କରୋନା ତାଣ୍ଡବ: ଏହି ବିଶ୍ୱବିଦ୍ୟାଳୟରେ ଭାଇରସ ନେଲାଣି ୪୪ ଜୀବନ

ଲକ୍ଷ୍ନୌ: ମହାମାରୀ କରୋନାର ଦ୍ୱିତୀୟ ଲହର ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ (ଏମୟୁ)ରେ ହଇଚଇ ସୃଷ୍ଟି କରିଛି। ମହାମାରୀରେ ଆକ୍ରାନ୍ତ ହୋଇ ବିଶ୍ୱବିଦ୍ୟାଳୟର ୪୪ ଜଣ ସଦସ୍ୟ ପ୍ରାଣ ହରାଇ ସାରିଲେଣି। ମୃତକଙ୍କ ମଧ୍ୟରେ ୧୯ ଜଣ ପ୍ରଫେସର ଓ ୨୫ ଜଣ ନନ୍‌ ଟିଚିଂ ଷ୍ଟାଫ ଅଛନ୍ତି। ଦିନକୁ ଦିନ ସ୍ଥିତି ବିଗୁଡ଼ୁଥିବାରୁ ଏମୟୁର କୁଳପତି ତାରିକ୍ ମନସୁର ଆଇସିଏମଆରକୁ ଚିଠି ଆଲିଗଡ଼ର ସିଭିଲ ଲାଇନ୍ସ ଅଞ୍ଚଳରେ କୋଭିଡ-୧୯ର କୌଣସି ଘାତକ ଭ୍ୟାରିଆଣ୍ଟ କାୟା ବିସ୍ତାର କରିଥିବା […]

AMU

AMU

Hemant Lenka
  • Published: Tuesday, 11 May 2021
  • Updated: 11 May 2021, 09:15 PM IST

Sports

Latest News

ଲକ୍ଷ୍ନୌ: ମହାମାରୀ କରୋନାର ଦ୍ୱିତୀୟ ଲହର ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ (ଏମୟୁ)ରେ ହଇଚଇ ସୃଷ୍ଟି କରିଛି। ମହାମାରୀରେ ଆକ୍ରାନ୍ତ ହୋଇ ବିଶ୍ୱବିଦ୍ୟାଳୟର ୪୪ ଜଣ ସଦସ୍ୟ ପ୍ରାଣ ହରାଇ ସାରିଲେଣି। ମୃତକଙ୍କ ମଧ୍ୟରେ ୧୯ ଜଣ ପ୍ରଫେସର ଓ ୨୫ ଜଣ ନନ୍‌ ଟିଚିଂ ଷ୍ଟାଫ ଅଛନ୍ତି।

ଦିନକୁ ଦିନ ସ୍ଥିତି ବିଗୁଡ଼ୁଥିବାରୁ ଏମୟୁର କୁଳପତି ତାରିକ୍ ମନସୁର ଆଇସିଏମଆରକୁ ଚିଠି ଆଲିଗଡ଼ର ସିଭିଲ ଲାଇନ୍ସ ଅଞ୍ଚଳରେ କୋଭିଡ-୧୯ର କୌଣସି ଘାତକ ଭ୍ୟାରିଆଣ୍ଟ କାୟା ବିସ୍ତାର କରିଥିବା ଆଶଙ୍କା କରିଛନ୍ତି। ଏଥିପାଇଁ ଏଠାରୁ ନମୁନା ନେଇ ଜିନୋମ ସିକ୍ୱେନସିଂ କରିବାକୁ ଅନୁରୋଧ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଆଲିଗଡ଼ ମୁସଲିମ୍ ବିଶ୍ୱବିଦ୍ୟାଳୟର କବରସ୍ତାନରେ କରୋନାରେ ସଂକ୍ରମିତ ଏମୟୁ କର୍ମଚାରୀମାନଙ୍କ ଶବରେ ପୂରିବାକୁ ବସିଲାଣି। ଆଜି ଏମୟୁର ମେଡିସିନ ବିଭାଗର ପ୍ରଫେସର ଶୋଏବ ଜହିର କରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଛନ୍ତି। ଆଜି ତାଙ୍କ ମୃତଦେହକୁ ଶ୍ମଶାନରେ ପୋତା ଯାଇଛି। ଗତ ୨୦ ଦିନ ମଧ୍ୟରେ ଜୀବନ ହରାଇଥିବା ସମସ୍ତ କର୍ମଚାରୀ ଓ ପ୍ରଫେସରଙ୍କ ଶବକୁ ଏମୟୁ କବରସ୍ତାନରେ ସମାଧି ଦିଆଯାଇଛି।

ରାଜନୀତି ବିଜ୍ଞାନର ପ୍ରଫେସର ଆରଶି ଖାନ କହିଛନ୍ତି, ବିଶ୍ୱବିଦ୍ୟାର ଶ୍ମଶାସନ ଏବେ ଶବରେ ପୂରି ଗଲାଣି। ଏହା ବହୁତ ବଡ଼ ଟ୍ରାଜେଡି। ଅନେକ ବଡ଼ବଡ଼ ଡାକ୍ତର, ବରିଷ୍ଠ ପ୍ରଫେସରଙ୍କ ସମେତ ଜଣେ ଡିନ୍‌ ଓ ଜଣେ ଅଧ୍ୟକ୍ଷ କରୋନାରେ ଆକ୍ରାନ୍ତରେ ପ୍ରାଣ ହରାଇ ସାରିଲେଣି। ଯୁବକ ଓ ଫିଟ୍‌ ଥିବା ଲୋକମାନେ ମଧ୍ୟ ପ୍ରାଣ ହରାଇବା ସମସ୍ତଙ୍କୁ ଚିନ୍ତାରେ ପକାଇଛି।

ଏମୟୁ ମୁଖପାତ୍ର କହିଛନ୍ତି ଯେ କରୋନାର ପ୍ରଥମ ଲହରରେ ଏପରି ସ୍ଥିତି ସୃଷ୍ଟି ହୋଇ ନଥିଲା। କିନ୍ତୁ ଦ୍ୱିତୀୟ ଲହରରେ ସବୁ କିଛି ବିଗିଡ଼ି ଯାଇଛି। ଦ୍ୱିତୀୟ ଲହରରେ ମୃତ୍ୟୁସଂଖ୍ୟା ବଢ଼ିବା ଚିନ୍ତାର ବିଷୟ। କୋଭିଡ ସହ ଲଢ଼େଇରେ ଏଏମୟୁ ଅଗ୍ରଣୀ ଭୂମିକା ନିର୍ବାହ କରିଥିଲା। ହେଲେ ଏବେ ଏଏମୟୁରେ କରୋନା ତା’ର କହର ବିସ୍ତାର କରିବାରେ ଲାଗିଛି।

ଏଏମୟୁରେ ପ୍ରାୟ ୩୦ ହଜାର ଶିକ୍ଷାର୍ଥୀ ପାଠପଢ଼ନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୧୬ ହଜାର ଶିକ୍ଷାର୍ଥୀ ବିଶ୍ୱବିଦ୍ୟାଳୟର ୧୯ଟି ହଷ୍ଟେଲରେ ରୁହନ୍ତି। ପୂର୍ବରୁ ବିଶ୍ୱବିଦ୍ୟାଳୟ ବନ୍ଦ ହେବା ପରେ ମଧ୍ୟ ବହୁ ସଂଖ୍ୟକ ଛାତ୍ର, ଗବେଷକ ସ୍କଲାର, ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଶିକ୍ଷାର୍ଥୀମାନେ ହଷ୍ଟେଲରେ ରହିଥିଲେ। କିନ୍ତୁ ଏବେ କରୋନା ମୃତ୍ୟୁକୁ ଦେଖି ସେମାନେ ଭୟରେ ହଷ୍ଟେଲ ଖାଲି କରି ଚାଲି ଯାଉଛନ୍ତି।

ଏଏମୟୁର ବିଏମ ହଷ୍ଟେଲରେ ରହୁଥିବା ଜଣେ ଛାତ୍ର ସଲମାନ କମର କହିଛନ୍ତି ଯେ ୪୫୦ ଜଣ ଶିକ୍ଷାର୍ଥୀ ରହିବାର କ୍ଷମତା ଥିବା ହଷ୍ଟେଲରେ ଏବେ କେବଳ ୫୦ରୁ ୬୦ ଜଣ ଛାତ୍ର ଅଛନ୍ତି। କିଛି ପିଏଚଡି ଓ ଥେସିସ ଦାଖଲ କରିବାକୁ ଥିବା ଶିକ୍ଷାର୍ଥୀମାନେ ବାଧ୍ୟ ହୋଇ ଏଠାରେ ରହିଛନ୍ତି। ପ୍ରତିଦିନ ସମସ୍ତଙ୍କ ବାପା ମା’ ଫୋନ କରି ଘରକୁ ଆସିବାକୁ ଶିକ୍ଷାର୍ଥୀଙ୍କୁ କହୁଛନ୍ତି। ହେଲେ କାମ ସରି ନଥିବାରୁ ସେମାନେ ହଷ୍ଟେଲ ଛାଡ଼ି ପାରୁ ନଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos