କରୋନା ପରୀକ୍ଷା ଫଳାଫଳ: ଦିନ ଓ ରାତିରେ ଭିନ୍ନ ଭିନ୍ନ!

ନୂଆଦିଲ୍ଲୀ: ଦିନରେ ହୋଇଥିବା କରୋନା ପରୀକ୍ଷା ଓ ସନ୍ଧ୍ୟା ପରେ ହୋଇଥିବା କରୋନା ପରୀକ୍ଷା ଫଳାଫଳରେ ଏତେ ପାର୍ଥକ୍ୟ କାହିଁକି ବୋଲି ଆପଣ ଆଶ୍ଚର୍ଯ୍ୟ ପ୍ରକଟ କରୁଛନ୍ତି କି? କ’ଣ ଦିନ ବଦଳରେ ରାତିରେ ସଂଗ୍ରହ ହେଉଥିବା ନମୁନା ଟେଷ୍ଟରୁ ଭିନ୍ନ ରେଜଲ୍ଟ ଆସିଥାଏ କି? ରାତିରେ ସଂଗୃହୀତ ହୋଇଥିବା ନମୁନା ଓ ଦିନରେ ସଂଗ୍ରହ ହୋଇଥିବା ନମୁନାର କୋଭିଡ୍ ପରୀକ୍ଷା ଫଳାଫଳ ଭିନ୍ନ କାହିଁକି? ଏବେ ଏହାର ଉତ୍ତର ମିଳିଛି। ଗୋଟିଏ ବୈଜ୍ଞାନିକ ଅନୁସନ୍ଧାନରୁ ଜଣାପଡ଼ିଛି […]

covid

covid

Hemant Lenka
  • Published: Wednesday, 27 October 2021
  • Updated: 27 October 2021, 07:23 PM IST

Sports

Latest News

ନୂଆଦିଲ୍ଲୀ: ଦିନରେ ହୋଇଥିବା କରୋନା ପରୀକ୍ଷା ଓ ସନ୍ଧ୍ୟା ପରେ ହୋଇଥିବା କରୋନା ପରୀକ୍ଷା ଫଳାଫଳରେ ଏତେ ପାର୍ଥକ୍ୟ କାହିଁକି ବୋଲି ଆପଣ ଆଶ୍ଚର୍ଯ୍ୟ ପ୍ରକଟ କରୁଛନ୍ତି କି? କ’ଣ ଦିନ ବଦଳରେ ରାତିରେ ସଂଗ୍ରହ ହେଉଥିବା ନମୁନା ଟେଷ୍ଟରୁ ଭିନ୍ନ ରେଜଲ୍ଟ ଆସିଥାଏ କି? ରାତିରେ ସଂଗୃହୀତ ହୋଇଥିବା ନମୁନା ଓ ଦିନରେ ସଂଗ୍ରହ ହୋଇଥିବା ନମୁନାର କୋଭିଡ୍ ପରୀକ୍ଷା ଫଳାଫଳ ଭିନ୍ନ କାହିଁକି? ଏବେ ଏହାର ଉତ୍ତର ମିଳିଛି। ଗୋଟିଏ ବୈଜ୍ଞାନିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଦିନରେ ସଂଗୃହୀତ ନମୁନା ଓ ରାତିରେ ସଂଗୃହୀତ ନମୁନାର ପରୀକ୍ଷାରୁ ଭିନ୍ନ ଭିନ୍ନ ରିପୋର୍ଟ ମିଳୁଛି।

ଏହି ଅଧ୍ୟୟନରୁ ଜଣାପଡ଼ିଛି ଯେ ସମୟ ଓ ଶରୀରର ସାର୍କାଡିୟାନ ରିଦିମ୍ସ ଯୋଗୁ କୋଭିଡ ଟେଷ୍ଟ ରିପୋର୍ଟ ଭିନ୍ନଭିନ୍ନ ଆସିଥାଏ। ଭାଣ୍ଡରବିଲ୍ଟ ୟୁନିଭରସିଟି ମେଡିକାଲର ସେଣ୍ଟରର ଗବେଷକମାନେ କରିଥିବା ରିସର୍ଚ୍ଚରୁ ଏପରି ତଥ୍ୟ ସାମ୍ନାକୁ ଆସିଛି। ଏଥିରେ କୁହାଯାଇଛି ଯଦି ଲୋକମାନେ ରାତି ଅପେକ୍ଷା ଦିନର ମଧ୍ୟଭାଗରେ ନିଜର ନମୁନା ପରୀକ୍ଷା କରନ୍ତି, ତା’ହେଲେ ଏହାର ରେଜଲ୍ଟ ଦୁଇଗୁଣା ଅଧିକ ଠିକ୍‌ ରହିଥାଏ।

ଜର୍ଣ୍ଣାଲ୍ ଅଫ୍ ବାୟୋଲୋଜିକାଲ୍ ରିଦିମ୍ସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ରାତି ୮ଟା ପରେ ଶରୀରରେ ଥିବା ଭାଇରାଲ୍ ଲୋଡ୍ କମ୍ ହୋଇଯାଏ। ଯଦି ଲୋକମାନେ ଏହି ସମୟରେ ନିଜର କରୋନା ଟେଷ୍ଟ କରନ୍ତି, ତା’ହେଲେ ଏହି ସମୟରେ ଭୁଲ ନେଗେଟିଭ ରିପୋର୍ଟ ଆସିବାର ଆଶଙ୍କା ଯଥେଷ୍ଟ ଅଧିକ ରହିଥାଏ। ଏହି ଭୁଲ ରିପୋର୍ଟ ସମାଜ ଓ ରୋଗୀଙ୍କୁ କ୍ଷତି ପହଞ୍ଚାଇ ଥାଏ। କାରଣ ନେଗେଟିଭ ରିପୋର୍ଟ ଆସିବା ପରେ ଜଣେ ବ୍ୟକ୍ତି ନିଜର ଯତ୍ନ ନେବାକୁ ସେତେଟା ଗୁରୁତ୍ୱ ଦିଅନ୍ତି ନାହିଁ। ଫଳରେ କରୋନା ସମାଜରେ ବ୍ୟାପିବା ସହ ରୋଗୀଙ୍କ ଜୀବନକୁ ମଧ୍ୟ ବିପଦରେ ପକାଇଥାଏ। ଆମର ଶାରୀରିକ ବା ଦୈନକ ଇନ୍ଦ୍ରିୟ ଅନୁଭୂତି ଚକ୍ର ଅନୁସାରେ କରୋନା ଭିନ୍ନଭିନ୍ନ ରୂପରେ କାର୍ଯ୍ୟ କରିଥାଏ।

ଅନ୍ୟ ଭୂତାଣୁ ଓ ଜୀବାଣୁ ଉପରେ ହୋଇଥିବା ଅନୁସନ୍ଧାନରୁ ବି ଏହି ପ୍ରମାଣ ମିଳିଛି। ଦିନର ମଧ୍ୟଭାଗରେ ମହାମାରୀ କରୋନା ଭାଇରସ ଶରୀରର ମଧ୍ୟରେ ସକ୍ରିୟ ରହିଥାଏ। ଭାଣ୍ଡରବିଲ୍ଟରେ ଜୈବ ବିଜ୍ଞାନର ପ୍ରଫେସର କାର୍ଲ ଜନସନ କହିଛନ୍ତି ଯେ ଦିନରେ ପରୀକ୍ଷା କରିବା ଦ୍ୱାରା ଲକ୍ଷଣହୀନ ଲୋକଙ୍କ ଶରୀରରେ ଥିବା କୋଭିଡ ଭୂତାଣୁ ମଧ୍ୟ ଧରା ପଡ଼ି ଯାଆନ୍ତି। ଦିନ ବେଳେ ନମୁନାର ପରୀକ୍ଷା କରିବା ସବୁଠାରୁ ଭଲ।

ମଧ୍ୟାହ୍ନ ସମୟରେ କରୋନା ଭାଇରସ ଅଧିକ ସକ୍ରିୟ ରହିଥାଏ। ଏହି ସମୟରେ ରୋଗୀମାନେ ଅନ୍ୟମାନଙ୍କ ସହ ଅଧିକ ମିଶନ୍ତି ଓ ମେଡିକାଲ କେୟାର ବିଷୟରେ ବୁଝନ୍ତି। ଫଳରେ ଭାଇରସ ପରିବେଶରେ ବ୍ୟାପିବା ସହ ଅନ୍ୟମାନଙ୍କୁ ସଂକ୍ରମଣ କରିଥାଏ। ତଥାପି, ଦିନରେ କାହିଁକି କରୋନା ଭାଇରସ ଅଧିକ ସକ୍ରିୟ ରହିଥାଏ। ତାର ଅନୁସନ୍ଧାନ ଆବଶ୍ୟକ ବୋଲି ଗବେଷକମାନେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story