ଦୁର୍ଗାପୂଜା ପାଇଁ ସବୁ କଟକଣା ହଟାଇଲେ ଦିଦି

କୋଲକାତା: ପାର୍ବଣରେ କରୋନା ସଂକ୍ରମଣ ବ୍ୟାପିବାର ଅଧିକ ଆଶଙ୍କା ଥିବାରୁ କେନ୍ଦ୍ର ସରକାର ସମସ୍ତଙ୍କୁ କଟକଣା ଲାଗୁ କରିବାକୁ କହିଛନ୍ତି। ଓଡ଼ିଶା ଭଳି ଅନେକ ରାଜ୍ୟ ଦୁର୍ଗାପୂଜାରେ ଭିଡ଼ ହେବା ଆଶଙ୍କାରେ ନାଇଟ କର୍ଫ୍ୟୁକୁ ଆହୁରି କଡ଼କାଡ଼ି କରିଛନ୍ତି। ହେଲେ ପଶ୍ଚିମବଙ୍ଗ ସରକାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିବା ଭଳି ନିଷ୍ପତ୍ତି ନେଇଛନ୍ତି। ଆଗକୁ ଦୁର୍ଗାପୂଜା ଥିବାରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ସରକାର ରାଜ୍ୟରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି। ଦୁର୍ଗାପୂଜା ଅର୍ଥାତ ଅକ୍ଟୋବର […]

Durga-Puja

Durga-Puja

Hemant Lenka
  • Published: Thursday, 30 September 2021
  • Updated: 30 September 2021, 08:41 PM IST

Sports

Latest News

କୋଲକାତା: ପାର୍ବଣରେ କରୋନା ସଂକ୍ରମଣ ବ୍ୟାପିବାର ଅଧିକ ଆଶଙ୍କା ଥିବାରୁ କେନ୍ଦ୍ର ସରକାର ସମସ୍ତଙ୍କୁ କଟକଣା ଲାଗୁ କରିବାକୁ କହିଛନ୍ତି। ଓଡ଼ିଶା ଭଳି ଅନେକ ରାଜ୍ୟ ଦୁର୍ଗାପୂଜାରେ ଭିଡ଼ ହେବା ଆଶଙ୍କାରେ ନାଇଟ କର୍ଫ୍ୟୁକୁ ଆହୁରି କଡ଼କାଡ଼ି କରିଛନ୍ତି। ହେଲେ ପଶ୍ଚିମବଙ୍ଗ ସରକାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିବା ଭଳି ନିଷ୍ପତ୍ତି ନେଇଛନ୍ତି।

ଆଗକୁ ଦୁର୍ଗାପୂଜା ଥିବାରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ସରକାର ରାଜ୍ୟରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି। ଦୁର୍ଗାପୂଜା ଅର୍ଥାତ ଅକ୍ଟୋବର ୧୦ରୁ ୨୦ ତାରିଖ ଯାଏ ବେଙ୍ଗଲରେ କୌଣସି ପ୍ରକାରର କଟକଣା ରହିବ ନାହିଁ। ଲୋକମାନେ ନିଜ ଇଚ୍ଛା ଅନୁସାରେ ଯିବା ଆସିବା କରିପାରିବେ ବୋଲି ଆଜି ଅକ୍ଟୋବର ମାସର ଗାଇଡଲାଇନ ଜାରି କରି ପଶ୍ଚିମବଙ୍ଗ ସରକାର କହିଛନ୍ତି।

ସରକାର ଜାରି କରିଥିବା ବିଜ୍ଞପ୍ତିରେ କହିଛନ୍ତି, ପୂର୍ବରୁ ରାଜ୍ୟରେ ରାତି ୧୧ଟାରୁ ସକାଳ ୫ଟା ଯାଏ କର୍ଫ୍ୟୁ ଲାଗୁ ହେଉଥିଲା। କେବଳ ଜରୁରୀ ଓ ଅନୁମତିପ୍ରାପ୍ତ ଲୋକଙ୍କୁ ଛାଡ଼ି ଆଉ ସବୁ କିଛି ବନ୍ଦ ରହୁଥିଲା। କିନ୍ତୁ ପୂଜାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି।


ଅକ୍ଟୋବର ୧୦ରୁ ୨୦ ତାରିଖ ଯାଏ ରାତି ୧୧ରୁ ଭୋର ୫ଟା ଯାଏ ଲାଗୁଥିବା କର୍ଫ୍ୟୁକୁ ହଟାଇ ଦେଇଛନ୍ତି। ଏହି ସମୟସୀମାରେ ଲୋକମାନେ ବିନା ବାଧାରେ ଯିବା ଆସିବା କରିପାରିବେ। ତେବେ ସମସ୍ତଙ୍କୁ କରୋନା କଟକଣା ମାନିବାକୁ ପଡ଼ିବ। ସମସ୍ତେ ମାସ୍କ ଓ ସାମାଜିକ ଦୂରତା ରକ୍ଷା କରି ପୂଜା ବୁଲି ପାରିବେ। ସେହିପରି ସେପ୍ଟେମ୍ବର ମାସରେ ଜାରି କରାଯାଇଥିବା ଗାଇଡଲାଇନ ଅକ୍ଟୋବର ମାସରେ ମଧ୍ୟ ବଳବତ୍ତର ରହିବ ବୋଲି ସରକାର କହିଛନ୍ତି।

ଏହାର ଅର୍ଥ ଲୋକାଲ ଟ୍ରେନ ପୂର୍ବଭଳି ବନ୍ଦ ରହିବ। କିନ୍ତୁ ମେଟ୍ରୋ ସେବା ଅକ୍ଟୋବରରେ ଜାରି ରହିବ। ସେହିପରି ରାଜ୍ୟରେ କୌଣସି ପ୍ରକାରର ସାମାଜିକ, ଧାର୍ମିକ ଓ ରାଜନୀତିକ ସମାବେଶ ହୋଇପାରିବ ନାହିଁ।

ସୂଚନାଯୋଗ୍ୟ, ଅକ୍ଟୋବର ୧୦ରୁ ୧୫ ଯାଏ ଦୁର୍ଗାପୂଜା ପାଳନ ହେବାକୁ ଥିବା ବେଳେ ୨୦ ତାରିଖରେ ଲକ୍ଷ୍ମୀପୂଜା ପଡ଼ୁଛି। କୋଲକାତାରେ ଦୁର୍ଗାପୂଜା ବେଶ ପ୍ରସିଦ୍ଧ। ବିଭିନ୍ନ ରାଜ୍ୟରୁ ଲୋକମାନେ ପୂଜାବେଳେ ଏଠାକୁ ଆସନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos