ଅଟୋରେ ଭୟଙ୍କର ବିସ୍ଫୋରଣ ପରେ ଲୋକେ ଛାନିଆ, ଶାନ୍ତ ରହିବାକୁ ନିବେଦନ

ମାଙ୍ଗାଲୁରୁ: କର୍ଣ୍ଣାଟକାର ମାଙ୍ଗାଲୁରୁରେ ଆଜି ସନ୍ଦେହଜନକ ଭାବେ ଗୋଟିଏ ଯାତ୍ରୀବାହୀ ଅଟୋରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ ପଛରେ ଆତଙ୍କବାଦୀ କାର୍ଯ୍ୟକଳାପ ଥିବା ସନ୍ଦେହ କରି ଲୋକମାନେ ଛାନିଆ ହୋଇ ଯାଇଛନ୍ତି। କିନ୍ତୁ ପୁଲିସ୍‌ ଲୋକଙ୍କୁ ଶାନ୍ତ ରହିବାକୁ ନିବେଦନ କରିଛି। ତଦନ୍ତ ନ ସରିବା ଯାଏ କେହି ବି କୌଣସି ପ୍ରକାରର ଗୁଜବ ପ୍ରଚାର କରନ୍ତୁ ନାହିଁ ବୋଲି ପୁଲିସ୍‌ ଅନୁରୋଧ କରିଛି। ଏହି ବିସ୍ଫୋରଣ ଘଟଣରେ ଅଟୋରେ ଥିବା ଡ୍ରାଇଭର ଓ ଜଣେ […]

blast

blast

Hemant Lenka
  • Published: Saturday, 19 November 2022
  • Updated: 19 November 2022, 09:00 PM IST

Sports

Latest News

ମାଙ୍ଗାଲୁରୁ: କର୍ଣ୍ଣାଟକାର ମାଙ୍ଗାଲୁରୁରେ ଆଜି ସନ୍ଦେହଜନକ ଭାବେ ଗୋଟିଏ ଯାତ୍ରୀବାହୀ ଅଟୋରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ ପଛରେ ଆତଙ୍କବାଦୀ କାର୍ଯ୍ୟକଳାପ ଥିବା ସନ୍ଦେହ କରି ଲୋକମାନେ ଛାନିଆ ହୋଇ ଯାଇଛନ୍ତି। କିନ୍ତୁ ପୁଲିସ୍‌ ଲୋକଙ୍କୁ ଶାନ୍ତ ରହିବାକୁ ନିବେଦନ କରିଛି।

ତଦନ୍ତ ନ ସରିବା ଯାଏ କେହି ବି କୌଣସି ପ୍ରକାରର ଗୁଜବ ପ୍ରଚାର କରନ୍ତୁ ନାହିଁ ବୋଲି ପୁଲିସ୍‌ ଅନୁରୋଧ କରିଛି। ଏହି ବିସ୍ଫୋରଣ ଘଟଣରେ ଅଟୋରେ ଥିବା ଡ୍ରାଇଭର ଓ ଜଣେ ଯାତ୍ରୀ ଆହତ ହୋଇଛନ୍ତି।

ମାଙ୍ଗାଲୁରୁ ପୁଲିସ୍‌ ମୁଖ୍ୟ ଏନ ଶଶି କୁମାର କହିଛନ୍ତି, “ବିସ୍ଫୋରଣକୁ ନେଇ କେହି ବି ଆତଙ୍କିତ ହୁଅନ୍ତୁ ନାହିଁ। ନିର୍ଯାସରେ ଏବେ ଠାରୁ ପହଞ୍ଚିବା ଠିକ ନୁହେଁ। ଡ୍ରାଇଭର କହିଛନ୍ତି ଯେ ସେ ଗାଡ଼ିରୁ ନିଆଁ ବାହାରୁ ଥିବା ଦେଖିବାକୁ ପାଇଥିଲେ। ଉଭୟ ଡ୍ରାଇଭର ଓ ଯାତ୍ରୀ ଏବେ ଚିକିତ୍ସିତ ଅଛନ୍ତି। ସେମାନଙ୍କ ଅବସ୍ଥା ଗୁରୁତାର ଥିବାରୁ କିଛି କହି ପାରୁ ନାହାନ୍ତି। ଆମେ ଗୁଜବ ପ୍ରଚାର ନ କରିବାକୁ ଲୋକଙ୍କୁ ଅନୁରୋଧ କରୁଛୁ। ସେମାନେ ଆତଙ୍କିତ ନ ହୋଇ ଶାନ୍ତ ରୁହନ୍ତୁ। ତଦନ୍ତ ପରେ ସବୁ କିଛିର ସୂଚନା ଦିଆଯିବ।”


ସାମ୍ନାକୁ ଆସିଥିବା ଭିଡିଓରେ ବିସ୍ଫୋରଣ ଦୃଶ୍ୟ କଏଦ ହୋଇଛି। ମାଙ୍ଗାଲୁରୁର ଗୋଟିଏ ଜନଗହଳୀପୂର୍ଣ୍ଣ ଅଞ୍ଚଳରେ ଗାଡ଼ି ମୋଟର ଯିବା ଆସିବା କରୁଛି। ଏହି ସମୟରେ ଗୋଟିଏ ଅଟୋ ଆସି ରାସ୍ତା କଡ଼ରେ ଚାଲିଥିବା ନିର୍ମାଣାଧୀନ ବିଲଡିଂ ନିକଟରେ ଅଟକି ଥିଲା। ଅଟୋରେ ଜଣେ ଯାତ୍ରୀ ମଧ୍ୟ ଥିଲେ। ତେବେ କେହି କିଛି ବୁଝିବା ଆଗରୁ ଏହା ଭୟଙ୍କର ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଯୋଗୁ ଅଟୋଟି ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଛି।

କୁହାଯାଉଛି ଯେ ଅଟୋରେ ଥିବା ଯାତ୍ରୀ ଜଣଙ୍କ ପ୍ଲାଷ୍ଟିକ ବ୍ୟାଗ୍‌ ନେଇ ଯାଉଥିଲେ। ଏଥିପାଇଁ ବିସ୍ଫୋରଣ ପରେ ତୁରନ୍ତ ଗାଡ଼ିରେ ନିଆଁ ଲାଗି ଯାଇଥିଲା। ଫରେନ୍ସିକ ଟିମ୍‌ ଓ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି। ସେହିପରି ଯାତ୍ରୀ ଜଣଙ୍କ ବ୍ୟାଗରେ କେଉଁ ପ୍ରକାରର ପ୍ଲାଷ୍ଟିକ ନେଉଥିଲେ, ତା’ର ମଧ୍ୟ ତଦନ୍ତ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos