ସିଡିଏସ୍‌ ହେବେ କି ସ୍ଥଳସେନା ମୁଖ୍ୟ? ମିଳିଲା ଏମିତି ଦାୟିତ୍ୱ

ନୂଆଦିଲ୍ଲୀ: ସ୍ଥଳସେନା ମୁଖ୍ୟ ଜେନେରାଲ ଏମଏମ ନରଭାଣେ ଦେଶର ପରବର୍ତ୍ତୀ ସିଡିଏସ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସିଡିଏସ୍‌ ଜେନେରାଲ ବିପିନ ରାୱତ ହେଲିକପ୍ଟର କ୍ରାଶରେ ପ୍ରାଣ ହରାଇଥିବାରୁ ଏହି ପଦ ଖାଲି ପଡ଼ିଛି। ତେଣୁ ବରିଷ୍ଠତା ଦୃଷ୍ଟିରୁ ଜେନେରାଲ ନରଭାଣେଙ୍କୁ ଏହି ପଦ ମିଳିପାରେ ବୋଲି କୁହାଯାଉଛି। ଏସବୁ ଭିତରେ ଜେନେରାଲ ନରଭାଣେଙ୍କୁ ୩ ସେନା ବାହିନୀ ପାଇଁ ଗଠିତ କମିଟିର ଅଧ୍ୟକ୍ଷ ପଦର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ଏହି ପଦ ସିଡିଏସ୍‌ […]

Army-chief

Army-chief

Hemant Lenka
  • Published: Thursday, 16 December 2021
  • Updated: 16 December 2021, 09:39 AM IST

Sports

Latest News

ନୂଆଦିଲ୍ଲୀ: ସ୍ଥଳସେନା ମୁଖ୍ୟ ଜେନେରାଲ ଏମଏମ ନରଭାଣେ ଦେଶର ପରବର୍ତ୍ତୀ ସିଡିଏସ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସିଡିଏସ୍‌ ଜେନେରାଲ ବିପିନ ରାୱତ ହେଲିକପ୍ଟର କ୍ରାଶରେ ପ୍ରାଣ ହରାଇଥିବାରୁ ଏହି ପଦ ଖାଲି ପଡ଼ିଛି। ତେଣୁ ବରିଷ୍ଠତା ଦୃଷ୍ଟିରୁ ଜେନେରାଲ ନରଭାଣେଙ୍କୁ ଏହି ପଦ ମିଳିପାରେ ବୋଲି କୁହାଯାଉଛି।

ଏସବୁ ଭିତରେ ଜେନେରାଲ ନରଭାଣେଙ୍କୁ ୩ ସେନା ବାହିନୀ ପାଇଁ ଗଠିତ କମିଟିର ଅଧ୍ୟକ୍ଷ ପଦର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ଏହି ପଦ ସିଡିଏସ୍‌ ବିପିନ ରାୱତଙ୍କ ପାଖରେ ଥିଲା। ହେଲେ ତାଙ୍କ ଅବର୍ତ୍ତମାନରେ ଜେନେରାଲ ନରଭାଣେ ଏହି ଦାୟିତ୍ୱ ପାଇଛନ୍ତି। ତେଣୁ ସେ ହିଁ ଦେଶର ପରବର୍ତ୍ତୀ ସିଡିଏସ୍‌ ହେବା ନେଇ ଚର୍ଚ୍ଚା ଜୋର ଧରିଛି।

ଜେନେରାଲ ନରଭାଣେ ୩ ସେନା ପ୍ରମୁଖଙ୍କ ମଧ୍ୟରେ ସବୁଠାରୁ ବରିଷ୍ଠ। ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ଶଲ ବିଆର ଚୌଧୁରୀ ଓ ନୌସେନା ମୁଖ୍ୟ ଆଡମିରାଲ ଆର ହରି କୁମାର ତାଙ୍କ ଠାରୁ କନିଷ୍ଠ। ତେଣୁ ବରିଷ୍ଠତା ଦୃଷ୍ଟିରୁ ଜେନେରାଲ ନରଭାଣେଙ୍କୁ ତିନି ସେନା ବାହିନୀ ପାଇଁ ଗଠିତ କମିଟିର ମୁଖ୍ୟ କରାଯାଇଛି।

୨୦୧୯ରେ ଭାରତ ସରକାର ସିଡିଏସ ପଦ ସୃଷ୍ଟି କରିବା ପୂର୍ବରୁ ୩ ସେନା ବାହିନୀ ମଧ୍ୟରେ ବରିଷ୍ଠ ଅଧିକାରୀ ହିଁ ଏହି କମିଟିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। କିନ୍ତୁ ଜେନେରାଲ ରାୱତ ସିଡିଏସ୍‌ ହେବା ପରେ କମିଟିର ଅଧ୍ୟକ୍ଷ ଦାୟିତ୍ୱ ଆପେଆପେ ତାଙ୍କ ପାଖକୁ ଚାଲି ଯାଇଥିଲା।

୨୦୧୯ ମସିହା ଡିସେମ୍ବର ୩୧ରେ ଜେନେରାଲ ନରଭାଣେ ସ୍ଥଳ ସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଜେନେରାଲ ବିପିନ ରାୱତଙ୍କ ଉତ୍ତରାଧିକାରୀ ଭାବେ ସେ ସ୍ଥଳର ସେନାର ମୁଖ୍ୟ ହୋଇଥିଲେ। ତେଣୁ ତାଙ୍କ ଭାରତ ସରକାର ଦେଶର ପରବର୍ତ୍ତୀ ସିଡିଏସ୍‌ ମଧ୍ୟ କରିପାରନ୍ତି ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos