ସଚିନ ପାଇଲଟଙ୍କୁ ଗଦ୍ଦାର କହି ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ

ନୂଆଦିଲ୍ଲୀ: ଗୁଜରାଟରେ ଆଗକୁ ବିଧାନସଭା ନିର୍ବାଚନ ହେବ। ହେଲେ ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସରେ ଝଡ଼ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ତାଙ୍କର ପୂର୍ବତନ ଡେପୁଟି ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଆଜି ବିସ୍ଫୋରକ ରୂପ ନେଇଛି। ଗୋଟିଏ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ବେଳେ ଗେହଲଟ ସିଧାସଳଖ ସଚିନ ପାଇଲଟଙ୍କୁ ଗଦ୍ଦାର କହିଛନ୍ତି। ଜଣେ ଗଦ୍ଦାର କେବେ ହେଲେ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ ବୋଲି ମଧ୍ୟ ସେ କହିଛନ୍ତି। କିଛି ଦିନ […]

sachin

sachin

Hemant Lenka
  • Published: Thursday, 24 November 2022
  • Updated: 24 November 2022, 06:15 PM IST

Sports

Latest News

ନୂଆଦିଲ୍ଲୀ: ଗୁଜରାଟରେ ଆଗକୁ ବିଧାନସଭା ନିର୍ବାଚନ ହେବ। ହେଲେ ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସରେ ଝଡ଼ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ତାଙ୍କର ପୂର୍ବତନ ଡେପୁଟି ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଆଜି ବିସ୍ଫୋରକ ରୂପ ନେଇଛି।

ଗୋଟିଏ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ବେଳେ ଗେହଲଟ ସିଧାସଳଖ ସଚିନ ପାଇଲଟଙ୍କୁ ଗଦ୍ଦାର କହିଛନ୍ତି। ଜଣେ ଗଦ୍ଦାର କେବେ ହେଲେ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ ବୋଲି ମଧ୍ୟ ସେ କହିଛନ୍ତି।

କିଛି ଦିନ ତଳେ ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ହେବେ ବୋଲି ପ୍ରଚାର ହେବାରୁ ଗେହଲଟଙ୍କ ସପକ୍ଷରେ ଥିବା ୯୦ ବିଧାୟକ ଦଳ ବିରୋଧରେ ବିଦ୍ରୋହ ଘୋଷଣା କରିବେ ବୋଲି ଧମକ ଦେଇଥିଲେ। ଦୁଇ ବର୍ଷ ତଳେ ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ହେବାକୁ ଆଶା କରି ଗେହଲଟଙ୍କ ବିରୋଧରେ କିଛି ବିଧାୟକଙ୍କୁ ଧରି ଦିଲ୍ଲୀରେ ଡେରା ପକାଇଥିଲେ।

ଏହି ସବୁ ପ୍ରସଙ୍ଗକୁ ଯୋଡ଼ି ସଚିନଙ୍କ ଉପରେ ଆଜି ବର୍ଷିଛନ୍ତି ଗେହଲଟ। ଏଥିସହ ସଚିନ ପାଇଲଟ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ମିଶି କଂଗ୍ରେସ ସରକାରକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲେ ବୋଲି ଗେହଲଟ କହିଛନ୍ତି।

ଏନଡିଟିଭିର ସାମ୍ବାଦିକ ଶ୍ରୀନିବାସନ ଜୈନ ଯେତେବେଳେ ଗେହଲଟଙ୍କୁ ପଚାରି ଥିଲେ ଯେ କାହିଁକି ବିଧାୟକମାନେ ବିଦ୍ରୋହ ଘୋଷଣା କରିବାକୁ ବାହାରିଥିଲେ? ଏହାର ଉତ୍ତରରେ ଗେହଲଟ କହିଛନ୍ତି, “ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ହେବେ ବୋଲି ପ୍ରଚାର ହେବାରୁ ବିଧାୟକମାନେ ଏହାକୁ ବିରୋଧ କରିଥିଲେ।

ସେ ନିଜେ ମଧ୍ୟ ମୁଖ୍ୟମନ୍ତ୍ରୀ ହେବା ଭଳି ଆଚରଣ ପ୍ରଦର୍ଶନ କରିଥିଲେ। ତେଣୁ ଲୋକମାନେ ଭାବିଥିଲେ ସେ ମୁଖ୍ୟମନ୍ତ୍ରୀ ହେବେ। ପାଇଲଟ ଅଧିକାଂଶ ବିଧାୟକଙ୍କୁ କହିଥିଲେ ଯେ ସବୁ କିଛି ହାଇକମାଣ୍ଡଙ୍କ ଉପରେ ଛାଡ଼ି ଦିଆଯାଉ ଓ ଅବଜର୍ଭର ଆସି ବିଧାୟକଙ୍କ ମତ ନେବେ।

ତେଣୁ ବିଧାୟକମାନେ ଭାବିଲେ ଯେ ଗୋଟିଏ ଧାଡ଼ିର ସଂକଳ୍ପ ଆସିବ ଓ ପାଇଲଟ ଦିନକ ପରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏଥିପାଇଁ ସମସ୍ତେ ଏକାଠି ହୋଇ ଏହାକୁ ବିରୋଧ କରିଥିଲେ।”

ପାଇଲଟ ମୁଖ୍ୟମନ୍ତ୍ରୀ ହେଲେ ଅସୁବିଧା କ’ଣ? ଗେହଲଟ କହିଛନ୍ତି, “ସମସ୍ୟା ହେଉଛି ଯେ ସେ ସରକାରକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ଏଥିରେ ଅମିତ ଶାହ ଓ ଧର୍ମେନ୍ଦ୍ର ପ୍ରଧାନ ହାତ ମିଳାଇଥିଲେ। ସମସ୍ତେ ଦିଲ୍ଲୀରେ ବୈଠକ କରିଥିଲେ। ଆମର କିଛି ବିଧାୟକ ମଧ୍ୟ ବୈଠକକୁ ଯାଇଥିଲେ।

କିଛି ବୈଠକକୁ ଯାଇଥିବା ବେଳେ ଆଉ କିଛି ମାନସେରରେ ୩୪ ଦିନ ଗୋଟିଏ ରସର୍ଟରେ ରହିଥିଲେ। ତେଣୁ ଆମ ବିଧାୟକମାନେ ରାଗି ଯାଇଥିଲେ। ସେମାନେ କହିଥିଲେ ଯେ ରାଜ୍ୟର କଂଗ୍ରେସ ମୁଖିଆ ବିରୋଧୀଙ୍କ ପାଖକୁ ଯାଇ ନିଜ ସରକାରକୁ ଭାଙ୍ଗିବାକୁ ଚାହୁଁଛନ୍ତି। ବିଦ୍ରୋହ ସମୟରେ ପାଇଲଟ ଡେପୁଟି ସିଏମ ମଧ୍ୟ ଥିଲେ। ଏମିତି ଘଟଣା ଦେଶ ଇତିହାସରେ କେବେ ହେଲେ ପୂର୍ବରୁ ଘଟି ନଥିଲା।”

ଯଦି ପାଇଲଟଙ୍କୁ ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ କରିବେ,ତା’ହେଲେ ଆପଣ କ’ଣ କରିବେ? ଏହାର ଉତ୍ତରେ ସେ କହିଛନ୍ତି, “ କେବେ ହେଲେ ନୁହେଁ। ତାଙ୍କୁ କେହି ବି ମୁଖ୍ୟମନ୍ତ୍ରୀ କରିପାରିବେ ନାହିଁ। ନିଶ୍ଚିତ କିଛି ବୁଝାମଣାରେ ତ୍ରୁଟି ରହିଛି। କେମିତି ହାଇକମାଣ୍ଡ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବେ?

ସେ ଦଳକୁ ଧୋକା ଦେଇଥିଲେ। ତାଙ୍କୁ ଧୋକାବାଜ କୁହାଯାଉଛି। ଯାହାଙ୍କ ପାଖରେ ୧୦ ଜଣ ବିଧାୟକ ନାହାନ୍ତି, ସେ କେମିତି ମୁଖ୍ୟମନ୍ତ୍ରୀ ହେବେ? ସେ ଦଳ ସହ ଧୋକା କରିଛନ୍ତି। ସେ ଜଣେ ଗଦ୍ଦାର। କେମିତି ଜଣେ ଗଦ୍ଦାରଙ୍କୁ ଲୋକେ ଗ୍ରହଣ କରିବେ?

ବିଜେପି ସହ ତାଙ୍କର ଲିଙ୍କ ରହିଥିଲା। ବିଜେପି ପକ୍ଷରୁ ପୂରା ଖେଳ ପାଇଁ ୧୦ କୋଟି ଟଙ୍କା ଦିଆଯାଇଥିଲା। ମୋ ପାଖରେ ଏହାର ପ୍ରମାଣ ଅଛି। କିଛି ଜଣଙ୍କୁ ୫ କୋଟି ତ ଆଉ କିଛି ଜଣଙ୍କୁ ୧୦ କୋଟି ଦିଆଯାଇଥିଲା। ଦିଲ୍ଲୀର ବିଜେପି ଅଫିସରୁ ଟଙ୍କା ସଂଗ୍ରହ ହୋଇଥିଲା। ଅନେକ ସେଠାରୁ ଟଙ୍କା ଆଣିଥିଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story