ରାଫେଲର ନୂଆ ରିପୋର୍ଟ ପରେ କଂଗ୍ରେସ-ବିଜେପି ବାକଯୁଦ୍ଧ

ନୂଆଦିଲ୍ଲୀ: ରାଫେଲ ଯୁଦ୍ଧ ବିମାନ ଡିଲ୍‌ରେ ବ୍ୟାପକ ଲାଞ୍ଚ କାରବାର ସମ୍ପର୍କିତ ନୂଆ ରିପୋର୍ଟ ପ୍ରକାଶ ପାଇବା ପରେ ରାଜନୀତିକ ବୟାନବାଜୀ ତୀବ୍ର ହୋଇଯାଇଛି। ଫ୍ରାନ୍ସର ନ୍ୟୁଜ ପୋର୍ଟାଲ ‘ମିଡିଆପାର୍ଟ’ର ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ବିମାନ ନିର୍ମାତା କମ୍ପାନୀ ଡାସଲ୍ଟ ଜଣେ ମଧ୍ୟସ୍ଥିଙ୍କୁ ପ୍ରାୟ ୬୫ କୋଟି ଟଙ୍କା ଲାଞ୍ଚ ଦେଇଥିଲା। ଭାରତ ସହ ୩୬ଟି ରାଫେଲ ଯୁଦ୍ଧ ବିମାନ ଚୁକ୍ତିକୁ ଫାଇନାଲ କରିବା ପାଇଁ ଏପରି କାରବାର କରାଯାଇଥିବା ରିପୋର୍ଟ ପ୍ରକାଶ ପାଇଛି। ସିବିଆଇ […]

Rafale

Rafale

Hemant Lenka
  • Published: Tuesday, 09 November 2021
  • Updated: 09 November 2021, 03:41 PM IST

Sports

Latest News

ନୂଆଦିଲ୍ଲୀ: ରାଫେଲ ଯୁଦ୍ଧ ବିମାନ ଡିଲ୍‌ରେ ବ୍ୟାପକ ଲାଞ୍ଚ କାରବାର ସମ୍ପର୍କିତ ନୂଆ ରିପୋର୍ଟ ପ୍ରକାଶ ପାଇବା ପରେ ରାଜନୀତିକ ବୟାନବାଜୀ ତୀବ୍ର ହୋଇଯାଇଛି। ଫ୍ରାନ୍ସର ନ୍ୟୁଜ ପୋର୍ଟାଲ 'ମିଡିଆପାର୍ଟ'ର ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ବିମାନ ନିର୍ମାତା କମ୍ପାନୀ ଡାସଲ୍ଟ ଜଣେ ମଧ୍ୟସ୍ଥିଙ୍କୁ ପ୍ରାୟ ୬୫ କୋଟି ଟଙ୍କା ଲାଞ୍ଚ ଦେଇଥିଲା।

ଭାରତ ସହ ୩୬ଟି ରାଫେଲ ଯୁଦ୍ଧ ବିମାନ ଚୁକ୍ତିକୁ ଫାଇନାଲ କରିବା ପାଇଁ ଏପରି କାରବାର କରାଯାଇଥିବା ରିପୋର୍ଟ ପ୍ରକାଶ ପାଇଛି। ସିବିଆଇ ୨୦୧୮ରୁ  ଏ ବିଷୟରେ ଜାଣିଥିଲେ ମଧ୍ୟ ଘଟଣାର ତଦନ୍ତ କରି ନଥିଲା ବୋଲି ମିଡିଆପାର୍ଟ କହିଛି।

ତେବେ ଏହି ରିପୋର୍ଟ ଆସିବା ପରେ କଂଗ୍ରେସ ଓ ବିଜେପି ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଛି। ୨୦୧୪ ପୂର୍ବରୁ କଂଗ୍ରେସ କ୍ଷମତାରେ ଥିବା ବେଳେ ରାଫେଲ ଡିଲରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ବିଜେପି ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଛି। ସେହିପରି କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି-ସିବିଆଇ-ଇଡି ମିଳିତ ଭାବେ ରାଫେଲ ଡିଲ୍‌ରେ ହୋଇଥିବା ଦୁର୍ନୀତିର ତଦନ୍ତକୁ ଚପାଇ ରଖିଥିଲେ ବୋଲି କହିଛି।

ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଆଜି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, “ଆଇଏନଏସ୍‌(ଇଣ୍ଡିଆନ ନ୍ୟାଶନାଲ କଂଗ୍ରେସ)ର ପ୍ରକୃତ ଅର୍ଥ ହେଲା ଆଇ ନିଡ୍‌ କମିଶନ। ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଭଦ୍ରା ଓ ରବର୍ଟ ଭଦ୍ରା ସମସ୍ତେ କମିଶନ ଚାହାନ୍ତି। ଇଟାଲୀରୁ ରାହୁଲ ଗାନ୍ଧି ଏହାର ଜବାବ ଦିଅନ୍ତୁ। ଆପଣ ଓ ଆପଣଙ୍କ ଦଳ ଦୀର୍ଘ ବର୍ଷ ହେଲା କାହିଁକି ରାଫେଲ ଡିଲ୍‌କୁ ନେଇ ମିଛ ପ୍ରଚାର ଦେଶରେ କରୁଥିଲେ?

ବର୍ତ୍ତମାନ ସ୍ପଷ୍ଟ ହୋଇଛି ଯେ ୟୁପିଏ ସରକାର ୨୦୦୭ରୁ ୨୦୧୨ ଯାଏ କ୍ଷମତାରେ ଥିବା ବେଳେ ହିଁ ଲାଞ୍ଚ କାରବାର ହୋଇଛି। ଲାଞ୍ଚ କାରବାର କରିଥିବା ମଧ୍ୟସ୍ଥିର ନାଁ ମଧ୍ୟ ସାମ୍ନାକୁ ଆସିଛି। ତେବେ ଏପରି ଲାଞ୍ଚ କାରବାର କୌଣସି ନୁଆ ନୁହେଁ। ୟୁପିଏ ଶାସନ କାଳରେ ପ୍ରତ୍ୟେକ ଡିଲରେ ଆଉ ଗୋଟିଏ ‘ଡିଲ୍' ହେଉଥିଲା। ଡିଲ୍‌ ବା ଲାଞ୍ଚ କାରବାର ସତ୍ତ୍ୱେ ସେମାନେ ରାଫେଲ ଯୁଦ୍ଧ ବିମାନ ପାଇଁ ଚୁକ୍ତି କରିପାରି ନଥିଲେ।”

ଅନ୍ୟପକ୍ଷରେ କଂଗ୍ରେସ କହିଛି, ରାଫେଲ ଦୁର୍ନୀତିକୁ ଚପାଇ ରଖିବା ପାଇଁ ମୋଦି ସରକାର, ସିବିଆଇ-ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟରେ ହୋଇଥିବା ମଧୁଚନ୍ଦ୍ରିକା ସାମ୍ନାକୁ ଆସିଛି। ସେମାନେ ସବୁ ଜାଣି ମଧ୍ୟ ରାଫେଲ ଡିଲ୍‌ର ତଦନ୍ତ ନ କରିବା ପଛର କାରଣ କ’ଣ ବୋଲି କଂଗ୍ରେସ ପ୍ରଶ୍ନ କରିଛି। ଏଥିସହ ରାହୁଲ ଓ ପ୍ରିୟଙ୍କା ରାଫେଲ ରିପୋର୍ଟ ପ୍ରକାଶିତ ନ୍ୟୁଜିକୁ ମଧ୍ୟ ଶେୟାର କରି ବିଜେପିକୁ ଟାର୍ଗେଟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos