ଜେଡିୟୁକୁ ଶକ୍ତ ଝଟକା: ଉପ ନିର୍ବାଚନ ବି ଜିତିଲା ବିଜେପି

ପାଟନା: ଗୁଜରାଟରେ ଐତିହାସିକ ବିଜୟ ହାସଲ କରିବାକୁ ଯାଉଥିବା ବିଜେପି ବିହାରରେ ମଧ୍ୟ ନିଜର ଦବଦବା ଦେଖାଇଛି। ବିହାରର କୁରହାନି ଆସନରେ ଅନୁଷ୍ଠିତ ଉପ ନିର୍ବାଚନରେ ବିଜେପି ବାଜିମାତ କରିଛି। ଏଠାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜେଡିୟୁ ପରାସ୍ତ ହୋଇଛି। ବିଜେପିର କେଦାର ପ୍ରସାଦ ଗୁପ୍ତା ଉପ ନିର୍ବାଚନରେ ୭୬,୬୪୮ ଖଣ୍ଡ ଭୋଟ ପାଇଥିବା ବେଳେ ଜେଡିୟୁର ମନୋଜ କୁଶୱା ୭୩,୦୧୬ ଖଣ୍ଡ ଭୋଟ ପାଇଛନ୍ତି। ଏହାର ଅର୍ଥ ମାତ୍ର ୩,୬୩୨ ଖଣ୍ଡ ଭୋଟ ବ୍ୟବଧାନରେ ବିଜେପିର […]

BJP1

BJP1

Hemant Lenka
  • Published: Thursday, 08 December 2022
  • Updated: 08 December 2022, 04:47 PM IST

ପାଟନା: ଗୁଜରାଟରେ ଐତିହାସିକ ବିଜୟ ହାସଲ କରିବାକୁ ଯାଉଥିବା ବିଜେପି ବିହାରରେ ମଧ୍ୟ ନିଜର ଦବଦବା ଦେଖାଇଛି। ବିହାରର କୁରହାନି ଆସନରେ ଅନୁଷ୍ଠିତ ଉପ ନିର୍ବାଚନରେ ବିଜେପି ବାଜିମାତ କରିଛି। ଏଠାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜେଡିୟୁ ପରାସ୍ତ ହୋଇଛି।

ବିଜେପିର କେଦାର ପ୍ରସାଦ ଗୁପ୍ତା ଉପ ନିର୍ବାଚନରେ ୭୬,୬୪୮ ଖଣ୍ଡ ଭୋଟ ପାଇଥିବା ବେଳେ ଜେଡିୟୁର ମନୋଜ କୁଶୱା ୭୩,୦୧୬ ଖଣ୍ଡ ଭୋଟ ପାଇଛନ୍ତି। ଏହାର ଅର୍ଥ ମାତ୍ର ୩,୬୩୨ ଖଣ୍ଡ ଭୋଟ ବ୍ୟବଧାନରେ ବିଜେପିର କେଦାର ଜେଡିୟୁର ମନୋଜଙ୍କୁ ହରାଇଛନ୍ତି।

କୁରହାନି ଉପ ନିର୍ବାଚନ ରେଜଲ୍ଟ ବିଜେପି ପାଇଁ ବୁଷ୍ଟର ସଦୃଶ ହୋଇଛି। କାରଣ ଚଳିତ ବର୍ଷ ଅଗଷ୍ଟ ମାସରେ ନୀତୀଶ କୁମାର ବିଜେପିକୁ ଛାଡ଼ି ଆରଜେଡି ସହ ହାତ ମିଳାଇଥିଲେ। ଏହାପରେ ଅନୁଷ୍ଠିତ ହୋଇଥିବା କୌଣସି ଉପ ନିର୍ବାଚନରେ ବିଜେପି ବାଜି ମାରି ନେଇଛି।

ନିଶାଦ ନେତା ମୁକେଶ ସାହାଣୀଙ୍କ ଭିଆଇପି ନୀଲାବ କୁମାରଙ୍କୁ ପ୍ରାର୍ଥୀ କରିଥିଲା। କିନ୍ତୁ ସେ କେବଳ ୯,୯୮୮ ଖଣ୍ଡ ଭୋଟ ପାଇଛନ୍ତି। ସେହିପରି ଏଆଇଏମଆଏମ ଗୁଲାମ ମୁର୍ତାଜାଙ୍କୁ ମୁସଲିମ ଭୋଟ ବ୍ୟାଙ୍କକୁ ଭାଗ କରିବାକୁ ଛିଡ଼ା କରିଥିଲା। ହେଲେ ମୁର୍ତାଜା କେବଳ ୩,୨୦୨ ଖଣ୍ଡ ଭୋଟ ପାଇଛନ୍ତି। କୁରହାନିରେ ବିଜେପିର ବିଜୟ ବିଧାନସଭା ଆସନରେ ଦଳ ସଂଖ୍ୟାକୁ ୭୮ରେ ପହଞ୍ଚାଇ ଦେଇଛି। ଆରଜେଡିର ଆସନ ଠାରୁ ଏହା ଗୋଟିଏ କମ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos