ଏକାଧିକ ଗାଡ଼ିି ଉପରେ ଚଢ଼ିଗଲା ଟ୍ରକ୍‌, ୩୦ ଗୁରୁତର

ମୁମ୍ବାଇ: ମହାରାଷ୍ଟ୍ର ପୁଣେରେ ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍ ଭାରସାମ୍ୟ ହରାଇ ଏକାଧିକ ଗାଡ଼ି ଉପରେ ଚଢ଼ି ଯାଇଛି। ଦୁର୍ଘଟଣାରେ ପ୍ରାୟ ୪୦ରୁ ଅଧିକ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ପୁଣେ-ବେଙ୍ଗଳୁରୁ ହାଇେଓ୍ୱର ନାଭାଲେ ବ୍ରିଜରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା।

ସୂଚନା ଅନୁଯାୟୀ ବ୍ରିଜ୍ ଉପରେ ଟ୍ରାଫିକ୍ ଜାମ୍ ଯୋଗୁଁ ଶତାଧିକ ଗାଡ଼ି ପଛକୁ ପଛ ଅଟକି ରହିଥିଲା। ଏହି ସମୟରେ ଏକ ଟ୍ରକ୍ ଭାରସାମ୍ୟ ହରାଇ ରାସ୍ତାରେ ଥିବା ଅନ୍ୟ ଗାଡ଼ି ଉପରେ ଚଢ଼ି ଯାଇଥିଲା। ଫଳରେ ବ୍ରିଜ୍ ଉପରେ ଠିଆ ହୋଇଥିବା ପ୍ରାୟ ୪୮ଟି ଗାଡି କ୍ଷତିଗ୍ରସ୍ତ ହୋଇଥିଲା। ସୌଭାଗ୍ୟ ବଶତଃ ଏହି ଦୁର୍ଘଟଣାରେ କାହାରି ମୃତ୍ୟୁ ହୋଇନଥିବା ବେଳେ ୩୦ ଜଣ ଗୁରୁତର ହୋଇଛନ୍ତି।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି । ସେପଟେ ଅଗ୍ନିଶମ କର୍ମଚାରୀ ମଧ୍ୟ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଯାଞ୍ଚ ଚାଲିଥିବା ଟ୍ରାଫିକ ଡିସିପି କହିଛନ୍ତି।

ମିଡିଆ ରିପୋର୍ଟ ଅନୁସାରେ ଏକ ଟ୍ରକ୍‌ର ବ୍ରେକ୍ ଫେଲ୍ ହୋଇଯିବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ବ୍ରେକ୍ ଫେଲ୍ ହେବା ପରେ ଟ୍ରକ୍‌ଟି ଅନେକ ଗାଡି ଉପରେ ଚଢ଼ି ଯାଇଥିଲା। ପୁଲିସ କହିବା ଅନୁସାରେ ଏହି ଦୁର୍ଘଟଣା ଗତକାଲି ରାତି ୯ଟାରେ ଘଟିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।