କୋଭାକ୍ସିନ ଟିକାର ମୂଲ୍ୟ ନିର୍ଦ୍ଧାରଣ କଲା ଭାରତ ବାୟୋଟେକ, ଡୋଜ୍‌ ପିଛା କେତେ ଜାଣନ୍ତୁ

ନୂଆଦିଲ୍ଲୀ: ଆସନ୍ତା ୧ ତାରିଖରୁ ଭାରତରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ଦେଶର ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯିବ। କୋ ୱିନ ଆପ୍‌ରେ ପଞ୍ଜୀକରଣ କରି ଯୁବଗୋଷ୍ଠୀ ଟିକା ନେଇ ପାରିବେ। ତେବେ ଟିକାକରଣ ପୂର୍ବରୁ ଆଜି ଭାରତ ବାୟୋଟେକ ଦ୍ୱାରା ନିର୍ମିତ କରୋନା ଟିକା କୋଭାକ୍ସିନର ଦର କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ, କମ୍ପାନୀଠାରୁ ରାଜ୍ୟ ସରକାର ଓ ଘରୋଇ ହସ୍ପିଟାଲଗୁଡ଼ିକ ଉତ୍ପାଦନର […]

Covaxin

Covaxin

Hemant Lenka
  • Published: Saturday, 24 April 2021
  • Updated: 24 April 2021, 10:28 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ୧ ତାରିଖରୁ ଭାରତରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ଦେଶର ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯିବ। କୋ ୱିନ ଆପ୍‌ରେ ପଞ୍ଜୀକରଣ କରି ଯୁବଗୋଷ୍ଠୀ ଟିକା ନେଇ ପାରିବେ। ତେବେ ଟିକାକରଣ ପୂର୍ବରୁ ଆଜି ଭାରତ ବାୟୋଟେକ ଦ୍ୱାରା ନିର୍ମିତ କରୋନା ଟିକା କୋଭାକ୍ସିନର ଦର କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି।

କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ, କମ୍ପାନୀଠାରୁ ରାଜ୍ୟ ସରକାର ଓ ଘରୋଇ ହସ୍ପିଟାଲଗୁଡ଼ିକ ଉତ୍ପାଦନର ୫୦% ଟିକା ସିଧାସଳଖ କିଣିପାରିବେ। ଏବେ କୋଭାକ୍ସିନ ଟିକା ଭାରତ ବାୟୋଟେକ କେତେ ଟଙ୍କାରେ ରାଜ୍ୟ ସରକାରଙ୍କୁ ବିକ୍ରି କରିବ, ସେ ସମ୍ପର୍କରେ ଘୋଷଣା କରିଛି।

କମ୍ପାନୀର ଘୋଷଣା ଅନୁଯାୟୀ, ରାଜ୍ୟ ସରକାରମାନେ ଗୋଟିଏ ଡୋଜ୍‌ ପିଛା ୬୦୦ ଟଙ୍କା ଦେଇ କୋଭାକ୍ସିନ ଟିକା କିଣିପାରିବେ। ସେହିପରି ଘରୋଇ କ୍ଷେତ୍ର ବା ହସ୍ପିଟାଲଗୁଡ଼ିକ ୧୨ଶହ ଟଙ୍କାରେ ଗୋଟିଏ ଡୋଜ୍‌ ଟିକା ପାଇବେ।

ପୂର୍ବରୁ କୋଭିସିଲ୍ଡ ଟିକା ଉତ୍ପାଦନ କରୁଥିବା ସେରମ ଇନଷ୍ଟିଚ୍ୟୁଟ ମଧ୍ୟ ଦର ଘୋଷଣା କରିଥିଲା। ଏହାର ଡୋଜ୍‌ ପିଛା ଦର ରାଜ୍ୟ ସରକାରଙ୍କ ପାଇଁ ୪୦୦ ଟଙ୍କା ଓ ଘରୋଇ ହସ୍ପିଟାଲଗୁଡ଼ିକ ପାଇଁ ୬ ଶହ ଟଙ୍କା ରହିଛି। କମ୍ପାନୀ ବିଦେଶକୁ ମଧ୍ୟ ଟିକା ରପ୍ତାନୀ କରିବ। ଏହାର ରପ୍ତାନୀ ମୂଲ୍ୟ ଡୋଜ୍‌ ପିଛା ୧୧୨୩ରୁ ୧୪୯୮ ଟଙ୍କା ମଧ୍ୟରେ ରହିବ। ପୂର୍ବରୁ ଭାରତ ବାୟୋଟେକ ଡୋଜ୍‌ ପିଛା କେନ୍ଦ୍ର ସରକାରଙ୍କୁ ୧୫୦ ଟଙ୍କାରେ ଟିକାର ଡୋଜ୍‌ ଯୋଗାଉଥିଲା। ଏହାକୁ କେନ୍ଦ୍ର ସରକାର ମାଗଣାରେ ଲୋକଙ୍କୁ ଦେଉଥିଲେ। ଏବେ ବି କମ୍ପାନୀ ୧୫୦ ଟଙ୍କାରେ କେନ୍ଦ୍ର ସରକାରଙ୍କୁ ଟିକା ଯୋଗଇ ଦେବ।

ନିୟମ ଅନୁସାରେ, ଟିକା ଉତ୍ପାଦନକାରୀ ସଂସ୍ଥା ୫୦% ରାଜ୍ୟ ସରକାର ଓ ଘରୋଇ କମ୍ପାନୀକୁ ବିକ୍ରି କରିପାରିବେ। ସେହିପରି ବାକି ୫୦% କେନ୍ଦ୍ର ସରକାରଙ୍କୁ ଦେବେ। କେନ୍ଦ୍ର ସରକାର କୋଭିସିଲ୍ଡ ଟିକା ଡୋଜ୍ ପିଛା ଆରମ୍ଭରୁ ହିଁ ୧୫୦ ଟଙ୍କାରେ କିଣୁଛନ୍ତି। ଏହାପରେ ଏଗୁଡ଼ିକ ରାଜ୍ୟ ସରକାରମାନଙ୍କ ପାଖକୁ ପଠାଯାଉଛି।

କୋଭିସିଲ୍ଡ ଟିକାର ଦାମ ଆମେରିକାର ଟିକାକୁ ଲକ୍ଷ୍ୟ ରଖି ତିଆରି କରିଛି। ଆମେରିକାନ ଟିକାର ଦାମ ୧୫୦୦ ଟଙ୍କା ରହିଥିବା ବେଳେ ରୁଷିଆ ଏବଂ ଚାଇନାର ଟିକାର ଦାମ ୭୫୦ ଟଙ୍କା ରହିଛି। କୋଭିସିଲ୍ଡ କିନ୍ତୁ ଏହି ସବୁ ଦେଶ ତୁଳନାରେ ଟିକାର ଦାମ କମ ରଖିଛି। ଟିକାକରଣ ନେଇ ତିନୋଟି ରଣନୀତି ପ୍ରସ୍ତୁତ କରିଛନ୍ତି ସରକାର। ପ୍ରଥମ ପର୍ଯ୍ୟାୟରେ ଟିକା ଉତ୍ପାଦନକାରୀ ପ୍ରତି ମାସରେ ଯେତେ ଟିକା ଉତ୍ପାଦନ କରିବେ ତାର ୫୦ ପ୍ରତିଶତ ସେଣ୍ଟ୍ରାଲ୍ ଡ୍ରଗ୍ ଲାବୋରେଟୋରୀକୁ ଦେବେ। ଏହାପରେ ବାକି ଟିକା ରାଜ୍ୟ ସରକାର ଏବଂ ଖୋଲା ବଜାରରକୁ ଯୋଗାଇ ପାରିବେ।  ଏବେ ବିଭିନ୍ନ ଘରୋଇ ଏବଂ ସରକାରୀ କୋଭିଡ କେନ୍ଦ୍ରରେ ଟିକାକରଣ ଚାଲିଛି।

ସୂଚନାଯୋଗ୍ୟ,  ଟିକାକରଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଦେଶରେ ଜାନୁଆରୀ ୧୬ରୁ ଟିକାକରଣ ଆରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଇଥିବା ବେଳେ ଏହାପରେ ୬୦ରୁ ଅଧିକ ବୟସ ବ୍ୟକ୍ତିଙ୍କୁ ସରକାର ଟିକାକରଣରେ ସାମିଲ କରିଥିଲେ। ପରେ ୪୫ରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ଟିକାକରଣ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos