଲାର ଜଣଙ୍କ ପରେ ଜଣେ ସାକ୍ଷୀ ସମୀରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିବାରେ ଲାଗିଛନ୍ତି। ପୂର୍ବରୁ ଡ୍ରଗ୍ସ ପାର୍ଟି ଘଟଣାରେ ଗିରଫ ଆର୍ଯ୍ୟନ ଖାନଙ୍କୁ ଛାଡ଼ିବା ପାଇଁ ସମୀର ୱାଙ୍ଖଡେ ୨୫ କୋଟି ଟଙ୍କାର ଡିଲ୍‌ କରୁଥିବା ଜଣେ ସାକ୍ଷୀ ଅଭିଯୋଗ କରିଥିଲେ। ଏବେ ଏନସିବିର ଆଉ ଜଣେ ସାକ୍ଷୀ ପଞ୍ଚନାମା ଉପରେ ପ୍ରଶ୍ନ ଉଠାଇଛନ୍ତି। ପଞ୍ଚନାମା ସମ୍ପର୍କରେ […]

sameer

sameer

Hemant Lenka
  • Published: Wednesday, 27 October 2021
  • Updated: 27 October 2021, 04:33 PM IST

Sports

Latest News

ମୁମ୍ବାଇ: ଏନସିବିର ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ ପାର୍ଟିର ମାମଲାର ଜଣଙ୍କ ପରେ ଜଣେ ସାକ୍ଷୀ ସମୀରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିବାରେ ଲାଗିଛନ୍ତି। ପୂର୍ବରୁ ଡ୍ରଗ୍ସ ପାର୍ଟି ଘଟଣାରେ ଗିରଫ ଆର୍ଯ୍ୟନ ଖାନଙ୍କୁ ଛାଡ଼ିବା ପାଇଁ ସମୀର ୱାଙ୍ଖଡେ ୨୫ କୋଟି ଟଙ୍କାର ଡିଲ୍‌ କରୁଥିବା ଜଣେ ସାକ୍ଷୀ ଅଭିଯୋଗ କରିଥିଲେ।

ଏବେ ଏନସିବିର ଆଉ ଜଣେ ସାକ୍ଷୀ ପଞ୍ଚନାମା ଉପରେ ପ୍ରଶ୍ନ ଉଠାଇଛନ୍ତି। ପଞ୍ଚନାମା ସମ୍ପର୍କରେ ଲେଖାଯିବା ପୂର୍ବରୁ ସମୀର ୱାଙ୍ଖଡେ ଜଣେ ସାକ୍ଷୀଙ୍କୁ ସାଦା କାଗଜରେ ଦସ୍ତଖତ କରି ତୁରନ୍ତ ଏନସିବିର ମୁମ୍ବାଇ ଶାଖା ଛାଡ଼ିବାକୁ କହିଥିବା ଜଣାପଡ଼ିଛି। ସାଦା କାଗଜରେ ଦସ୍ତଖତ କରିଥିବା ସାକ୍ଷୀ ଜଣଙ୍କ ନିଜେ ଏପରି ଅଭିଯୋଗ ଆଣିଛନ୍ତି।

ଶେଖର କାମ୍ବଲେ ନାମକ ଏନସିବିର ସାକ୍ଷୀ ସୀମର ୱାଙ୍ଖଡେଙ୍କ କହିବା ଅନୁଯାୟୀ ବ୍ଲାଙ୍କ ପେପର୍‌ରେ ଦସ୍ତଖତ କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ମୁମ୍ବାଇର ଖାରଗର ଅଞ୍ଚଳରୁ ଏନସିବି ଗିରଫ କରିଥିବା ଜଣେ ନାଇଜେରିଆ ନାଗରିକଙ୍କ ପଞ୍ଚନାମା ବେଳେ ଉକ୍ତ କାଗଜଗୁଡ଼ିକୁ ବ୍ୟବହାର କରାଯାଇଥିଲା।

ଶେଖର ଅଭିଯୋଗ କରିଛନ୍ତି ଯେ ସମୀର ୱାଙ୍ଖଡେଙ୍କ କହିବା ପରେ ସେ ୧୦ରୁ ୧୨ଟି ସାଦା କାଗଜରେ ଦସ୍ତଖତ କରିଥିଲେ। ଏପରି କି ସାଦା କାଗଜରେ ଦସ୍ତଖତ କଲେ ତାଙ୍କର କୌଣସି ପ୍ରକାରର କ୍ଷତି ହେବନି ବୋଲି ୱାଙ୍ଖଡେ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ଶେଖର କଲ ରେକର୍ଡ ମଧ୍ୟ ଦେଖାଇଛନ୍ତି।

ସେ କହିଛନ୍ତି, ତାଙ୍କୁ ଏନସିବିର ଅଧିକାରୀ ଅନୀଲ ମାନେ ପ୍ରଥମେ ଯୋଗାଯୋଗ କରିଥିଲେ। ଏ ସମ୍ପର୍କରେ କାହାକୁ କିଛି ନ କହିବାକୁ ଅଧିକାରୀ ଜଣଙ୍କ ତାଙ୍କୁ ପରାମର୍ଶ ଦେଇଥିଲେ। ଶେଖର କହିଛନ୍ତି, “ଖାରଗରର ନାଇଜେରିଆନ କେସ୍‌ ମୁଁ ଗତକାଲି ଟିଭିରୁ ଦେଖିବାକୁ ପାଇଥିଲି। ଏହା ଦେଖି ମୁଁ ଡରି ଯାଇଥିଲି। ଏହାକୁ ନେଇ ଚିନ୍ତିତ ଥିବା ବେଳେ ଏନସିବି ଅଧିକାରୀ ଅନୀଲ ମାନେ ମୋତେ ଫୋନ କରିଥିଲେ। ସେ ମୋତେ ଏନସିବି ଅଧିକାରୀ ଆଶିଷ ରଞ୍ଜନ ଉକ୍ତ କେସକୁ ହ୍ୟାଣ୍ଡେଲ କରୁଥିବା କହିଥିଲେ।”

ଏଠି ପ୍ରଶ୍ନ ଉଠୁଛି ସମୀର ୱାଙ୍ଖଡେ କାହିଁକି ଶେଖରଙ୍କୁ ସାଦା ଗାଜରେ ଦସ୍ତଖତ କରିବାକୁ କହିଥିଲେ? କେବଳ ନାଇଜେରିଆ ନାଗରିକଙ୍କୁ ଫସାଇବା ପାଇଁ ଏପରି ହୋଇଥିଲା? ଏହା ପଛରେ ଆଉ କିଛି ଷଡ଼ଯନ୍ତ୍ର ରହିଛି କି? ୧୦ରୁ ୧୨ ସାଦା କାଗଜରେ ଶେଖର ଦସ୍ତଖତ କରିଥିଲେ। ସେ ସବୁ କାଗଜ ଏବେ କେଉଁଠି?

ଏହାପୂର୍ବରୁ ଆର୍ଯ୍ୟନ ଖାନଙ୍କ ସହ ସେଲଫି ଉଠାଇଥିବା କେପି ଗୋସାଭୀଙ୍କ ବଡି ଗାର୍ଡ ପ୍ରଭାବକର ମଧ୍ୟ ସମୀର ୱାଙ୍ଖଡେଙ୍କ ବିରୋଧରେ ୨୫ କୋଟି ଟଙ୍କାର ଡିଲ୍‌ ଅଭିଯୋଗ ଆଣିଥିଲେ। କେପି ଗୋସାଭୀ ଆଉ ଜଣଙ୍କ ସହ ଆର୍ଯ୍ୟନଙ୍କୁ ଛାଡ଼ିବା ପାଇଁ ୨୫ କୋଟି ଟଙ୍କାର ଡିଲ୍‌ ବିଷୟରେ କଥା ହୋଇଥିଲେ।

ଏଥିରୁ ୮ କୋଟି ସମୀର ନେବେ ବୋଲି ଗୋସାଭୀ ଫୋନରେ କହୁଥିବା ପ୍ରଭାକର ଶୁଣିଥିଲେ। ଏବେ ଏହି ଅଭିଯୋଗର ତଦନ୍ତ ଏନସିବିର ୫ ଜଣିଆ ଟିମ୍‌ କରୁଛି। ଆଜି ସମୀରଙ୍କୁ ଜେରା କରିବାକୁ ଉକ୍ତ ଟିମ୍‌ ଦିଲ୍ଲୀରୁ ମୁମ୍ବାଇ ମଧ୍ୟ ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos