ଜୁଲାଇ ୩୦ ଯାଏ ବଢ଼ିଲା କରୋନା କଟକଣା, କିନ୍ତୁ..

କୋଲକାତା: ଏକାଧିକ କ୍ଷେତ୍ରରେ ଆହୁରି କୋହଳ ନୀତି ଅବଲମ୍ବନ କରି ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଜାରି କରୋନା କଟକଣାକୁ ୩୦ ଜୁଲାଇ ଯାଏ ବୃଦ୍ଧି କରିଛନ୍ତି। ପୂର୍ବରୁ ଲାଗୁ ହୋଇଥିବା କଟକଣାକୁ ଜୁନ୍‌ ୨୮ରେ ପଶ୍ଚିମବଙ୍ଗ ସରକାର ଜୁଲାଇ ୧୫ ଯାଏ ବୃଦ୍ଧି କରିଥିଲେ। କାଲି ସକାଳୁ ଏହି ଅବଧି ଶେଷ ହେଉଥିବାରୁ ଆଜି ଏହାକୁ ଜୁଲାଇ ୩୦ ଯାଏ ବୃଦ୍ଧି କରିଛନ୍ତି। ନୂଆ ଗାଇଡଲାଇନ ଅନୁଯାୟୀ, ରାଜ୍ୟରେ ଥିବା ବ୍ୟାଙ୍କଗୁଡ଼ିକ ଏଣିକି ଦିନ ୧୦ଟାରୁ ଅପରାହ୍ନ […]

WB

WB

Hemant Lenka
  • Published: Wednesday, 14 July 2021
  • Updated: 14 July 2021, 08:18 PM IST

Sports

Latest News

କୋଲକାତା: ଏକାଧିକ କ୍ଷେତ୍ରରେ ଆହୁରି କୋହଳ ନୀତି ଅବଲମ୍ବନ କରି ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଜାରି କରୋନା କଟକଣାକୁ ୩୦ ଜୁଲାଇ ଯାଏ ବୃଦ୍ଧି କରିଛନ୍ତି। ପୂର୍ବରୁ ଲାଗୁ ହୋଇଥିବା କଟକଣାକୁ ଜୁନ୍‌ ୨୮ରେ ପଶ୍ଚିମବଙ୍ଗ ସରକାର ଜୁଲାଇ ୧୫ ଯାଏ ବୃଦ୍ଧି କରିଥିଲେ। କାଲି ସକାଳୁ ଏହି ଅବଧି ଶେଷ ହେଉଥିବାରୁ ଆଜି ଏହାକୁ ଜୁଲାଇ ୩୦ ଯାଏ ବୃଦ୍ଧି କରିଛନ୍ତି।

ନୂଆ ଗାଇଡଲାଇନ ଅନୁଯାୟୀ, ରାଜ୍ୟରେ ଥିବା ବ୍ୟାଙ୍କଗୁଡ଼ିକ ଏଣିକି ଦିନ ୧୦ଟାରୁ ଅପରାହ୍ନ ୩ଟା ଯାଏ ଖୋଲିବ। ମେଟ୍ରୋ ସେବା ମଧ୍ୟ ଆରମ୍ଭ ହେବ। ସପ୍ତାହକୁ ୫ ଦିନ ୫୦% କ୍ଷମତାରେ ରାଜ୍ୟରେ ମେଟ୍ରୋ ଟ୍ରେନ ଚାଲିପାରିବ ବୋଲି ସରକାର କହିଛନ୍ତି। ଆନ୍ତଃରାଜ୍ୟ ବସ୍‌ ସେବା ୫୦% ଲୋକଙ୍କୁ ନେଇ କାର୍ଯ୍ୟକ୍ଷମ ହେବ। କେବଳ ଟିକାର ଦୁଇଟି ଡୋଜ୍‌ ନେଇଥିବା କର୍ମଚାରୀ ଏହି ବସ୍‌ରେ କାମ କରିପାରିବେ।

ପୂର୍ବରୁ ଭଳି ରାଜ୍ୟରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ ଓ ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକ ବନ୍ଦ ରହିବ। ରାଜ୍ୟ-ରାଜ୍ୟ ମଧ୍ୟରେ ଟ୍ରେନ ସେବା ଆରମ୍ଭ ହୋଇପାରିବ ନାହିଁ। କେବଳ ଜରୁରୀ କାଳୀନ ସ୍ଥିତିରେ ଏହାକୁ ଅନୁମତି ମିଳିବ। ଶନିବାର ଓ ରବିବାରକୁ ଛାଡ଼ି ଆଉ ସବୁ ଦିନ ମେଟ୍ରୋ ଟ୍ରେନ ଚାଲିବ। ସ୍ଥାନୀୟ ପ୍ରଶାସନ ଓ ମେଟ୍ରୋ କର୍ତ୍ତୃପକ୍ଷ ବଗିଗୁଡ଼ିକୁ ନିୟମିତ ସାନିଟାଇଜ କରିବେ। ଲୋକମାନେ ଏହା ମଧ୍ୟରେ ଯେମିତି ସାମାଜିକ ଦୂରତା ଓ ମାସ୍କ ପିନ୍ଧିବେ, ତା’ର ଯାଞ୍ଚ କରିବେ।

ରାଜ୍ୟରେ ଜୁଲାଇ ୩୦ ଯାଏ କୌଣସି ପ୍ରକାରର ଧାର୍ମିକ, ସାମାଜିକ ଓ ରାଜନୀତିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ। ବାହାଘରରେ ସର୍ବାଧିକ ୫୦ ଜଣ ଓ ଶୁଦ୍ଧିକ୍ରିୟାରେ ୨୦ରୁ ଅଧିକ ଲୋକ ଯୋଗ ଦେଇପାରିବେ ନାହିଁ। ସିନେମା ହଲ, ସୁଇମିଂ ପୁଲ ଓ ସ୍ପା ବନ୍ଦ ରହିବ। ତେବେ ଜାତୀୟ ଓ ଅନ୍ତର୍ଜାତୀୟ ସୁଇମରଙ୍କ ପାଇଁ ସୁଇମିଂ ପୁଲ ସକାଳ ୬ଟାରୁ ଦିନ ୧୦ଟା ଯାଏ ଖୋଲିବ।

ପୂର୍ବ ଭଳି ସମସ୍ତ ଜରୁରୀ କାଳୀନ ସରକାରୀ ଅଫିସ ଗୁଡ଼ିକ ନିୟମିତ ସମୟ ଓ ସବୁ କର୍ମଚାରୀଙ୍କୁ ନେଇ ଖୋଲିବ। ଜରୁରୀ କାଳୀନ ସରକାରୀ ଅଫିସ ବ୍ୟତୀତ ଅନ୍ୟ ସରକାରୀ ଅଫିସ ୨୫% କର୍ମଚାରୀଙ୍କୁ ନେଇ କାର୍ଯ୍ୟକ୍ଷମ ହେବ। ଟିକା ନେଇଥିବା ଲୋକଙ୍କ ପାଇଁ ପାର୍କ ଗୁଡ଼ିକ ସକାଳ ୬ଟାରୁ ୯ଟା ଯାଏ ଖୋଲିବ। ରାତି ୮ଟା ଯାଏ ରେଷ୍ଟୁରାଣ୍ଟ, ବାର, ହୋଟେଲ, ଶପିଂ ମଲ କ୍ଷମତାର ୫୦% ଲୋକଙ୍କୁ ନେଇ ସେବା ଯୋଗାଇ ପାରିବେ।

ରାଜ୍ୟରେ ଥିବା ଜିମ ଗୁଡ଼ିକ ସକାଳ ୬ଟାରୁ ୧୦ଟା ଓ ଅପରାହ୍ନ ୪ଟାରୁ ରାତି  ୮ଟା ଯାଏ ୫୦% ଲୋକଙ୍କୁ ନେଇ ସେବା ଆରମ୍ଭ କରିବେ। ସେଲୁନ ଓ ବିୟୁଟି ପାର୍ଲର ମଧ୍ୟ ଖୋଲିବ ବୋଲି ସରକାର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos