ବିଜେପି-ଶିବସେନା ସମ୍ପର୍କ ଠିକ୍‌ ଆମୀର-କିରଣ ରାଓଙ୍କ ଭଳି କହିଲେ ସଞ୍ଜୟ ରାଉତ

ମୁମ୍ବାଇ: ମହାରାଷ୍ଟ୍ରରେ କ୍ଷମତାସୀନ ଶିବସେନା ଓ ବିରୋଧୀ ବିଜେପି ମଧ୍ୟରେ ଦୂରତା କମିବାରେ ଲାଗିଛି। ପ୍ରଥମେ ବିଜେପି ପକ୍ଷରୁ ଶିବସେନା ଦଳର ଶତ୍ରୁ ନୁହେଁ ବୋଲି କୁହାଯିବା ପରେ ଏବେ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ ଉଭୟ ଦଳର ସମ୍ପର୍କକୁ ନେଇ ବଡ଼ ବୟାନ ଦେଇଛନ୍ତି। ରାଜନୀତି ଦୁଇ ଦଳକୁ ଅଲଗା କରିଥିଲେ ହେଁ ବିଜେପି ଓ ଶିବସେନା ମଧ୍ୟରେ ଗଭୀର ବନ୍ଧୁତା ରହିଛି। ବିବାହ ବିଚ୍ଛେଦ ପରେ ବଲିଉଡ ଅଭିନେତା ଆମୀର ଖାନ ଓ କିରଣ […]

Amir-Khan

Amir-Khan

Hemant Lenka
  • Published: Monday, 05 July 2021
  • Updated: 05 July 2021, 03:50 PM IST

Sports

Latest News

ମୁମ୍ବାଇ: ମହାରାଷ୍ଟ୍ରରେ କ୍ଷମତାସୀନ ଶିବସେନା ଓ ବିରୋଧୀ ବିଜେପି ମଧ୍ୟରେ ଦୂରତା କମିବାରେ ଲାଗିଛି। ପ୍ରଥମେ ବିଜେପି ପକ୍ଷରୁ ଶିବସେନା ଦଳର ଶତ୍ରୁ ନୁହେଁ ବୋଲି କୁହାଯିବା ପରେ ଏବେ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ ଉଭୟ ଦଳର ସମ୍ପର୍କକୁ ନେଇ ବଡ଼ ବୟାନ ଦେଇଛନ୍ତି।

ରାଜନୀତି ଦୁଇ ଦଳକୁ ଅଲଗା କରିଥିଲେ ହେଁ ବିଜେପି ଓ ଶିବସେନା ମଧ୍ୟରେ ଗଭୀର ବନ୍ଧୁତା ରହିଛି। ବିବାହ ବିଚ୍ଛେଦ ପରେ ବଲିଉଡ ଅଭିନେତା ଆମୀର ଖାନ ଓ କିରଣ ରାଓଙ୍କ ମଧ୍ୟରେ ଯେଉଁଭଳି ସମ୍ପର୍କ ରହିଛି, ବିଜେପି ଓ ଶିବସେନା ମଧ୍ୟରେ ସେମିତି ବନ୍ଧୁତା ରହିଛି ବୋଲି ସଞ୍ଜୟ ରାଉତ କହିଛନ୍ତି।

ଦୁଇ ଦିନ ତଳେ ଆମୀର ଖାନ ଓ କିରଣ ରାଓ ପରସ୍ପରକୁ ଛାଡ଼ପତ୍ର ଦେଇଥିଲେ। ଉଭୟ ଛାଡ଼ପତ୍ର ଦେଇଥିଲେ ହେଁ ଗୋଟିଏ ପରିବାର ଭଳି ଆଗକୁ ରହିବେ ଓ କାମ କରିବେ ବୋଲି କହିଥିଲେ। ଏପରି ବୟାନକୁ ସଞ୍ଜୟ ରାଉତ ବିଜେପି ଓ ଶିବସେନା ମଧ୍ୟରେ ଥିବା ସମ୍ପର୍କ ସହ ତୁଳନା କରିଛନ୍ତି।

ସଞ୍ଜୟ ରାଉତ କହିଛନ୍ତି, “ଆମେ(ବିଜେପି-ଶିବସେନ) ଭାରତ ଓ ପାକିସ୍ତାନ ନୁହଁ। ଆପଣ ମାନେ ଆମୀର ଖାନ ଓ କିରଣ ରାଓଙ୍କୁ ଦେଖନ୍ତୁ। ସେମାନଙ୍କ ସମ୍ପର୍କ ଯେମିତି, ଆମ ସମ୍ପର୍କ ସେମିତି। ଆମର ରାଜନୀତି ବୁଝାମଣା ଓ ଗତିବିଧି ଭିନ୍ନ ହୋଇପାରେ। କିନ୍ତୁ ଆମ ମଧ୍ୟରେ ଥିବା ବନ୍ଧୁତା କେବେ ହେଲେ ଭାଙ୍ଗିବ ନାହିଁ। ଏହା ସବୁବେଳେ ଅତୁଟ।”

ସଞ୍ଜୟ ରାଉତ ଏପରି ବୟାନ ଦେବା ପରେ ବିଜେପି ଓ ଶିବସେନା ମହାରାଷ୍ଟ୍ରରେ ଏକାଠି ସରକାର ଗଠନ କରିବାକୁ ଯାଉଥିବା ଚର୍ଚ୍ଚା ଜୋର ଧରିଛି। ଏହା ଉପରେ ସ୍ପଷ୍ଟୀକରଣ ଦେଇ ସଞ୍ଜୟ ରାଉତ କହିଛନ୍ତି, ମହାରାଷ୍ଟ୍ରରେ ଶିବସେନା-ଏନସିପି ଓ କଂଗ୍ରେସ ମେଣ୍ଟ କେବେ ହେଲେ ଭାଙ୍ଗିବ ନାହିଁ। ୩ ଦଳ ଗଠନ କରିଥିବା ମହାବିକାଶ ଅଘାଡ଼ି ସରକାର ପୂରା ୫ ବର୍ଷ କାମ କରିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

କିଛି ଦିନ ତଳେ ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଶର ସର୍ବୋଚ୍ଚ ନେତା ବୋଲି କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos