ପଛକୁ ପଛ ପିଟି ହୋଇ ୩୦ ଗାଡ଼ି ଭଙ୍ଗାରୁଜା, ରାସ୍ତା ଜାମ

ପୁଣେ: ପୁଣେର ନାଭାଲେ ବ୍ରିଜରେ ବଡ଼ଧରଣର ଦୁର୍ଘଟଣା ଘଟିଛି। ପଛକୁ ପଛ ପିଟି ପ୍ରାୟ ୩୦ଟି ଗାଡ଼ି ଗୁରୁତର କ୍ଷତି ଘଟିଛି। ଦୁର୍ଘଟଣାରେ ମୃତାହତଙ୍କ ସଂଖ୍ୟା ଜଣାପଡ଼ି ନାହିଁ। ଘଟଣାସ୍ଥଳରେ ଦମକଳବାହିନୀ ନିୟୋଜିତ ଅଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗାଡ଼ି ଗୁଡ଼ିକ ଦୁର୍ଘଟଣାଗ୍ରସ୍ତ ହୋଥିବାରୁ ପ୍ରବଳ ଟ୍ରାଫିକ୍ ଜାମ ହୋଇଛି। ବାଙ୍ଗାଲୋର-ମୁମ୍ବାଇ ଜାତୀୟ ରାଜପଥର ନାଭାଲେ ବ୍ରିଜ୍‌ ଉପରେ ଏହି ଦୁର୍ଘଟଣା ଘଟିଛି। ଏହି ରାଜପଥରେ ଗାଡ଼ି ଗୁଡ଼ିକ ହାଇସ୍ପିଡ୍‌ରେ ଚଳପ୍ରଚଳ କରନ୍ତି। ଅନ୍ୟପଟେ ଜାତୀୟ ରାଜପଥଟି ସବୁବେଳେ ଭିଡ଼ ରୁହେ। ଉକ୍ତ ରାଜପଥ ଗଡାଣିଆ ହୋଇଥିବାବେଳେ ଗାଡିଗୁଡିକ ଅତି ଦ୍ରୁତ ଗତିରେ ଯାତାୟାତ କରିଥାଏ। ତେଣୁ ସବୁବେଳେ ଏଠାରେ ଦୁର୍ଘଟଣା ଘଟିଥାଏ।  ଦୁର୍ଘଟଣା ପରେ ଅପ୍ରିତୀକର ପରିସ୍ଥତି ସୃଷ୍ଟି ହୋଇଛି। ରାସ୍ତା ଜାମ ଯୋଗୁ ବୁହୁ ଲୋକେ ଫସିଯାଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।