ଇଦ୍‌ ମୁବାରକ୍‌: ଓଡ଼ିଶା ସମେତ ଏକାଧିକ ରାଜ୍ୟକୁ କୋଭାକ୍ସିନ ଟିକା ପଠାଇଲା ଭାରତ ବାୟୋଟେକ୍‌

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟକୁ ଠିକ୍‌ ଭାବେ କୋଭାକ୍ସିନ ଟିକା ଯୋଗାଣ କରିପାରୁ ନଥିବା ଘଟଣାକୁ ନେଇ ଚାପରେ ଥିବା ଭାରତ ବାୟୋଟେକ୍‌ ଆଜି ବଡ଼ ଘୋଷଣା କରିଛି। କମ୍ପାନୀ ପକ୍ଷରୁ ପବିତ୍ର ଇଦ୍‌ରେ ଓଡ଼ିଶା ସମେତ ଏକାଧିକ ରାଜ୍ୟକୁ ଟିକା ପଠାଯାଇଥିବା ଘୋଷଣା କରାଯାଇଛି। ଏ ସମ୍ପର୍କରେ କମ୍ପାନୀର ସହ ପ୍ରତିଷ୍ଠାତା ତଥା ଯୁଗ୍ମ ଏମଡି ସୁଚିତ୍ରା ଇଲ୍ଲା ଘୋଷଣା କରିଛନ୍ତି। ତାଙ୍କ ଘୋଷଣା ଅନୁଯାୟୀ, ଓଡ଼ିଶା ବ୍ୟତୀତ କେରଳ, ଗୁଜରାଟ, ଉତ୍ତରାଖଣ୍ଡ, ଆସାମ, ତାମିଲନାଡୁ ଓ […]

Covaxin

Covaxin

Hemant Lenka
  • Published: Friday, 14 May 2021
  • Updated: 14 May 2021, 04:46 PM IST

Sports

Latest News

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟକୁ ଠିକ୍‌ ଭାବେ କୋଭାକ୍ସିନ ଟିକା ଯୋଗାଣ କରିପାରୁ ନଥିବା ଘଟଣାକୁ ନେଇ ଚାପରେ ଥିବା ଭାରତ ବାୟୋଟେକ୍‌ ଆଜି ବଡ଼ ଘୋଷଣା କରିଛି। କମ୍ପାନୀ ପକ୍ଷରୁ ପବିତ୍ର ଇଦ୍‌ରେ ଓଡ଼ିଶା ସମେତ ଏକାଧିକ ରାଜ୍ୟକୁ ଟିକା ପଠାଯାଇଥିବା ଘୋଷଣା କରାଯାଇଛି। ଏ ସମ୍ପର୍କରେ କମ୍ପାନୀର ସହ ପ୍ରତିଷ୍ଠାତା ତଥା ଯୁଗ୍ମ ଏମଡି ସୁଚିତ୍ରା ଇଲ୍ଲା ଘୋଷଣା କରିଛନ୍ତି।

ତାଙ୍କ ଘୋଷଣା ଅନୁଯାୟୀ, ଓଡ଼ିଶା ବ୍ୟତୀତ କେରଳ, ଗୁଜରାଟ, ଉତ୍ତରାଖଣ୍ଡ, ଆସାମ, ତାମିଲନାଡୁ ଓ କର୍ଣ୍ଣାଟକାକୁ କୋଭାକ୍ସିନ ଟିକା ପଠାଯାଇଛି। ଟିକା ପଠାଇବା ସହ ସେ ସମସ୍ତଙ୍କୁ ଇଦ୍‌ ମୁବାରକ୍‌ ବୋଲି ମଧ୍ୟ କହିଛନ୍ତି।

ସେ ଟ୍ୱିଟ କରି କହିଛନ୍ତି, “ କୋଭାକ୍ସିନ ଗାନ୍ଧିନଗର, ଗୌହାଟୀ, ଚେନ୍ନାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ ଓ ଭୁବନେଶ୍ୱର ଯାଉଛି। ଭାରତ ବାୟୋଟେକରେ ଥିବା ସମସ୍ତ କର୍ମଚାରୀଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ସେମାନେ ପବିତ୍ର ମାସ ରମଜାନରେ କଠିନ ପରିଶ୍ରମ କରି ଟିକା ପ୍ରସ୍ତୁତ କରିଛନ୍ତି। ଆପଣମାନଙ୍କ ମାନଙ୍କ ପରିବାର ଲୋକଙ୍କୁ ଇଦ୍‌ ମୁବାରକ। ଈଶ୍ୱର ସମସ୍ତଙ୍କର ଭଲ କରନ୍ତୁ।”

ଗତକାଲି ବିଳମ୍ବିତ ରାତିରେ ସେ ଟ୍ୱିଟ କରି କୋଭାକ୍ସିନ ଟିକା ଉତ୍ତରାଖଣ୍ଡ ଓ କେରଳ ଯାଉଥିବା କଥା କହିଥିଲେ। ସେ କହିଥିଲେ, କେରଳ ଓ ଉତ୍ତରାଖଣ୍ଡକୁ କୋଭାକ୍ସିନ ପଠାଯାଇଛି। ଆମ ପାଇଁ ଚିନ୍ତା କରିଥିବା ଲୋକମାନଙ୍କୁ ଧନ୍ୟବାଦ। ଅନେକ ଲୋକ ସହଯୋଗ କରିବାକୁ ଆଗେଇ ଆସିଛନ୍ତି। ଆମ କାମ ଅତ୍ୟନ୍ତ ଚ୍ୟାଲେଞ୍ଜିଂ, ବୈଷୟିକ ଓ ରିୟଲ ଟାଇମ ଉପରେ ଆଧାରିତ। ଘରେ ଥାଇ ଆମର କାମ ହୁଏ ନାହିଁ। ଆମ କର୍ମଚାରୀମାନେ କେବେ ହେଲେ ଆମ ଲକ୍ଷ୍ୟରୁ ଓହରି ନାହାନ୍ତି ବୋଲି ସେ କହିଥିଲେ।

ଇଲ୍ଲା ଟିକା ପଠା ଯାଇଥିବା କଥା କହିଥିଲେ ହେଁ କେତେ ପରିମାଣର ଡୋଜ୍‌ ବିଭିନ୍ନ ରାଜ୍ୟକୁ ଦିଆଯାଇଛି, ସେ ବିଷୟରେ କିଛି ବି କହିନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos