କାହିଁକି ବିଲ୍ ଗେଟ୍ସଙ୍କୁ ଗିରଫ ପାଇଁ କରାଯାଉଛି ଦାବି? ୨୦୦୯ରେ କରିଥିଲେ ଏମିତି କାମ

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ ଗେଟ୍ସଙ୍କୁ ଗିରଫ କରିବା ପାଇଁ ଟ୍ୱିଟରରେ ଦାବି ଜୋର ଧରିଛି। ବିଶେଷ ଭାରତୀୟ ଟ୍ୱିଟର ବ୍ୟବହାରକାରୀମାନେ ନିଜର ସ୍ୱର ଶାଣିତ କରିବାରେ ଲାଗିଛନ୍ତି। ବିଲ ଗେଟ୍ସ ୨୦୦୯ ମସିହାରେ ଦେଶର ଆଦିବାସୀ ଓ ପଛୁଆ ବର୍ଗର ଝିଅମାନଙ୍କ ଉପରେ ଏକ ନିର୍ଦ୍ଦିଷ୍ଟ ଟିକାର ପରୀକ୍ଷଣ କରିଥିଲେ।

ତାଙ୍କ ଏନଜିଓ ବିଲ ଓ ମେଲିଣ୍ଡା ଫାଉଣ୍ଡେସନ ଜରିଆରେ ଏଥିପାଇଁ ଆର୍ଥିକ ସହାୟତା କରାଯାଇଥିଲା। ଆଦିବାସୀଙ୍କ ଝିଅମାନଙ୍କ ଉପରେ ଟିକାର ପରୀକ୍ଷଣ କରାଯାଇଥିଲେ ହେଁ ସେମାନଙ୍କୁ ଏ ବିଷୟରେ କୌଣସି ସୂଚନା ଦିଆଯାଇ ନଥିଲା। ସେହିପରି ସେମାନଙ୍କ ବାପା ମା’ଙ୍କର ମଧ୍ୟ ଏଥିପାଇଁ ସହମତି ଲୋଡ଼ା ଯାଇ ନଥିଲା। ବେଆଇନ ଭାବେ ସବୁ କିଛି ଗେଟ୍ସଙ୍କ ତତ୍ତ୍ୱାବଧାନରେ କରାଯାଇଥିଲା।

ଗ୍ରେଟ ଗେମ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ବିଲ ଗେଟ୍ସଙ୍କ ଏନଜିଏଓ ପାଥ ସହ ହାତ ମିଳାଇ ଟିକାର ପରୀକ୍ଷଣ କରିଥିଲା। ତେଲେଙ୍ଗାନାର ଖାମାମରେ ରହୁଥିବା ପ୍ରାୟ ୧୪ ହଜାରରୁ ଅଧିକ ଝିଅଙ୍କୁ ଏଚପିଭି ଟିକା ଦିଆଯାଇଥିଲା। ସେତେବେଳେ ଖାମାମ ଆନ୍ଧ୍ର ପ୍ରଦେଶରେ ରହିଥିଲା। ଟିକା ନେଇଥିବା ପିଲାଙ୍କ ବୟସ ୧୦ରୁ ୧୪ ବର୍ଷ ମଧ୍ୟରେ ରହିଥିଲା।

ଟିକାର ଟ୍ରାଏଲରେ ସାମିଲ ହୋଇଥିବା ଅଧିକାଂଶ ଝିଅ ଡୋଜ୍ ନେବା ପରେ ଅସୁସ୍ଥ ହୋଇପଡ଼ିଥିଲେ। ଏପରି କି ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ମଧ୍ୟ ଘଟିଥିଲା। ପିଲାମାନେ ଟିକାର ପରୀକ୍ଷଣରେ ସାମିଲ ହୋଇଥିଲେ ହେଁ ସେମାନଙ୍କ ପରିବାର ଲୋକ ଏ ବାବଦରେ କିଛି ବି ଜାଣି ନଥିଲେ। କାରଣ ଏହି ଝିଅମାନେ ସରକାରଙ୍କ ଦ୍ୱାରା ପରିଚାଳିତ ହଷ୍ଟେଲରେ ରହୁଥିଲେ। ୨୦୧୦ ମସିହାରେ ମାମଲା ସାମ୍ନାକୁ ଆସିଥିଲା। ଏହି ସମୟରେ ପ୍ରାୟ ୧୨୦ ଜଣ ଝିଅଙ୍କ ଶରୀରରେ ସାଇଡ ଇଫେକ୍ଟ ଦେଖିବାକୁ ମିଳିଥିଲା। ଟିକା ନେଇଥିବା ଝିଅମାନେ ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା, ଥକାପଣ ଓ ପେଟ ଦରଜ ଭଳି ରୋଗରେ ପଡ଼ିଥିଲେ।


ଟିକାର ଟ୍ରାଏଲ ପ୍ରକିୟାକୁ ପାଥ ପ୍ରୋଜେକ୍ଟର ନାଁ ଦିଆଯାଇଥିଲା। ତେବେ ଏହାକୁ ଆଇସିଏମଆର ସେତେବେଳେ ବନ୍ଦ କରିଦେଇଥିଲା। ଭାରତୀୟ ସଂସଦର ହେଲ୍ଥ କମିଟି ମଧ୍ୟ ଏହି ଟ୍ରାଏଲର ତଦନ୍ତ କରିଥିଲା।

ବିଲ ଗେଟ୍ସଙ୍କ ସମ୍ପର୍କରେ ଏପରି ସାଂଘାତିକ ତଥ୍ୟ ଆସିବା ପରେ ତାଙ୍କୁ ଗିରଫ କରିବା ପାଇଁ ଟ୍ୱିଟରରେ ଦାବି ଜୋର ଧରିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।