ତାଲିବାନ ଆତଙ୍କବାଦୀ ନା ନୁହେଁ? ଭାରତ ସରକାରଙ୍କୁ ପ୍ରଶ୍ନ କଲେ ଓମାର ଅବଦୁଲ୍ଲା

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ସହ ଭାରତ ସରକାର କଥାବାର୍ତ୍ତା ଆରମ୍ଭ କରିଥିବାରୁ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା। ସେ ତାଲିବାନ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଜାଣିବାକୁ ଚାହିଁଛନ୍ତି। କେନ୍ଦ୍ର ସରକାର ତାଲିବାନକୁ ଆତଙ୍କବାଦୀ ଭାବନ୍ତି କି ନାହିଁ, ତା’ର ଉତ୍ତର ଦିଅନ୍ତୁ ବୋଲି ଅବଦୁଲ୍ଲା ଆଜି ଦାବି କରିଛନ୍ତି। ସେ କହିଛନ୍ତି, ତାଲିବାନ ଗୋଟିଏ ଆତଙ୍କୀ ସଂଗଠନ କି ନୁହେଁ, ସେକଥା କେନ୍ଦ୍ର ସରକାର ସମସ୍ତଙ୍କୁ ଅବଗତ […]

Omar

Omar

Hemant Lenka
  • Published: Wednesday, 01 September 2021
  • Updated: 01 September 2021, 05:48 PM IST

Sports

Latest News

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ସହ ଭାରତ ସରକାର କଥାବାର୍ତ୍ତା ଆରମ୍ଭ କରିଥିବାରୁ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା। ସେ ତାଲିବାନ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଜାଣିବାକୁ ଚାହିଁଛନ୍ତି। କେନ୍ଦ୍ର ସରକାର ତାଲିବାନକୁ ଆତଙ୍କବାଦୀ ଭାବନ୍ତି କି ନାହିଁ, ତା’ର ଉତ୍ତର ଦିଅନ୍ତୁ ବୋଲି ଅବଦୁଲ୍ଲା ଆଜି ଦାବି କରିଛନ୍ତି।

ସେ କହିଛନ୍ତି, ତାଲିବାନ ଗୋଟିଏ ଆତଙ୍କୀ ସଂଗଠନ କି ନୁହେଁ, ସେକଥା କେନ୍ଦ୍ର ସରକାର ସମସ୍ତଙ୍କୁ ଅବଗତ କରାନ୍ତୁ। ଆମେ ଉକ୍ତ ସଂଗଠନକୁ କେମିତି ଦେଖିବାକୁ ସେକଥା ବି ସ୍ପଷ୍ଟ କରନ୍ତୁ। ଯଦି ସେମାନେ ଆତଙ୍କୀ ସଂଗଠନ, ତା’ହେଲେ କାହିଁକି ସେମାନଙ୍କ ସହ ଆଲୋଚନା କରାଯାଉଛି? ଯଦି ସେମାନେ ଆତଙ୍କୀ ସଂଗଠନ ନୁହନ୍ତି, ତା’ହେଲେ ଆପଣ(କେନ୍ଦ୍ର ସରକାର) ଜାତିସଂଘକୁ ଯିବେ ଓ ତାଲିବାନକୁ ଆତଙ୍କୀ ସଂଗଠନ ତାଲିକାରୁ ବାଦ ଦେବାକୁ କହିବେ? ପ୍ରଥମେ ଆପଣ ନିଜର ଆଭିମୁଖ୍ୟକୁ ସ୍ଥିର କରନ୍ତୁ ବୋଲି ଓମାର ଅବଦୁଲ୍ଲା କହିଛନ୍ତି।

ସୂଚନାଯୋଗ୍ୟ, ମଙ୍ଗଳବାର କତାର୍‌ରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଦୀପକ ମିତ୍ତଲ ଦୋହାରେ ଥିବା ତାଲିବାନର ରାଜନୀତିକ ଅଫିସର ମୁଖ୍ୟ ଶେର ମହମ୍ମଦ ଆବ୍ବାସ ଷ୍ଟାନେକଜାଇଙ୍କ ସହ କଥା ହୋଇଥିଲେ। ପ୍ରଥମ ଥର ପାଇଁ ଭାରତ ଓ ତାଲିବାନ ମଧ୍ୟରେ କୂଟନୀତିକ ଆଲୋଚନା ହୋଇଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା। ତେବେ ତାଲିବାନ ଭଳି ଆତଙ୍କୀ ସଂଗଠନ ସହ ଭାରତର ଏପରି କୂଟନୀତିକ ଆଲୋଚନାକୁ ଓମାର ସହଜରେ ଗ୍ରହଣ କରିପାରି ନାହାନ୍ତି।

ଆଫଗାନିସ୍ତାନରେ ଫସି ରହିଥିବା ଭାରତୀୟଙ୍କ ସୁରକ୍ଷା ଓ ଶୀଘ୍ର ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ଶ୍ରୀ ମିତ୍ତଲ ତାଲିବାନ ନେତା ଷ୍ଟାନେକଜାଇଙ୍କ ସହ ଆଲୋଚନା କରିଥିଲେ। ଏଥିସହ ଆଫଗାନିସ୍ତାନର ମାଟି ଯେମିତି ଭାରତ ବିରୋଧରେ ଓ ଆତଙ୍କବାଦୀ କାର୍ଯ୍ୟକଳାପ ସପକ୍ଷରେ ବ୍ୟବହାର ନ ହେବେ, ସେ ସମ୍ପର୍କରେ ମଧ୍ୟ ଶ୍ରୀ ମିତ୍ତଲ ବୈଠକରେ ଗୁରୁତ୍ୱାରୋପ କରିଛନ୍ତି।

ସବୁ କଥା ଶୁଣିବା ପରେ ଏହି ପ୍ରସଙ୍ଗକୁ ସକାରାତ୍ମକ ଦୃଷ୍ଟି କୋଣରେ ବିଚାର କରାଯିବ ବୋଲି ତାଲିବାନର ପ୍ରତିନିଧି ଭାରତୀୟ ରାଷ୍ଟ୍ରଦୂତଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ତେଣୁ ଆଫଗାନରେ ଫସିଥିବା ଭାରତୀୟ ଶୀଘ୍ର ଉଦ୍ଧାର ହେବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos