ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କୁ କୋର୍ଟରୁ ବଡ଼ ଆଶ୍ୱସ୍ତି

କୋଲକାତା: ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କୁ କ୍ୟାଲକାଟା ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। କୋର୍ଟଙ୍କ ବିନା ଅନୁମତିରେ ପୁଲିସ୍‌ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରିବନାହିଁ। ସେହିପରି ତାଙ୍କୁ କୌଣସି ମାମଲାରେ ଗିରଫ କରିବାରୁ ପ୍ରଥମେ କୋର୍ଟଙ୍କ ଅନୁମତି ନେବାକୁ ପଡ଼ିବ ବୋଲି ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ୨୦୨୦ ଡିସେମ୍ବରରେ ସେ ଟିଏମସି ଛାଡ଼ି ବିଜେପିକୁ ଆସିବା ପରେ ରୁଜୁ ୫ଟି ମାମଲାରୁ ୩ଟିର ତଦନ୍ତ ଉପରେ ମଧ୍ୟ ହାଇକୋର୍ଟ ରୋକ ଲଗାଇଛନ୍ତି। ୨୦୧୮ରେ ଶୁଭେନ୍ଦୁ […]

BJP

BJP

Hemant Lenka
  • Published: Monday, 06 September 2021
  • Updated: 06 September 2021, 06:18 PM IST

Sports

Latest News

କୋଲକାତା: ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କୁ କ୍ୟାଲକାଟା ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। କୋର୍ଟଙ୍କ ବିନା ଅନୁମତିରେ ପୁଲିସ୍‌ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରିବନାହିଁ। ସେହିପରି ତାଙ୍କୁ କୌଣସି ମାମଲାରେ ଗିରଫ କରିବାରୁ ପ୍ରଥମେ କୋର୍ଟଙ୍କ ଅନୁମତି ନେବାକୁ ପଡ଼ିବ ବୋଲି ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି।

୨୦୨୦ ଡିସେମ୍ବରରେ ସେ ଟିଏମସି ଛାଡ଼ି ବିଜେପିକୁ ଆସିବା ପରେ ରୁଜୁ ୫ଟି ମାମଲାରୁ ୩ଟିର ତଦନ୍ତ ଉପରେ ମଧ୍ୟ ହାଇକୋର୍ଟ ରୋକ ଲଗାଇଛନ୍ତି। ୨୦୧୮ରେ ଶୁଭେନ୍ଦୁ ଅଧିକାରୀଙ୍କ ଜଣେ ସୁରକ୍ଷାକର୍ମୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ଏହାକୁ କେନ୍ଦ୍ର କରି ପଶ୍ଚିମବଙ୍ଗ ସିଆଇଡି ତାଙ୍କୁ ଆଜି ହାଜର ହେବାକୁ ସମନ କରିଥିଲା।

ତେବେ ସେ ସିଆଇଡି ନିକଟରେ ହାଜର ହେବାକୁ ମନା କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ କୋଣ୍ଟାଇରେ ପ୍ରଥମେ ରୁଜୁ ହୋଇଥିବା ମାମଲାର ତଦନ୍ତ ଉପରେ ରୋକ ଲଗାଇଛନ୍ତି। ଏଥିସହ ଶୁଭେନ୍ଦୁଙ୍କ ବିରୋଧରେ ନନ୍ଦିଗ୍ରାମ ଓ ପାନସୁକାରାରେ ରୁଜୁ ହୋଇଥିବା ମାମଲାର ତଦନ୍ତ ଉପରେ ମଧ୍ୟ ରୋକ ଲଗାଇଛନ୍ତି।

ତେବେ ଜବ୍‌ ସ୍କାମ ଓ ଜଣେ ପୁଲିସ୍‌ ଅଧିକାରୀଙ୍କୁ ଧମକ ଦେବା ଅଭିଯୋଗରେ ତାଙ୍କ ବିରୋଧରେ ହୋଇଥିବା ମାମଲାର ତଦନ୍ତ ଚାଲିବ। ଏହି ଦୁଇ ମାମଲାର ତଦନ୍ତ ଜାରି ରଖିବାକୁ କୋର୍ଟ କହିଛନ୍ତି। ପୁଲିସ୍‌ ଏହି ମାମଲାରେ ଶୁଭେନ୍ଦୁଙ୍କୁ ଯଦି ଜେରା କରିବାକୁ ଚାହିଁବ, ତା’ହେଲେ ସ୍ଥାନ ଓ ସମୟ ଶୁଭେନ୍ଦୁ ହିଁ ନିର୍ଦ୍ଧାରଣ କରିବେ। ସେ ବିଧାନସଭାର ବିରୋଧୀ ଦଳ ନେତା ହୋଇଥିବାରୁ କୋର୍ଟ ଏପରି ନିର୍ଦ୍ଦେଶ ଦେଇଥିବା ଶୁଭେନ୍ଦୁଙ୍କ ଓକିଲ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos