ବିଲକିସ ବାନୋ କେସ୍‌: ଦୋଷୀଙ୍କୁ ପୁଣି ଜେଲ ପଠାଇବା ଦାବିରେ ଗାଁ ଛାଡ଼ିଲେ ଅନେକ ଲୋକ

ଅହମଦାବାଦ: ବିଲକିସ୍‌ ବାନୋଙ୍କ ଗଣଦୁଷ୍କର୍ମ ଘଟଣାର ୧୧ ଦୋଷୀଙ୍କୁ ସ୍ୱତନ୍ତ୍ର କ୍ଷମା ନୀତି ବଳରେ ଗୁଜରାଟ ସରକାର ଜେଲରୁ ଖଲାସ କରିବା ପରେ ରାନ୍ଧିକପୁର ଗାଁରେ ଭୟର ବାତାବରଣର ସୃଷ୍ଟି ହୋଇଛି। ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୋଷୀଙ୍କୁ ଜେଲରୁ ଖଲାସ କରାଯାଇଥିବାରୁ ଏହାକୁ ବିରୋଧ କରି ଅନେକ ମୁସଲିମ ପରିବାର ଗାଁ ଛାଡ଼ିବା ଆରମ୍ଭ କରିଛନ୍ତି। ୧୧ ଦୋଷୀଙ୍କୁ ପୁଣି ଜେଲ ନ ପଠାଇବା ଯାଏ ସେମାନେ ଗାଁକୁ ଫେରିବେ ନାହିଁ ବୋଲି କହିଛନ୍ତି। ସେମାନେ […]

Village

Village

Hemant Lenka
  • Published: Friday, 26 August 2022
  • Updated: 26 August 2022, 10:07 AM IST

Sports

Latest News

ଅହମଦାବାଦ: ବିଲକିସ୍‌ ବାନୋଙ୍କ ଗଣଦୁଷ୍କର୍ମ ଘଟଣାର ୧୧ ଦୋଷୀଙ୍କୁ ସ୍ୱତନ୍ତ୍ର କ୍ଷମା ନୀତି ବଳରେ ଗୁଜରାଟ ସରକାର ଜେଲରୁ ଖଲାସ କରିବା ପରେ ରାନ୍ଧିକପୁର ଗାଁରେ ଭୟର ବାତାବରଣର ସୃଷ୍ଟି ହୋଇଛି। ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୋଷୀଙ୍କୁ ଜେଲରୁ ଖଲାସ କରାଯାଇଥିବାରୁ ଏହାକୁ ବିରୋଧ କରି ଅନେକ ମୁସଲିମ ପରିବାର ଗାଁ ଛାଡ଼ିବା ଆରମ୍ଭ କରିଛନ୍ତି।

୧୧ ଦୋଷୀଙ୍କୁ ପୁଣି ଜେଲ ନ ପଠାଇବା ଯାଏ ସେମାନେ ଗାଁକୁ ଫେରିବେ ନାହିଁ ବୋଲି କହିଛନ୍ତି। ସେମାନେ ଏବେ ନିଜ ନିଜ ଘର ଛାଡ଼ି ଦେବଗଡ଼ ବରିଆରେ ପ୍ରବାସୀ ଜୀବନ ବିତାଉଛନ୍ତି। ପ୍ରବାସୀ ଗ୍ରାମବାସୀମାନେ ଗାଁରେ ପୁଲିସ୍ ସୁରକ୍ଷା ଯୋଗାଇ ଦେବାକୁ ମଧ୍ୟ ଗୁଜରାଟ ସରକାରଙ୍କୁ ଅନୁରୋଧ କରିଛନ୍ତି।

ଦୋଷୀମାନେ ଜେଲରୁ ଖଲାସ ହୋଇଥିବାରୁ ଗାଁରେ ରହୁଥିବା ମୁସଲିମ ପରିବାର ଆତଙ୍କିତ ହୋଇପଡ଼ିଛନ୍ତି। ଏଥିପାଇଁ ସେମାନେ ଦେବଗଡ଼ ବରାଇର କପଡିରେ ଥିବା ରହିମବାଦ କଲୋନୀରେ ଆଶ୍ରୟ ନେଇଛନ୍ତି। ଦୁଷ୍କର୍ମ ପୀଡ଼ତା ବିଲକିସ ବାନୋ ଓ ତାଙ୍କ ପରିବାର ମଧ୍ୟ ଦେବଗଡ଼ ବରାଇରେ ରହୁଛନ୍ତି। ଗାଁ ଛାଡ଼ିଥିବା ଲୋକଙ୍କ ମଧ୍ୟରେ ଥିବା ସମୀର ଘାଚି ଏବେ ନିଜ ପରିବାରର ୧୨ ଜଣ ସଦସ୍ୟଙ୍କୁ ନେଇ ଦେବଗଡ଼ ବରାଇରେ ଥିବା ଜଣେ ସମ୍ପର୍କୀୟଙ୍କ ଘରେ ରହୁଛନ୍ତି।

ଏଠାରେ ରହିବା ଓ ଚଳିବା ପାଇଁ ସେ ନିଜର ଗାଡ଼ିଗୁଡ଼ିକ ମଧ୍ୟ ବିକ୍ରି କରି ଦେଇଛନ୍ତି। ସମୀର କହିଛନ୍ତି, “ଜେଲରୁ ୧୧ ଜଣ ଦୁଷ୍କର୍ମକାରୀ ଓ ହତ୍ୟାକାରୀ ରିଲିଜ୍‌ ହୋଇଥିବା ଆମେ ପ୍ରଥମେ ଜାଣି ନଥିଲୁ। ତେବେ ଜେଲରୁ ଖଲାସ ହୋଇ ଆସିବା ପରେ ସେମାନେ ଗାଁରେ ବାଣ ଫୁଟାଇବା ସହ ମ୍ୟୁଜିକ ବଜାଇ ଉତ୍ସବ ମନାଇଥିଲେ।

ଏହି ସମୟରେ ହିଁ ଆମେ ଆମ ଜୀବନ ପ୍ରତି ବିପଦ ଥିବା ଅନୁଭବ କରିଥିଲୁ। ତେଣୁ ଆମେ ଆମ ଗାଁ ଛାଡ଼ି ଏଠାରେ ପ୍ରବାସୀ ଜୀବନ ବିତାଉଛୁ। ସେମାନେ କେମିତି ଦୁଷ୍କର୍ମକାରୀଙ୍କ ପାଇଁ ବାଣ ଫୁଟାଇବା ସହ ଡିଜେ ବଜାଇ ପାରିଲେ?”

ସମୀର ଆହୁରି କହିଛନ୍ତି, “ଆମେ ଏ ସମ୍ପର୍କରେ ଦାହୋଡ ଜିଲ୍ଲାପାଳଙ୍କୁ ଚିଠି ଲେଖିଛୁ। ଏଥିସହ ୧୧ ଦୋଷୀଙ୍କୁ ପୁଣି ଜେଲ ପଠାଇବାକୁ ଅନୁରୋଧ କରିଛୁ। ଯଦି ସେମାନେ ସମସ୍ତଙ୍କୁ ଜେଲ ନ ପଠାଇବେ ଓ ବିଲକିସ ବାନୋଙ୍କୁ ନ୍ୟାୟ ପ୍ରଦାନ କରିବାର ବ୍ୟବସ୍ଥା ଗ୍ରହଣ ନ କରିବେ, ତା’ହେଲେ ଆମେ ଆମ ଗାଁକୁ ଆଉ ଫେରିବୁ ନାହିଁ।” ଜିଲ୍ଲାପାଳଙ୍କୁ ପଠା ଯାଇଥିବା ଚିଠିରେ ୫୫ ଜଣ ଲୋକଙ୍କ ଦସ୍ତଖତ ରହିଛି। ସମସ୍ତେ ୧୧ ଦୋଷୀଙ୍କୁ ଜେଲ ପଠାଇବାକୁ ଦାବି କରିଛନ୍ତି।

ଆଉ ଜଣେ ଗ୍ରାମବାସୀ ଇକବାଲ ଅବଦୁଲ କହିଛନ୍ତି, ଯେଉଁ ପର୍ଯ୍ୟନ୍ତ ୧୧ ଦୋଷୀଙ୍କୁ ପୁଣି ଜେଲ ପଠା ନଯାଇଛି ଓ ଆମକୁ ଉପଯୁକ୍ତ ପୁଲିସ ସୁରକ୍ଷା ପ୍ରଦାନ କରା ନ ଯାଇଛି, ଆମେ ରାନ୍ଧିକପୁର ଗାଁକୁ ଫେରିବୁ ନାହିଁ। ଆମ ଜୀବନ ଓ ବ୍ୟବସାୟ ପ୍ରଭାବିତ ହେଉଥିବା ଆମେ ଜାଣୁଛୁ। କିନ୍ତୁ ଆମ ପାଖରେ ଆଉ କିଛି ଉପାୟ ନଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story