ଆର୍ଯ୍ୟନ ଖାନଙ୍କ ଭାଗ୍ୟ ଝୁଲିଲା, ଓଡ଼ିଶାର ଦୁଇ ଜଣଙ୍କୁ ଜାମିନ ମିଳିଲା

ମୁମ୍ବାଇ: ଦୀର୍ଘ ୧୯ ଦିନର ଆଇନଗତ ଲଢ଼େଇ ଓ ଆରୋପ-ପ୍ରତିଆରୋପରେ ମଧ୍ୟ ବଲିଉଡ ଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ଜାମିନ ମିଳିନି। ଆସନ୍ତାକାଲି ବମ୍ବେ ହାଇକୋର୍ଟର ଜଣିକିଆ ବେଞ୍ଚ ପୁଣି ଜାମିନ ଆବେଦନର ଶୁଣାଣି କରିବେ। ଆଜି ଦୀର୍ଘ ୩ ଘଣ୍ଟାକାଳ ଆର୍ଯ୍ୟନଙ୍କ ଓକିଲ ତଥା ଭାରତର ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗୀ ପକ୍ଷ ରଖିଥିଲେ। ସେ ଗୋଟିଏ ପରେ ଗୋଟିଏ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରି ଆର୍ଯ୍ୟନଙ୍କୁ ଜାମିନ ପ୍ରଦାନ କରିବାକୁ ନିବେଦନ […]

drugs

drugs

Hemant Lenka
  • Published: Tuesday, 26 October 2021
  • Updated: 26 October 2021, 07:35 PM IST

Sports

Latest News

ମୁମ୍ବାଇ: ଦୀର୍ଘ ୧୯ ଦିନର ଆଇନଗତ ଲଢ଼େଇ ଓ ଆରୋପ-ପ୍ରତିଆରୋପରେ ମଧ୍ୟ ବଲିଉଡ ଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ଜାମିନ ମିଳିନି। ଆସନ୍ତାକାଲି ବମ୍ବେ ହାଇକୋର୍ଟର ଜଣିକିଆ ବେଞ୍ଚ ପୁଣି ଜାମିନ ଆବେଦନର ଶୁଣାଣି କରିବେ। ଆଜି ଦୀର୍ଘ ୩ ଘଣ୍ଟାକାଳ ଆର୍ଯ୍ୟନଙ୍କ ଓକିଲ ତଥା ଭାରତର ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗୀ ପକ୍ଷ ରଖିଥିଲେ।

ସେ ଗୋଟିଏ ପରେ ଗୋଟିଏ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରି ଆର୍ଯ୍ୟନଙ୍କୁ ଜାମିନ ପ୍ରଦାନ କରିବାକୁ ନିବେଦନ କରିଥିଲେ। ଏନସିବି ପକ୍ଷରୁ ଯଥା ସମ୍ଭବ ଆର୍ଯ୍ୟନଙ୍କୁ କେମିତି ଜାମିନ ନ ମିଳିବ, ସେଥିପାଇଁ ଉଦ୍ୟମ କରାଯାଇଥିଲା। ତେବେ କୋର୍ଟ ପୁଣି ଆସନ୍ତାକାଲି ଦିନ ୨.୩୦ରୁ ଜାମିନ ଆବେଦନର ଶୁଣାଣି କରିବେ ବୋଲି କହିଛନ୍ତି।

ଅନ୍ୟପକ୍ଷରେ ଅକ୍ଟୋବର ୩ରେ ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ଲିଙ୍କରେ ଗିରଫ ଦୁଇ ଓଡ଼ିଆ ଅଭିନ ସାହୁ ଓ ମନୀଷ ରାଜଗାରିଆଙ୍କୁ ଜାମିନ ମିଳିଥିବା ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେରେ ଖବର ପ୍ରକାଶ ପାଇଛି। ସ୍ୱତନ୍ତ୍ର ଏନଡିପିଏସ୍‌ କୋର୍ଟ ଉଭୟଙ୍କୁ ଜାମିନ ଦେଇଛନ୍ତି।  କିନ୍ତୁ ନ୍ୟୁଜ ଏଜେନ୍ସି ଏନଆଇଏରେ କେବଳ ମନୀଷଙ୍କୁ ମୁମ୍ବାଇର ସ୍ୱତନ୍ତ୍ର ଏନଡିପିଏସ୍‌ କୋର୍ଟ ଜାମିନ ଦେଇଥିବା ‌ଖବର ପ୍ରକାଶ ପାଇଛି। ଏନଆଇଏକୁ ମନୀଷଙ୍କ ଓକିଲ ଅଜୟ ଦୁବେ ଏହି ସୂଚନା ଦେଇଥିବା ଜଣାପଡ଼ିଛି।

ରାଜଗାରିଆଙ୍କ ଠାରୁ ୨.୪ ଗ୍ରାମ ଓଜନର ଗଞ୍ଜେଇ ମିଳିବାକୁ ତାଙ୍କୁ ଏନସିବି ଗିରଫ କରିଥିଲା। ଏବେ ହାଇକୋର୍ଟ ଉଭୟଙ୍କୁ ଜାମିନ ଦେଇଛନ୍ତି। ମନୀଷଙ୍କ ଘର ରାଉରକେଲା ଓ ଅଭିନଙ୍କ ଘର ସୁନ୍ଦରଗଡ଼ର ରଘୁନାଥପାଲୀ ଅଞ୍ଚଳରେ।

କିନ୍ତୁ ଅକ୍ଟୋବର ୩ରେ ଗିରଫ ହୋଇ ଜେଲରେ ଥିବା ଆର୍ଯ୍ୟନଙ୍କୁ ପୁଣି ଗୋଟିଏ ରାତି ଜେଲରେ କାଟିବାକୁ ପଡ଼ିବ। ତାଙ୍କୁ ୩ ତାରିଖରେ ଗିରଫ କରାଯିବା ପରେ ଏନସିବି ରିମାଣ୍ଡରେ ନେଇଥିଲା। ରିମାଣ୍ଡ ଅବଧି ଶେଷ ହେବା ପରେ ଆର୍ଯ୍ୟନ ଖାନଙ୍କୁ ଆର୍ଥର ରୋଡ ଜେଲକୁ ପଠାଇ ଦିଆଯାଇଥିଲା। ଅକ୍ଟୋବର ୮ରୁ ସେ ଜେଲରେ ହିଁ ରହିଛନ୍ତି।

ଆଜି ଆର୍ଯ୍ୟନଙ୍କ ଓକିଲ ମୁକୁଲ ରୋହତଗୀ ନିଜର ପକ୍ଷ ରଖି କହିଥିଲେ ଯେ ଏନସିବି ପ୍ରମାଣ ନଷ୍ଟ କରିବା କଥା କହୁଛି। କିନ୍ତୁ ଏନସିବି କୌଣସି ପ୍ରକାରର ଡ୍ରଗ୍ସ ତାଙ୍କ ଠାରୁ ଠାବ କରିନି। ତେଣୁ ସେ କେଉଁ ସବୁ ପ୍ରମାଣ ନଷ୍ଟ କରିବେ? ତାଙ୍କ ବୟସକୁ ନଜରରେ ରଖି ତାଙ୍କୁ ଜାମିନ ମିଳିବା ଦରକାର। ଏନସିବି ତାଙ୍କ ବିରୋଧରେ କେବଳ ହ୍ୱାଟସଆପ୍ ଚାଟକୁ ବ୍ୟବହାର କରୁଛି। ଏହାବାଦ ଆଉ କିଛି ପ୍ରମାଣ ଆର୍ଯ୍ୟନଙ୍କ ବିରୋଧରେ ନାହିଁ।

କେବଳ ଚାଟକୁ ଭିତ୍ତିକରି ଜଣଙ୍କୁ ୨୦ ଦିନ ହେଲା କ’ଣ ଜେଲରେ ରଖାଯାଇ ପାରିବ? ଆପଣ ତାଙ୍କ ଫୋନ ମଧ୍ୟ ଦେଖିଛନ୍ତି। ଆର୍ଯ୍ୟନଙ୍କ ବାପାମା’ଙ୍କ ପାଇଁ ଏହି କେସ୍ ବେଶ ଚର୍ଚ୍ଚାରେ ରହିଛି। ନହେଲେ ଏମିତି ଅନେକ କେସ୍ ସବୁଦିନ ଘଟୁଛି। ଆର୍ଯ୍ୟନ କେବେ ହେଲେ ଏନସିବି ଅଧିକାରୀ କିମ୍ବା ପଞ୍ଚନାମା ବିରୋଧରେ କୌଣସି ଶବ୍ଦ ପ୍ରୟୋଗ କରିନାହାନ୍ତି। ଯାହା ବି ସବୁ ଅଭିଯୋଗ ଆସିଛି, ତାହା ଅନ୍ୟମାନେ ଉଠାଉଛନ୍ତି।

ଅରବାଜ ଗିରଫ ଆର୍ଯ୍ୟନଙ୍କ ଚାକର ନୁହନ୍ତି। ତାଙ୍କ ପାଖରୁ ମିଳିଥିବା ୫ ଗ୍ରାମ ଚରସ ସହ ଆର୍ଯ୍ୟନଙ୍କ ସହମତି ଥିଲା ବୋଲି କୁହାଯାଇ ପାରିବନି। ସେ ଆର୍ଯ୍ୟନଙ୍କ କଥାରେ ପରିଚାଳିତ ବୋଲି କ’ଣ ପ୍ରମାଣ ରହିଛି? ଏହି ସମୟରେ ରୋହତଗୀ ସୁପ୍ରିମକୋର୍ଟ ରାଗିଣୀ ଦ୍ୱିବେଦୀଙ୍କୁ ଜାମିନ ଦେବା ବେଳେ ପ୍ରଦାନ କରିଥିବା ରାୟର ୭ମ ପାରାଗ୍ରାଫ ପଢ଼ିଥିଲେ।

ଏନସିବି ଡ୍ରଗ୍ସ ଚାଲାଣ ପାଇଁ ଆର୍ଥିକ କାରବାର ହୋଇଥିବା କହିଥିଲେ। ଏହାକୁ କାଉଣ୍ଟର କରି ରୋହତଗୀ କହିଥିଲେ, ଆର୍ଯ୍ୟନ ଓ ଅଚିତଙ୍କ ମଧ୍ୟରେ ଅନଲାଇନ ପୋକର ପାଇଁ କେବଳ ଆର୍ଥିକ ନେଣଦେଣ କଥା ହୋଇଥିଲା। ଏହାକୁ ଡ୍ରଗ୍ସ କାରବାର ସମ୍ପର୍କିତ ଆର୍ଥିକ ବେପାର ଭାବେ ଦର୍ଶାଯାଉଛି।

ଗଞ୍ଜେଇ ବା cannabis ଆମେରିକା ଓ ଅନ୍ୟ ଦେଶରେ ବ୍ୟାନ ହୋଇନି। ଏହାର ମେଡିକାଲ ଉପକାରିତା ରହିଛି। ଏହାକୁ ଆପଣ ଯଦି ନିୟମିତ ସେବନ କରୁଛନ୍ତି କିମ୍ବା ରଖିଛନ୍ତି,ତା’ହେଲେ ଆପଣଙ୍କୁ ରିହାବକୁ ଯିବାକୁ ପଡ଼ିବ। ସେହିପରି ବ୍ୟାନ ହୋଇ ନଥିବା ଦେଶରେ ଏହା ରୋଗ ପ୍ରତିରୋଧକ ଭାବେ ମଧ୍ୟ ବ୍ୟବହାର ହେଉଛି।

ଏପରି ସ୍ଥିତିରେ କେମିତି ଆର୍ଯ୍ୟନଙ୍କ ପୁରୁଣା ଗଞ୍ଜେଇ ଚାଟକୁ ନେଇ ଏବେ ମାମଲା ହେବ? ଆପଣ ଯଦି ଏନଡିପିଏସ୍‌ ଆକ୍ଟର ସେକସନ ୨୯ ସହ ୮ସି, ୨୦ ଓ ୨୭କୁ ମିଶାଇବେ, ତା’ହେଲେ ଷଡ଼ଯନ୍ତ୍ର ପାଇଁ କେବଳ ଗୋଟିଏ ବର୍ଷ ଜେଲଦଣ୍ଡର ପ୍ରାବଧାନ ରହିଛି। ଆର୍ଯ୍ୟନଙ୍କ କେସ୍‌ରେ ଷଡ଼ଯନ୍ତ୍ର ମଧ୍ୟ ହୋଇନି।

ନିକଟରେ ନିଶା ସେବନ କରୁଥିବା ଲୋକଙ୍କୁ ଅପରାଧୀ ନୁହେଁ ବରଂ ପୀଡ଼ିତ ଭାବେ ବିବେଚନା କରିବାକୁ ସାମାଜିକ ନ୍ୟାୟ ମନ୍ତ୍ରଣାଳୟ ପରାମର୍ଶ ଦେଇଛି। ତେଣୁ ଏପରି ସ୍ଥିତିରେ ଆର୍ଯ୍ୟନଙ୍କୁ କେମିତି ଜାମିନ ମିଳିବନି ବୋଲି ସେ ପ୍ରଶ୍ନ କରିଥିଲେ। ସମୟ ୬.୩୦ ହୋଇ ଯାଇଥିବାରୁ କୋର୍ଟ ଜାମିନର ଶୁଣାଣିକୁ କାଲି ଯାଏ ଘୁଞ୍ଚାଇ ଦେଇଛନ୍ତି। କାଲି ଆର୍ଯ୍ୟନଙ୍କ ସହ ତାଙ୍କ ସହ ଗିରଫ ହୋଇଥିବା ଅରବଜା ଓ ମୁନମୁନଙ୍କ ଜାମିନ ଆବେଦନର ମଧ୍ୟ ଶୁଣାଣି ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story