ବାବୁଲ ସୁପ୍ରିୟୋଙ୍କ ବଡ଼ ଦାବି, ବିଜେପି ଛାଡ଼ିବେ ୫ ବିଧାୟକ

କୋଲକାତା: ପଶ୍ଚିମବଙ୍ଗରେ କ୍ଷମତାସୀନ ଟିଏମସିର ନେତା ବାବୁଲ ସୁପ୍ରିୟୋ ବିଜେପିକୁ ବାଣ ମାରିଛନ୍ତି। ଏଥିସହ ବିଜେପି ଆଉ ୫ ବିଧାୟକ ଖୁବଶୀଘ୍ର ଟିଏମସିରେ ମିଶିବେ ବୋଲି ସେ ଦାବି କରିଛନ୍ତି। ବିଜେପି ଛାଡ଼ି ୩ ମାସ ତଳେ ଟିଏମସିରେ ମିଶିଥିବା ସୁପ୍ରିୟୋ ବଙ୍ଗାଳୀ ଭାଷାରେ ଟ୍ୱିଟ କରିଛନ୍ତି। ସେ କହିଛନ୍ତି, “ବିଜେପିରେ ଏବେ ଗୋଟିଏ ପରେ ଗୋଟିଏ ୱିକେଟ ଝଡ଼ିବାରେ ଲାଗିଛି। ଆଜି(ରବିବାର) ଆଉ ୫ ଜଣ ଚାଲିଗଲେ। ଶିବ ବାବୁ(ବିଜେପିର ଜାତୀୟ ସାଧାରଣ ସମ୍ପାଦକ ଶିବ […]

Babul-Supriyo

Babul-Supriyo

Hemant Lenka
  • Published: Monday, 27 December 2021
  • Updated: 27 December 2021, 01:53 PM IST

Sports

Latest News

କୋଲକାତା: ପଶ୍ଚିମବଙ୍ଗରେ କ୍ଷମତାସୀନ ଟିଏମସିର ନେତା ବାବୁଲ ସୁପ୍ରିୟୋ ବିଜେପିକୁ ବାଣ ମାରିଛନ୍ତି। ଏଥିସହ ବିଜେପି ଆଉ ୫ ବିଧାୟକ ଖୁବଶୀଘ୍ର ଟିଏମସିରେ ମିଶିବେ ବୋଲି ସେ ଦାବି କରିଛନ୍ତି। ବିଜେପି ଛାଡ଼ି ୩ ମାସ ତଳେ ଟିଏମସିରେ ମିଶିଥିବା ସୁପ୍ରିୟୋ ବଙ୍ଗାଳୀ ଭାଷାରେ ଟ୍ୱିଟ କରିଛନ୍ତି।

ସେ କହିଛନ୍ତି, “ବିଜେପିରେ ଏବେ ଗୋଟିଏ ପରେ ଗୋଟିଏ ୱିକେଟ ଝଡ଼ିବାରେ ଲାଗିଛି। ଆଜି(ରବିବାର) ଆଉ ୫ ଜଣ ଚାଲିଗଲେ। ଶିବ ବାବୁ(ବିଜେପିର ଜାତୀୟ ସାଧାରଣ ସମ୍ପାଦକ ଶିବ ପ୍ରକାଶ) ବର୍ତ୍ତମାନ କୈଳାସ ପର୍ବତକୁ ଚାଲିଯିବା ଦରକାର। ଆପଣ ଯଦି ବେଙ୍ଗଲୀ କ୍ରାବ୍ସ ଚାହୁଁଛନ୍ତି, ଯିଏ ଆପଣଙ୍କୁ ପଛରୁ ଟାଣି ଧରିବ, ତା’ହେଲେ ମୁରଲୀଧର ଗଳି(ବିଜେପି ରାଜ୍ୟ ମୁଖ୍ୟାଳୟ)କୁ ଚାଲି ଯାଆନ୍ତୁ।” ବାବୁଲ ଏପରି କହି ବିଜେପି ତାଚ୍ଛଲ୍ୟ କରିଛନ୍ତି।

ବିଜେପିର ୫ ବିଧାୟକ ମୁକୁତମୋନି ଅଧିକାରୀ, ସୁବ୍ରତ ଠାକୁର, ଅମ୍ବିକା ରୟ, ଅଶୋକ କୀରତାନି ଓ ଅସିମ ସରକାରଙ୍କୁ ବିଭିନ୍ନ କମିଟିରୁ ଶନିବାର ଦଳ ପକ୍ଷରୁ କାଢ଼ି ଦିଆଯାଇଥିଲା। ଏହାପରେ ସେମାନେ ରାଗରେ ବିଜେପି ହ୍ୱାଟସଆପ ଗ୍ରୁପରୁ ବାହାରି ଯାଇଛନ୍ତି। ତେଣୁ ସେମାନେ ଦଳ ଛାଡ଼ି ଟିଏମସିରେ ମିଶିବେ ବୋଲି କୁହାଯାଉଛି।

ଏହି ଖବର ପ୍ରଚାରିତ ହେବା ପରେ ଅମ୍ବିକା ରୟ ପୁଣିଥରେ ହ୍ୱାଟସଆପ୍‌ ଗ୍ରୁପ୍‌ରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ନିଜର ଭୁଲ ସ୍ୱୀକାର କରିଛନ୍ତି ଓ ବିଜେପି ପ୍ରତି ବିଶ୍ୱସ୍ତ ହୋଇ କାମ କରିବେ ବୋଲି କହିଛନ୍ତି। ତେବେ ଅନ୍ୟ ୪ ବିଧାୟକ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ୫ ଜଣ ବିଧାୟକ ପଶ୍ଚିମବଙ୍ଗର ଅନୁସୂଚିତ ଜାତି ବର୍ଗର। ସମସ୍ତେ ମତୁଆ ସଂପ୍ରଦାୟର। ସେମାନଙ୍କ ସଂଖ୍ୟା ରାଜ୍ୟରେ ବେଶ ଅଧିକ। ତେଣୁ ସେମାନେ ଟିଏମସିରେ ମିଶିଲେ, ଦଳକୁ ଆହୁରି ଫାଇଦା ମିଳିବ ବୋଲି ଆଶା କରାଯାଉଛି। ଟିଏମସି ନେତା ମମତା ବଳ ଠାକୁର କହିଛନ୍ତି ଯେ ସୁବ୍ରତ ଠାକୁର ଦଳରେ ଖୁବଶୀଘ୍ର ସାମିଲ ହେବେ। ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତ ଶେଷ ହୋଇଥିବା ସେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos