ଗୁଜରାଟରେ କଂଗ୍ରେସର ‘୧୪୯ ରେକର୍ଡ’ ଭାଙ୍ଗିବ ବିଜେପି

ଅହମଦବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ନିଜ ରାଜ୍ୟ ଗୁଜରାଟରେ ନୂଆ ଇତିହାସ ରଚିବାକୁ ଯାଉଛି ବିଜେପି। ଆଜି ଯାଏ ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପି ଯାହା କରିପାରି ନଥିଲା, ୨୦୨୨ରେ ସେଇଆ କରିବାକୁ ଯାଉଛି। କାରଣ ୨୦୨୨ ବିଧାନସଭା ନିର୍ବାଚନରେ ବିଜେପି ରେକର୍ଡ ୧୫୦ରୁ ଅଧିକ ଆସନରେ ଜିତିବାକୁ ଯାଉଛି। ଯଦି ବର୍ତ୍ତମାନ ଜାରି ରହିଥିବା ଟ୍ରେଣ୍ତ ଆଗକୁ ଜାରି ରହିବ, ତା’ହେଲେ ବିଜେପି ୧୯୮୫ରେ କଂଗ୍ରେସ ମାଧବସିଂହ ସୋଲାଙ୍କି […]

Gujrat

Gujrat

Hemant Lenka
  • Published: Thursday, 08 December 2022
  • Updated: 08 December 2022, 01:56 PM IST

Sports

Latest News

ଅହମଦବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ନିଜ ରାଜ୍ୟ ଗୁଜରାଟରେ ନୂଆ ଇତିହାସ ରଚିବାକୁ ଯାଉଛି ବିଜେପି। ଆଜି ଯାଏ ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପି ଯାହା କରିପାରି ନଥିଲା, ୨୦୨୨ରେ ସେଇଆ କରିବାକୁ ଯାଉଛି। କାରଣ ୨୦୨୨ ବିଧାନସଭା ନିର୍ବାଚନରେ ବିଜେପି ରେକର୍ଡ ୧୫୦ରୁ ଅଧିକ ଆସନରେ ଜିତିବାକୁ ଯାଉଛି।

ଯଦି ବର୍ତ୍ତମାନ ଜାରି ରହିଥିବା ଟ୍ରେଣ୍ତ ଆଗକୁ ଜାରି ରହିବ, ତା’ହେଲେ ବିଜେପି ୧୯୮୫ରେ କଂଗ୍ରେସ ମାଧବସିଂହ ସୋଲାଙ୍କି ସୃଷ୍ଟି କରିଥିବା ରେକର୍ଡ ଭାଙ୍ଗିବ। ଏଥିସହ ବିଜେପି ମଧ୍ୟ ଗୁଜରାଟରେ ନିଜେ ସୃଷ୍ଟି କରିଥିବା ରେକର୍ଡ ମଧ୍ୟ ଅତିକ୍ରମ କରିବ।

୧୯୮୫ ଗୁଜରାଟ ବିଧାନସଭା ନିର୍ବାଚନରେ କଂଗ୍ରେସ ମାଧବସିଂହ ସୋଲାଙ୍କିଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିଥିଲା। ସେତେବେଳେ ଦଳ ଏଠାରେ ୧୪୯ଟି ଆସନ ଜିତି ରେକର୍ଡ ସୃଷ୍ଟି କରିଥିଲା। ସୋଲାଙ୍କି ମଧ୍ୟ ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେବେଠାରୁ କୌଣସି ରାଜନୀତିକ ଦଳ ଏତେ ସଂଖ୍ୟକ ଆସନ ଜିତି ଗୁଜରାଟରେ ସରକାର ଗଠନ କରି ନାହାନ୍ତି।

ବିଜେପି କ୍ରମାଗତ ୭ମ ଥର ପାଇଁ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି। ହେଲେ ଦଳ କେବେ ହେଳେ ୧୫୦ ସଂଖ୍ୟା ଅତିକ୍ରମ କରି ନଥିଲା। ବିଜେପିର ଶ୍ରେଷ୍ଠ ପ୍ରଦର୍ଶନ ୨୦୦୨ରେ ରହିଥିଲା। ଏହି ସମୟରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦଳ ୧୨୭ଟି ଆସନ ଜିତିଥିଲା। ମୋଦି ମଧ୍ୟ ମୁଖ୍ୟମନ୍ତ୍ରୀ ହୋଇଥିଲେ।

୨୦୦୨ ପରେ ଯେତେ ଥର ବିଧାନସଭା ନିର୍ବାଚନ ହୋଇଛି, ବିଜେପିର ଆସନ ସଂଖ୍ୟା କମିଛି। ୨୦୧୭ରେ ଦଳ ୯୯ଟି ଆସନ ଜିତିଥିଲା। ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୯୨ ଥିବା ବେଳେ ବିଜେପି ୯୯ଟି ଆସନ ଜିତି ସରକାର ଗଠନ କରିଥିଲା। ଲାଗୁଥିଲା ୨୦୨୨ରେ ବିଜେପି କ୍ଷମତାଚ୍ୟୁତ ହେବ। କିନ୍ତୁ ଦଳ ଅବ କି ବାର ୧୫୦ ପାର୍‌ ନାରା ଦେଇ ମୈଦାନକୁ ଓହ୍ଲାଇଥିଲା। ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳର ପ୍ରଚାର ମଙ୍ଗ ସମ୍ଭାଳିଥିଲେ। ଏଥିସହ ଗୁଜରାଟରେ ଆପ୍‌ର ଏଣ୍ଟ୍ରୀ ବିଜେପିକୁ ସୁହାଇଛି। ଆପ ଯୋଗୁ ବିଜେପି ବିରୋଧୀ ଭୋଟ ଭାଗ ଭାଗ ହୋଇଯାଇଛି। ଏହାର ଫାଇଦା ବିଜେପିକୁ ନିର୍ବାଚନରେ ମିଳିଛି।

ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିଥିବା ଟ୍ରେଣ୍ଡ ଅନୁଯାୟୀ, ବିଜେପି ୧୧୮ଟି ଆସନରେ ଲିଡ୍‌ କରୁଥିବା ବେଳେ ୪୦ଟି ଆସନରେ ଜିତି ସାରିଲାଣି। ଦଳର ଭୋଟ ଶେୟାର ମଧ୍ୟ ୫୬% ଅତିକ୍ରମ କରିଛି। ଏହା ଗୁଜରାଟ ରାଜନୀତିରେ ଗୋଟିଏ ରେକର୍ଡ। ପୂର୍ବରୁ କେବେ ହେଲେ ବିଜେପିର ଭୋଟ ଶେୟାର ୫୦% ଅତିକ୍ରମ କରି ନଥିଲା।

କଂଗ୍ରେସ ୧୫ଟି ଆସନରେ ଲିଡ୍‌ କରୁଛି ଓ ଗୋଟିଏରେ ଜିତିଛି। ପ୍ରଥମଥର ପାଇଁ ଗୁଜରାଟ ବିଧାନସଭାରେ ନିଜର ଭାଗ୍ୟ ପରୀକ୍ଷା କରୁଥିବା ଆପ୍‌ ଗୋଟିଏ ଆସନରେ ଜିତିଛି ଓ ୪ଟିରେ ଲିଡ୍‌ କରୁଛି। ଅନ୍ୟାନ୍ୟ ଦଳ ଖାତକୁ ୩ଟି ଆସନ ଯିବାର ସମ୍ଭାବନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos