ବାହାର ରାଜ୍ୟର ଲୋକଙ୍କ ବେଙ୍ଗଲ ପ୍ରବେଶ ଉପରେ ଲାଗିଲା କଟକଣା

କୋଲାକାତା: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଉ ୫ ରାଜ୍ୟର ଲୋକଙ୍କ ବେଙ୍ଗଲ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି ମମତା ସରକାର। ଏଣିକି ବିମାନରେ ବେଙ୍ଗଲ ଯାଉଥିବା ଲୋକଙ୍କ ପାଇଁ କୋଭିଡ୍‌ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ। ନେଗେଟିଭ ରିପୋର୍ଟ ଦେଖାଇବା ପରେ ସେମାନଙ୍କୁ ବେଙ୍ଗଲରେ ପ୍ରବେଶ ପାଇଁ ଅନୁମତି ମିଳିବ। ଏହି ନିୟମ କରୋନାର ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଥିବା ଦିଲ୍ଲୀ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ଗୁଜରାଟ ପାଇଁ ଲାଗୁ ହେବ। ଶୁକ୍ରବାର […]

Bengal

Bengal

Hemant Lenka
  • Published: Friday, 23 April 2021
  • Updated: 23 April 2021, 08:46 PM IST

Sports

Latest News

କୋଲାକାତା: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଉ ୫ ରାଜ୍ୟର ଲୋକଙ୍କ ବେଙ୍ଗଲ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି ମମତା ସରକାର। ଏଣିକି ବିମାନରେ ବେଙ୍ଗଲ ଯାଉଥିବା ଲୋକଙ୍କ ପାଇଁ କୋଭିଡ୍‌ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ। ନେଗେଟିଭ ରିପୋର୍ଟ ଦେଖାଇବା ପରେ ସେମାନଙ୍କୁ ବେଙ୍ଗଲରେ ପ୍ରବେଶ ପାଇଁ ଅନୁମତି ମିଳିବ। ଏହି ନିୟମ କରୋନାର ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଥିବା ଦିଲ୍ଲୀ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ଗୁଜରାଟ ପାଇଁ ଲାଗୁ ହେବ।

ଶୁକ୍ରବାର ରାଜ୍ୟ ସରକାର ଜାରି କରିଥିବା ପ୍ରେସ ବିଜ୍ଞପ୍ତିରେ କହିଛନ୍ତି, ବେଙ୍ଗଲକୁ ଆସୁଥିବା ଉପରୋକ୍ତ ୫ ରାଜ୍ୟର ଲୋକଙ୍କ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ଆକାଶ ପଥରେ ଆସିବାର ୭୨ ଘଣ୍ଟା ପୂର୍ବରୁ ସେମାନେ ନିଜର କୋଭିଡ ଆରଟି ପିସିଆର ଟେଷ୍ଟ କରାଇବାକୁ ବାଧ୍ୟ। ରିପୋର୍ଟ ନେଗେଟିଭ ଥିଲେ, ସେମାନଙ୍କୁ ବେଙ୍ଗଲରେ ପ୍ରବେଶ ପାଇଁ ଅନୁମତି ମିଳିବ।

ଏ ସମ୍ପର୍କରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଅବଗତ କରାଇ ଦିଆଯାଇଛି। ଏହି ନିୟମ ଏପ୍ରିଲ ୨୬ ତାରିଖ ଦିନ ୧୨ଟାରୁ ଆରମ୍ଭ ହୋଇ ଅନିର୍ଦ୍ଦିଷ୍ଟକାଳ ପାଇଁ ବଳବତ୍ତର ରହିବ। ପୂର୍ବରୁ ବେଙ୍ଗଲ ସରକାର ମହାରାଷ୍ଟ୍ର, କର୍ଣ୍ଣାଟକା, କେରଳ ଓ ତେଲେଙ୍ଗାନାରୁ ଆସୁଥିବା ଲୋକଙ୍କ ପାଇଁ ସମାନ ନିୟମ ଲାଗୁ କରିଥିଲେ।

ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ମୁଖ୍ୟ ଶାସନ ସଚିବ ଅଳ୍ପନ ବନ୍ଦୋପାଧ୍ୟାୟଙ୍କ ନେତୃତ୍ୱରେ ଗୋଟିଏ ଟାସ୍କଫୋର୍ସ ଗଠନ କରାଯାଇଛି। ଗୁରୁବାର ବେଙ୍ଗଲରେ ୧୧ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୬ ଜଣଙ୍କ ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos