ମୋଦିଙ୍କ ସହ କଥା ହେବାର ଭିଡିଓ ସିଧାପ୍ରସାରଣ କରି ଦୁଃଖ ପ୍ରକାଶ କଲେ କେଜ୍ରିୱାଲ

ନୂଆଦିଲ୍ଲୀ: କରୋନା ଭାଇରସର ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜରୁରୀ ବୈଠକ କରିଥିଲେ। ଏହି ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରୋଟୋକଲ ଭାଙ୍ଗି ମୋଦିଙ୍କ ସହ କଥା ହେବା ବେଳେ ଏହାର ଭିଡିଓକୁ ସିଧାପ୍ରସାରଣ କରିଥିଲେ। ଦିଲ୍ଲୀରେ ଅକ୍ସିଜେନ ଅଭାବ ଠାରୁ ଆରମ୍ଭ କରି ବିଭିନ୍ନ ରାଜ୍ୟରେ ଦିଲ୍ଲୀକୁ ଆସିଥିବା ଅମ୍ଳଜାନ ଟ୍ୟାଙ୍କର ଅଟକା ଯାଉଥିବା ସେ ମୋଦିଙ୍କ ଆଗରେ ଅଭିଯୋଗ କରିଥିଲେ। ଏହାକୁ ସାରା […]

CM

CM

Hemant Lenka
  • Published: Friday, 23 April 2021
  • Updated: 23 April 2021, 04:45 PM IST

Sports

Latest News

ନୂଆଦିଲ୍ଲୀ: କରୋନା ଭାଇରସର ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜରୁରୀ ବୈଠକ କରିଥିଲେ। ଏହି ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରୋଟୋକଲ ଭାଙ୍ଗି ମୋଦିଙ୍କ ସହ କଥା ହେବା ବେଳେ ଏହାର ଭିଡିଓକୁ ସିଧାପ୍ରସାରଣ କରିଥିଲେ।

ଦିଲ୍ଲୀରେ ଅକ୍ସିଜେନ ଅଭାବ ଠାରୁ ଆରମ୍ଭ କରି ବିଭିନ୍ନ ରାଜ୍ୟରେ ଦିଲ୍ଲୀକୁ ଆସିଥିବା ଅମ୍ଳଜାନ ଟ୍ୟାଙ୍କର ଅଟକା ଯାଉଥିବା ସେ ମୋଦିଙ୍କ ଆଗରେ ଅଭିଯୋଗ କରିଥିଲେ। ଏହାକୁ ସାରା ଦେଶ ମଧ୍ୟ ଶୁଣିଥିଲା। ତେବେ କେନ୍ଦ୍ର ସରକାର ଏହି ଘଟଣାକୁ ନାସପନ୍ଦ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବା ବେଳେ କେଜ୍ରିୱାଲ ରାଜନୀତି କରିଥିଲେ ଓ ମିଛ କହିଥିଲେ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ଏସବୁ ଭିତରେ କଥାବାର୍ତ୍ତାର ସିଧା ପ୍ରସାରଣ କରିଥିବାରୁ କେଜ୍ରିୱାଲଙ୍କ ଅଫିସ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି।

ବୈଠକର କିଛି ଅଂଶକୁ କେଜ୍ରିୱାଲ ଲାଇଭ କରିଥିଲେ। ସେ ମୋଦିଙ୍କୁ କହିଥିଲେ ଯେ ଅକ୍ସିଜେନ ସଙ୍କଟ ଯୋଗୁ ଦିଲ୍ଲୀରେ ବଡ଼ ଅଘଟଣ ଘଟିପାରେ। ଦୟା କରନ୍ତୁ ସାର, ଆମେ ଆପଣଙ୍କ ସହଯୋଗ ଚାହୁଁଛୁ। ଲୋକମାନେ ଅକ୍ସିଜେନ ସଙ୍କଟ ଯୋଗୁ ଭୟଭୀତ ହେଉଛନ୍ତି। ବଡ଼ ଅଘଟଣ ଘଟିବାର ଆଶଙ୍କା ରହିଛି।

ଯଦି କିଛି ଅଘଟଣ ଘଟିବ, ତା’ହେଲେ ଆମେ ନିଜକୁ କେବେ ହେଲେ କ୍ଷମା କରିପାରିବୁ ନାହିଁ। ଆପଣ ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କୁ ଦିଲ୍ଲୀକୁ ଆସୁଥିବା ଅକ୍ସିଜେନ୍‌ ଟ୍ରକ୍‌ ନ ରୋକିବା ପାଇଁ କୁହନ୍ତୁ। ମୁଁ ଆପଣଙ୍କୁ ହାତଯୋଡ଼ି ନିବେଦନ କରୁଛି। ଏଠାରେ ଅକ୍ସିଜେନ ଉତ୍ପାଦନ ପ୍ଲାଣ୍ଟ ନଥିବାରୁ କ’ଣ ଦିଲ୍ଲୀବାସୀ ଅମ୍ଳଜାନ ପାଇବେ ନାହିଁ? ଯଦି କୌଣସି ରାଜ୍ୟ ଦିଲ୍ଲୀକୁ ଆସୁଥିବା ଅମ୍ଳଜାନକୁ ଅଟକାଇବେ, ତା’ହେଲେ ମୁଁ କେନ୍ଦ୍ରର କେଉଁ ଅଧିକାରୀଙ୍କ ସହ କଥା ହେବି ମୋତେ କୁହନ୍ତୁ। ଏଥିସହ ଅକ୍ସିଜେନ ଆକାଶ ପଥରେ ଆଣିବାକୁ ମଧ୍ୟ ସେ ମୋଦିକୁ ଅନୁରୋଧ କରିଥିଲେ।

ତେବେ କେନ୍ଦ୍ର ସରକାରଙ୍କ ସୂତ୍ରରୁ କୁହାଯାଇଛି ଯେ ଏହି ଆଲୋଚନାର ଲାଇଭ ଟେଲିକାଷ୍ଟ ହେବାର ନଥିଲା। କିନ୍ତୁ କେଜ୍ରିୱାଲ ବହୁ ତଳକୁ ଖସି ଏପରି କରିଛନ୍ତି। ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ହେଉଥିବା ପ୍ରାଇଭେଟ କଥାବାର୍ତ୍ତା ଟେଲିକାଷ୍ଟ ହୋଇଛି। ତାଙ୍କ ପୂରା ଭାଷଣ କୌଣସି ସମାଧାନ ପାଇଁ ନଥିଲା। କେବଳ ରାଜନୀତିକ କରିବା ପାଇଁ ଥିଲା। ସେହିପରି ନିଜ ମୁଣ୍ଡରୁ ଦାୟିତ୍ୱ ଖସାଇବା ପାଇଁ କେଜ୍ରିୱାଲଙ୍କ ଭାଷଣ କେବଳ ଗୋଟିଏ ପ୍ରୟାସ ଥିଲା। ବୈଠକରେ ଯୋଗଦେଇଥିବା ମୁଖ୍ୟମନ୍ତ୍ରୀମାନେ କରୋନା ସ୍ଥିତିରେ ଉନ୍ନତି ଆଣିବାକୁ କ’ଣ ସବୁ କରିଛନ୍ତି ସେକଥା କହିଥିଲେ। ହେଲେ କେଜ୍ରିୱାଲ ଏ ପ୍ରସଙ୍ଗରେ କିଛି ବି କହି ନଥିଲେ ବୋଲି କେନ୍ଦ୍ର ସରକାରଙ୍କ ସୂତ୍ରରୁ କୁହାଯାଇଛି।

ଅନ୍ୟପକ୍ଷରେ ମୋଦିଙ୍କ ସହ କଥା ବାର୍ତ୍ତା ବେଳର ଦୃଶ୍ୟକୁ ସିଧାପ୍ରସାରଣ କରିଥିବାରୁ କେଜ୍ରିୱାଲଙ୍କ ଅଫିସ ଦୁଃଖ ପ୍ରକାଶ କରିଛି। ଅଫିସ ପକ୍ଷରୁ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀଙ୍କ ସହ କଥା ବାର୍ତ୍ତା ବେଳର ଦୃଶ୍ୟକୁ ସିଧାପ୍ରସାରଣ ନ କରିବାକୁ କୌଣସି ନିର୍ଦ୍ଦେଶ କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳି ନଥିଲା। ଅନେକ ସମୟରେ ଲୋକଙ୍କ ସ୍ୱାର୍ଥ ପାଇଁ କରାଯାଉଥିବା ଆଲୋଚନାର ସିଧାପ୍ରସାରଣ ହେବାର ନଜିର ରହିଛି। ତଥାପି ଏଥର ଯଦି କିଛି ବି ଅସୁବିଧା ହୋଇଛି, ତା’ହେଲେ ଆମେ ଏଥିପାଇଁ ଦୁଃଖ ପ୍ରକାଶ କରୁଛୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story