ମହାରାଷ୍ଟ୍ରର ଆଉ ୨ ମନ୍ତ୍ରୀ ଇସ୍ତଫା ଦେବେ ବୋଲି ଦାବି କଲା ବିଜେପି

ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ନିକଟରୁ ବିସ୍ଫୋରକ ମିଳିବା ପରେ ମହାରାଷ୍ଟ୍ରରେ ସୃଷ୍ଟି ହୋଇଥିବା ରାଜନୀତିକ ଅସ୍ଥିରତା ଏବେ ଚରମ ସୀମାରେ ପହଞ୍ଚି ଯାଇଛି। ଏହି ବିବାଦକୁ ନେଇ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଇସ୍ତଫା ଦେଇଥିବା ବେଳେ ଏବେ ଆଉ ଦୁଇ ଜଣ ମନ୍ତ୍ରୀ ଇସ୍ତଫା ଦେବେ ବୋଲି ଆଜି ବିରୋଧୀ ବିଜେପି ଦାବି କରିଛି। ବିଜେପିର ମହାରାଷ୍ଟ୍ର ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ ଦାବି କରିଛନ୍ତି ଯେ ଆସନ୍ତା ୧୫ ଦିନ ମଧ୍ୟରେ ମହାରାଷ୍ଟ୍ର […]

Maharashtra

Maharashtra

Hemant Lenka
  • Published: Thursday, 08 April 2021
  • Updated: 08 April 2021, 04:01 PM IST

Sports

Latest News

ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ନିକଟରୁ ବିସ୍ଫୋରକ ମିଳିବା ପରେ ମହାରାଷ୍ଟ୍ରରେ ସୃଷ୍ଟି ହୋଇଥିବା ରାଜନୀତିକ ଅସ୍ଥିରତା ଏବେ ଚରମ ସୀମାରେ ପହଞ୍ଚି ଯାଇଛି। ଏହି ବିବାଦକୁ ନେଇ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଇସ୍ତଫା ଦେଇଥିବା ବେଳେ ଏବେ ଆଉ ଦୁଇ ଜଣ ମନ୍ତ୍ରୀ ଇସ୍ତଫା ଦେବେ ବୋଲି ଆଜି ବିରୋଧୀ ବିଜେପି ଦାବି କରିଛି।

ବିଜେପିର ମହାରାଷ୍ଟ୍ର ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ ଦାବି କରିଛନ୍ତି ଯେ ଆସନ୍ତା ୧୫ ଦିନ ମଧ୍ୟରେ ମହାରାଷ୍ଟ୍ର ସରକାରେ ଥିବା ଆଉ ଦୁଇ ଜଣ ମନ୍ତ୍ରୀ ଇସ୍ତଫା ଦେବେ। ଏହି ଇସ୍ତଫା ପରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ପାଇଁ ବାଟ ଫିଟିବ ବୋଲି ସେ କହିଛନ୍ତି।

ବିସ୍ଫୋରକ ଗାଡ଼ି ଜବତ ଘଟଣାରେ ଗିରଫ ନିଲମ୍ବିତ ପୁଲିସ୍ ଅଧିକାରୀ ସଚିନ ବାଜେ ଏନଆଇଏକୁ ଚିଠି ଲେଖି ଅନୀଲ ଦେଶମୁଖ ଓ ମହାରାଷ୍ଟ୍ର ସରକାରରେ ପରିବହନ ମନ୍ତ୍ରୀ ଥିବା ଅନୀଲ ପରବଙ୍କ ବିରୋଧରେ ଟଙ୍କା ବସୁଲି ଅଭିଯୋଗ ଆଣିଥିଲେ। ତାଙ୍କ ଚିଠି ସାର୍ବଜନୀନ ହେବା ପରେ ଆଜି ଚନ୍ଦ୍ରକାନ୍ତ ପାଟିଲ ଏପରି ବୟାନ ଦେଇଛନ୍ତି।

ମହାରାଷ୍ଟ୍ର ସରକାରରେ ଗୃହମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଅନୀଲ ଦେଶମୁଖଙ୍କ ବିରୋଧରେ ମୁମ୍ବାଇର ପୂର୍ବତନ ପୁଲିସ୍ କମିଶନର ପରମବୀର ସିଂହ ଦୁର୍ନୀତି ଅଭିଯୋଗ ଆଣିଥିଲେ। ଏହାର ତଦନ୍ତ ବମ୍ବେ ହାଇକୋର୍ଟ ସିବିଆଇକୁ କରିବାକୁ କହିବାରୁ ଅନୀଲ ଦେଶମୁଖ ସୋମବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଅନ୍ୟପକ୍ଷରେ ଶିବସେନେ ନେତା ତଥା ମନ୍ତ୍ରୀ ଅନୀଲ ପରବ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ଆଜି ବିଜେପିର ରାଜ୍ୟ ମୁଖ୍ୟ ପାଟିଲ କହିଛନ୍ତି, ବର୍ତ୍ତମାନ ସ୍ଥିତି ଯାହା ହେଲାଣି ଆସନ୍ତା ୧୫ ଦିନ ମଧ୍ୟରେ ରାଜ୍ୟର ଆଉ ଦୁଇ ଜଣ ମନ୍ତ୍ରୀ ଇସ୍ତଫା ଦେବେ। କିଛି ଲୋକ ସେହି ମନ୍ତ୍ରୀମାନଙ୍କ ବିରୋଧରେ କୋର୍ଟ ଯିବେ ଓ ସେମାନେ ଏହାପରେ ଇସ୍ତଫା ଦେବେ। ଅନୀଲ ଦେଶମୁଖ ଓ ଅନୀଲ ପରବଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଏକାଠି କରି ମଧ୍ୟ ତଦନ୍ତ ହେବାର ସମ୍ଭାବନା ରହିଛି।

ଏହି ସ୍ଥିତିକୁ ଦେଖିଲେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ଉପଯୁକ୍ତ ସମୟ ଆସିଛି। ସବୁ କିଛି ପାଇଁ ଆପଣ ଯଦି କେନ୍ଦ୍ରକୁ ଦାୟୀ କରିବେ, ତା’ହେଲେ ରାଜ୍ୟର ପ୍ରଶାସନିକ ବ୍ୟବସ୍ଥା କାହିଁକି କେନ୍ଦ୍ରକୁ ହସ୍ତାନ୍ତର କରୁନାହାନ୍ତି? ଅନୀଲ ଦେଶମୁଖ ନିଜ ଇସ୍ତଫା ପତ୍ରରେ ସ୍ୱଚ୍ଛ ଓ ଅବାଧ ତଦନ୍ତ ପାଇଁ ପଦ ଛାଡ଼ିଥିବା କଥା କହିଛନ୍ତି। କିନ୍ତୁ ଏହାର ଗୋଟିଏ ଦିନ ପରେ ସେ ସିବିଆଇ ତଦନ୍ତ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଏଥିରୁ ତାଙ୍କର ଅସଲ ଚେହେରା ଧରାପଡ଼ିଛି।

ମହାରାଷ୍ଟ୍ର ବିଧାନସଭା ଅଧିବେଶନ ବେଳେ ରାଜ୍ୟ ସରକାର ସଚିନ ବାଜେଙ୍କ ପାଇଁ ଗୃହରେ ଓକିଲାତି କରୁଥିଲେ। ଏଥିପାଇଁ ଗୃହ ୯ଥର ମୁଲତବୀ ହୋଇଥିଲା। କିନ୍ତୁ ଏବେ ସରକାର ସେହି ସଚିନ ବାଜେଙ୍କୁ ବିଶ୍ୱାସ କରୁନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos