ଶ୍ରମିକଙ୍କ ଆକାଉଣ୍ଟରୁ ମିଳିଲା କୋଟିଏ ଟଙ୍କା, ସମସ୍ତେ ଜଳକା

ହାଇଦ୍ରାବାଦ: ଜଣେ ଦିନ ମଜୁରିଆଙ୍କ ବ୍ୟାଙ୍କ ଆକାଉଣ୍ଟରୁ ମିଳିଛି ୧ କୋଟି ଟଙ୍କା। ଶ୍ରମିକଙ୍କ ଜଣଙ୍କ ଦିଲ୍ଲୀରେ କାମ କରୁଥିବା ବେଳେ, ତାଙ୍କ ଆକାଉଣ୍ଟକୁ ଏତେ ଟଙ୍କା କେମିତି ଆସିଲା, ତା’କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ପ୍ରକୃତରେ ତେଲେଙ୍ଗାନା ପୁଲିସ୍‌ ଇନଷ୍ଟାଣ୍ଟ ଲୋନ୍‌ ଆପ୍‌ ଦୁର୍ନୀତିର ତଦନ୍ତ କରୁଛି। ଏହି ଦୁର୍ନୀତିର ତଦନ୍ତ କରିବା ବେଳେ ପୁଲିସ୍‌ ଏକାଧିକ ଲୋକଙ୍କ ଆକାଉଣ୍ଟ ଯାଞ୍ଚ କରିଥିଲା। ଏହି ସମୟରେ ଦିଲ୍ଲୀର ଜଣେ ଦିନ ମଜୁରିଆଙ୍କ ଆକାଉଣ୍ଟରୁ କୋଟିଏ […]

loan-app

loan-app

Hemant Lenka
  • Published: Monday, 15 February 2021
  • Updated: 15 February 2021, 03:47 PM IST

Sports

Latest News

ହାଇଦ୍ରାବାଦ: ଜଣେ ଦିନ ମଜୁରିଆଙ୍କ ବ୍ୟାଙ୍କ ଆକାଉଣ୍ଟରୁ ମିଳିଛି ୧ କୋଟି ଟଙ୍କା। ଶ୍ରମିକଙ୍କ ଜଣଙ୍କ ଦିଲ୍ଲୀରେ କାମ କରୁଥିବା ବେଳେ, ତାଙ୍କ ଆକାଉଣ୍ଟକୁ ଏତେ ଟଙ୍କା କେମିତି ଆସିଲା, ତା’କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ପ୍ରକୃତରେ ତେଲେଙ୍ଗାନା ପୁଲିସ୍‌ ଇନଷ୍ଟାଣ୍ଟ ଲୋନ୍‌ ଆପ୍‌ ଦୁର୍ନୀତିର ତଦନ୍ତ କରୁଛି। ଏହି ଦୁର୍ନୀତିର ତଦନ୍ତ କରିବା ବେଳେ ପୁଲିସ୍‌ ଏକାଧିକ ଲୋକଙ୍କ ଆକାଉଣ୍ଟ ଯାଞ୍ଚ କରିଥିଲା। ଏହି ସମୟରେ ଦିଲ୍ଲୀର ଜଣେ ଦିନ ମଜୁରିଆଙ୍କ ଆକାଉଣ୍ଟରୁ କୋଟିଏ ଟଙ୍କା ମିଳିଛି।

ଲୋନ ଆପ୍‌ ନେଣଦେଣରେ ସାମିଲ ଥିବା ଲୋକଙ୍କ ଯାଞ୍ଚ କରିବା ପାଇଁ ତେଲେଙ୍ଗାନା ପୁଲିସ୍‌ର ଗୋଟିଏ ଟିମ୍‌ ଦିଲ୍ଲୀରେ ପହଞ୍ଚିଥିଲା। ଏହି ସମୟରେ କୋଟିଏ ଟଙ୍କା ଆକାଉଣ୍ଟରେ ରଖିଥିବା ବ୍ୟକ୍ତି ଜଣଙ୍କ ଦିନ ମଜୁରିଆ ବୋଲି ଜାଣିବାକୁ ପାଇଥିଲା। ସେହିପରି ଉକ୍ତ ଶ୍ରମିକଙ୍କ ପାଖରେ କୌଣସି ବ୍ୟାଙ୍କ କିଟ୍‌ ଯଥା ଇଣ୍ଟରନେଟ ବ୍ୟାଙ୍କିଂ କିମ୍ବା ଏଟିଏମ କାର୍ଡ ମଧ୍ୟ ନାହିଁ। ତାଙ୍କ ନାଁରେ କିଛି ଅସାଧୁ ବ୍ୟକ୍ତି ଆକାଉଣ୍ଟରେ ଟଙ୍କା ରଖି କାରବାର କରୁଥିବା ପୁଲିସ୍‌ ଜାଣିବାକୁ ପାଇଛି।

ଜଣେ ପୁଲିସ୍‌ ଅଧିକାରୀ ନିଜ ନାଁ ଗୋପନରଖି କହିଛନ୍ତି, ଶ୍ରମିକ ଜଣଙ୍କୁ ଦୁର୍ନୀତି କରିଥିବା ଗ୍ୟାଙ୍ଗର ସଦସ୍ୟମାନେ ବ୍ୟାଙ୍କ ଆକାଉଣ୍ଟ ଖୋଲିବାକୁ ପ୍ରବର୍ତ୍ତାଇଥିଲେ। ତାଙ୍କ ଠାରୁ ସମସ୍ତ ତଥ୍ୟ ନେଇ ମାସିକ ୪ ହଜାର ଟଙ୍କା ମିଳିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଶ୍ରମିକଙ୍କ ଆକାଉଣ୍ଟରେ ଯେ ପ୍ରାୟ ୧ କୋଟି ଟଙ୍କା ରହିଛି ଓ ଏହାକୁ ଅପବ୍ୟବହାର କରାଯାଉଥିବା, ସେକଥା ଆକାଉଣ୍ଟଧାରୀ ଆଦୌ ଜାଣିପାରି ନଥିଲେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଶ୍ରମିକ ଜଣଙ୍କ ତାଙ୍କ ବ୍ୟାଙ୍କ ଆକାଉଣ୍ଟର ତଥ୍ୟ କିଏ ନେଇଛି, ସେକଥା ପୁଲିସ୍‌କୁ କହିବାକୁ ଡରୁଥିଲେ। କାରଣ ତାଙ୍କ ଜୀବନ ପ୍ରତି ହ୍ୟାଣ୍ଡେଲରଙ୍କ ଠାରୁ ବିପଦ ଥିବା ସେ ଆଶଙ୍କା କରୁଥିଲେ। ଏହି ରାକେଟରେ ବହୁତ ଲୋକ ସାମିଲ ଅଛନ୍ତି, ତେଣୁ ଏହାର ବିସ୍ତୃତ ତଦନ୍ତ ଆବଶ୍ୟକ ବୋଲି ପୁଲିସ୍‌ ଅଧିକାରୀ ଜଣଙ୍କ କହିଛନ୍ତି।

ସୂତ୍ର ଅନୁସାରେ, ପୁଲିସ୍‌ ସଂପୃକ୍ତ ଶ୍ରମିକଙ୍କ ବୟାନ ରେକର୍ଡ କରିଛି ଓ ଆହୁରି ଅନେକ ସନ୍ଦେହଜନକ ଆକାଉଣ୍ଟ ବିଷୟରେ ତଥ୍ୟ ହାସଲ କରିଛି। ଲୋକଙ୍କୁ ମୋବାଇଲ ଆପ୍ ଜରିଆରେ ଋଣ ନେବାକୁ ପ୍ରଥମେ ବୁଝା ଯାଉଥିଲା। ବିନା ସୁଧରେ ଋଣ ମିଳିବ ବୋଲି ଆପର ପରିଚାଳନା କରୁଥିବା ଲୋକମାନେ ବୁଝାଉଥିଲେ। ଟଙ୍କା ଦେଇ ସାରିବା ପରେ ଅଧିକ ପରିମାଣର ସୁଧ ଦେବାକୁ କହି ଋଣ ନେଇଥିବା ଲୋକଙ୍କୁ ନାନା ପ୍ରକାରର ମାନସିକ ନିର୍ଯାତନା ଦେଉଥିଲେ। ଏହି ଘଟଣାରେ ତେଲେଙ୍ଗାନାରେ ୩ ଜଣ ଲୋକ ଆତ୍ମହତ୍ୟା କରିବା ପରେ ପୁଲିସ୍ ଆକ୍ସନ ମୋଡକୁ ଆସି ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos