ଜିଲ୍ଲା ପଞ୍ଚାୟତ ନିର୍ବାଚନରେ ବିଜୟ ବାନା ଉଡ଼ାଇଲା ବିଜେପି

ଲକ୍ଷ୍ନୌ: ଆସନ୍ତାବର୍ଷ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଆଶ୍ୱସ୍ତ କରିବା ଖବର ମିଳିଛି। ଜିଲ୍ଲା ପଞ୍ଚାୟତର ଅଧ୍ୟକ୍ଷ ପଦ ପାଇଁ ୫୩ଟି ଜିଲ୍ଲାରେ ଭୋଟ ଗ୍ରହଣ ଶେଷ ହେବା ପରେ ଗଣତି ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଏହି ଜିଲ୍ଲା ପଞ୍ଚାୟତ ନିର୍ବାଚନରେ ବିଜେପି ଏକତରଫା ବିଜୟ ହାସଲ କରିଛି। ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଅଧ୍ୟକ୍ଷ ପଦ ପାଇଁ ଭୋଟ ପ୍ରକ୍ରିୟା ୧୧ଟାରେ ଆରମ୍ଭ ହୋଇ ଦିନ […]

BJP1

BJP1

Hemant Lenka
  • Published: Saturday, 03 July 2021
  • Updated: 03 July 2021, 07:58 PM IST

Sports

Latest News

ଲକ୍ଷ୍ନୌ: ଆସନ୍ତାବର୍ଷ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଆଶ୍ୱସ୍ତ କରିବା ଖବର ମିଳିଛି। ଜିଲ୍ଲା ପଞ୍ଚାୟତର ଅଧ୍ୟକ୍ଷ ପଦ ପାଇଁ ୫୩ଟି ଜିଲ୍ଲାରେ ଭୋଟ ଗ୍ରହଣ ଶେଷ ହେବା ପରେ ଗଣତି ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଏହି ଜିଲ୍ଲା ପଞ୍ଚାୟତ ନିର୍ବାଚନରେ ବିଜେପି ଏକତରଫା ବିଜୟ ହାସଲ କରିଛି।

ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଅଧ୍ୟକ୍ଷ ପଦ ପାଇଁ ଭୋଟ ପ୍ରକ୍ରିୟା ୧୧ଟାରେ ଆରମ୍ଭ ହୋଇ ଦିନ ୩ଟା ଯାଏ ଚାଲିଥିଲା। ଏହାପରେ ଗଣତି ଆରମ୍ଭ ହୋଇଥିଲେ। ଏବେ ଏହା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚୂଡ଼ାନ୍ତ ଟ୍ରେଣ୍ଡ ଅନୁଯାୟୀ, ବିଜେପି ପଞ୍ଚାୟତ ନିର୍ବାଚନରେ ବିଜୟୀ ହୋଇଛି।

୭୫ଟି ଜିଲ୍ଲାର ଅଧ୍ୟକ୍ଷ ପଦରୁ ଦଳ ପାଖକୁ ୬୭ଟି ଆସନ ଯାଇଛି। ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ମାତ୍ର ୫ଟି ଆସନରେ ସନ୍ତୁଷ୍ଟ ହୋଇଛି। ସେହିପରି ଲୋକ ଦଳ ଓ ଜନସତ୍ତା ଦଳ ଗୋଟିଏ ଲେଖାଏ ଆସନରେ ବାଜିମାତ କରିଛନ୍ତି। ଗୋଟିଏ ଆସନରେ ସ୍ୱାଧୀନ ପ୍ରାର୍ଥୀ ଜିତିଛନ୍ତି।

ଜିଲ୍ଲା ପଞ୍ଚାୟତରେ ଦଳର ବିପୁଳ ବିଜୟ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମସ୍ତ ବିଜେପି ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ଏହି ବିଜୟର ଶ୍ରେୟ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ କଲ୍ୟାଣ ଯୋଜନା ପାଇଁ ସମ୍ଭବ ହୋଇପାରିଛି ବୋଲି ମଧ୍ୟ କହିଛନ୍ତି।

ସେ କହିଛନ୍ତି, “ଉତ୍ତର ପ୍ରଦେଶ ଜିଲ୍ଲା ପଞ୍ଚାୟତ ଅଧ୍ୟକ୍ଷ ନିର୍ବାଚନରେ ବିଜେପିର ଐତିହାସିକ ବିଜୟ ଆଦରଣୀୟ ପ୍ରଧାନମନ୍ତ୍ରୀଙ୍କ ଲୋକ କଲ୍ୟାଣ ଯୋଜନାର ପ୍ରତିଫଳନ। ଏହା ଉତ୍ତର ପ୍ରଦେଶରେ ପ୍ରତିଷ୍ଠିତ ସୁଶାସନ ପ୍ରତି ଲୋକଙ୍କର ଥିବା ବିଶ୍ୱାସ। ସମସ୍ତ ବିଜୟ ପ୍ରାର୍ଥୀଙ୍କୁ ଶୁଭେଚ୍ଛା।”

ଅନ୍ୟପକ୍ଷରେ ସମାଜବାଦୀ ପାର୍ଟିର ସମର୍ଥକମାନେ ଭୋଟିଂ ଓ ଗଣତିରେ ହେରଫେର ହୋଇଥିବା ଅଭିଯୋଗ କରି ରାଜରାସ୍ତାକୁ ଓହ୍ଲାଇଥିଲେ। ପ୍ରୟାଗରାଜରେ ସେମାନେ ବିକ୍ଷୋଭ କରୁଥିବା ବେଳେ ପୁଲିସର ଲାଠି ମାଡ଼ର ଶିକାର ହୋଇଛନ୍ତି। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି।

ଉତ୍ତର ପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ କହିଛନ୍ତି, “ଜିଲ୍ଲା ପଞ୍ଚାୟତ ଅଧ୍ୟକ୍ଷ ନିର୍ବାଚନରେ ବିଜେପି ଐତିହାସିକ ବିଜୟ ହାସଲ କରିଛି। ସମାଜବାଦୀ ପାର୍ଟି ଗୁଣ୍ଡା ଓ ମାଫିଆଙ୍କୁ ମୁତୟନ କରି ନିର୍ବାଚନ ଜିତିବାକୁ ଚେଷ୍ଟା କରିଥିଲା। କିନ୍ତୁ ସେମାନେ ପରାସ୍ତ ହୋଇଛନ୍ତି। ମୁଁ ବହୁତ ଖୁସି। ମୁଁ ଜିଲ୍ଲା ପଞ୍ଚାୟତ ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଉଛି।”

ସୂଚନାଯୋଗ୍ୟ, ପୂର୍ବରୁ ବିଜେପିର ୨୧ ଜଣ ଓ ସପାର ଜଣେ ପ୍ରାର୍ଥୀ ନିର୍ଦ୍ୱନ୍ଦରେ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ଉତ୍ତର ପ୍ରଦେଶରେ ପ୍ରାୟ ୩୦୦୦ ଜିଲ୍ଲା ପଞ୍ଚାୟତ ସଦସ୍ୟ ରହିଛନ୍ତି। ଏମାନଆ ୭୫ଟି ଜିଲ୍ଲା ପଞ୍ଚାୟତର ଅଧ୍ୟକ୍ଷ ବାଛିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story