ଦ୍ରୌପଦୀ ମୁର୍ମୁଙ୍କ ସମ୍ପର୍କରେ ରାମ ଗୋପାଲ ବର୍ମାଙ୍କ ବିବାଦୀୟ ଟିପ୍ପଣୀ, ଥାନାରେ ଅଭିଯୋଗ

ହାଇଦ୍ରାବାଦ: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ତଥା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ସମ୍ପର୍କରେ ଅଭଦ୍ର ଟିପ୍ପଣୀ ଦେଇ ଅଡ଼ୁଆରେ ପଡ଼ିଛନ୍ତି ଫିଲ୍ମ ନିର୍ମାତା ରାମ ଗୋପାଲ ବର୍ମା। ଏନେଇ ତେଲାଙ୍ଗାନା ବିଜେପିର ବରିଷ୍ଠ ନେତା ଜି ନାରାୟଣ ରେଡ୍ଡୀ ଅବିଡ୍ସ ପୁଲିସ୍‌ ଷ୍ଟେସନରେ ଲିଖିତ ଅଭିଯୋଗ କରିଛନ୍ତି। ଶ୍ରୀ ବର୍ମା ଟ୍ୱିଟ ଯୋଗେ ଶ୍ରୀମତୀ ମୁର୍ମୁଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ପୁଲିସ୍‌ ଷ୍ଟେସନର ଇନ୍ସପେକ୍ଟର […]

Ram-Gopal-Verma

Ram-Gopal-Verma

Hemant Lenka
  • Published: Saturday, 25 June 2022
  • Updated: 25 June 2022, 10:05 AM IST

Sports

Latest News

ହାଇଦ୍ରାବାଦ: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ତଥା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ସମ୍ପର୍କରେ ଅଭଦ୍ର ଟିପ୍ପଣୀ ଦେଇ ଅଡ଼ୁଆରେ ପଡ଼ିଛନ୍ତି ଫିଲ୍ମ ନିର୍ମାତା ରାମ ଗୋପାଲ ବର୍ମା। ଏନେଇ ତେଲାଙ୍ଗାନା ବିଜେପିର ବରିଷ୍ଠ ନେତା ଜି ନାରାୟଣ ରେଡ୍ଡୀ ଅବିଡ୍ସ ପୁଲିସ୍‌ ଷ୍ଟେସନରେ ଲିଖିତ ଅଭିଯୋଗ କରିଛନ୍ତି। ଶ୍ରୀ ବର୍ମା ଟ୍ୱିଟ ଯୋଗେ ଶ୍ରୀମତୀ ମୁର୍ମୁଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।

ପୁଲିସ୍‌ ଷ୍ଟେସନର ଇନ୍ସପେକ୍ଟର ବି ପ୍ରସାଦ ରାଓ କହିଛନ୍ତି, “ଆମେ ଅଭିଯୋଗ ପାଇଛୁ ଓ ଏହାର ଆଇନଗତ ବିଚାର ପାଇଁ ପ୍ରକ୍ରିୟା ଆରମ୍ଭ କରିଛୁ। ଆମେ ଆଇନଗତ ମତାମତ ପାଇବା ପରେ ହିଁ ରାମ ଗୋପାଲ ବର୍ମାଙ୍କ ବିରୋଧରେ ଅନୁସୂଚିତ ଜାତି ଓ ଜନଜାତି ଆଇନ ବଳରେ ମାମଲା କରିବୁ। ବର୍ତ୍ତମାନ ଅଭିଯୋଗର ଯାଞ୍ଚ କରାଯାଉଛି।”

ରାମ ଗୋପାଳ ବର୍ମା ଟ୍ୱିଟ କରି କହିଥିଲେ ଯେ “ଯଦି ଦ୍ରୌପତି ରାଷ୍ଟ୍ରପତି ହେବେ, ତା’ହେଲେ ପାଣ୍ଡବ କିଏ? ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କେଉଁମାନେ କୌରବ?” ଶ୍ରୀ ବର୍ମାଙ୍କ ଏପରି ଟ୍ୱିଟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଶ୍ରୀ ରେଡ୍ଡୀ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ରାମ ଗୋପାଲ ବର୍ମା ଏପରି ଅଶୋଭନୀୟ ବୟାନ ଦେଇ ଜଣେ ବରିଷ୍ଠ ଆଦିବାସୀ ମହିଳା ରାଜନେତାଙ୍କୁ ଅପମାନିତ କରିଛନ୍ତି। ତେଣୁ ପୁଲିସ ତୁରନ୍ତ ତାଙ୍କ ବିରୋଧରେ ଏସସି/ଏସଟି ଆଇନ ବଳରେ ମାମଲା ରୁଜୁ କରି କଠୋର ଦଣ୍ଡ ଦେଉ।

ଟ୍ୱିଟକୁ ନେଇ ବିବାଦ ବଢ଼ୁଥିବାରୁ ଶ୍ରୀ ବର୍ମା ପୁଣି ଟ୍ୱିଟ କରି ସଫେଇ ଦେଇଛନ୍ତି। ସେ କହିଛନ୍ତି, “କେବଳ ମଜା ପାଇଁ ଏପରି ଟ୍ୱିଟ କରିଥିଲି। ଏହା ପଛରେ ଆଉ କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା। ମହାଭାରତରେ ଦ୍ରୌପଦୀ ଚରିତ୍ରକୁ ମୁଁ ବହୁତ ପସନ୍ଦ କରେ। ତେବେ ଦ୍ରୌପଦୀ ନାଁଟି ସେବେଠାରୁ ବିରଳ ହୋଇଥିବାରୁ ମୁଁ ଏବେ କେବଳ ଉକ୍ତ ଚରିତ୍ରକୁ ମନେପକାଇଥିଲି ଓ ମୋ ମତାମତ ଦେଇଥିଲି। କିନ୍ତୁ ମୁଁ କାହାର ଭାବାବେଗକୁ ଆଘାତ ଦେବାକୁ ଆଦୌ ଚାହିଁ ନଥିଲି।”

ସୂଚନାଯୋଗ୍ୟ, ଦ୍ରୌପଦୀ ମୁର୍ମୁଙ୍କୁ ବିଜେପି ନେତୃତ୍ୱାଧୀନ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ କରିଛି। ଗତକାଲି ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ତାଙ୍କର ସିଧାସଳଖ ଲଢ଼େଇ ବିରୋଧୀ ମେଣ୍ଟର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ସହ ହେବ। ଶ୍ରୀମତୀ ମୁର୍ମୁ ଏନଡିଏ ପ୍ରାର୍ଥୀ ହୋଇଥିଲେ ମଧ୍ୟ ତାଙ୍କୁ ମେଣ୍ଟରେ ନଥିବା ଓଡ଼ିଶାର ବିଜେଡି ଓ ଆନ୍ଧ୍ରର ୱାଇଏସ୍‌ଆର କଂଗ୍ରେସ ସମର୍ଥନ ଘୋଷଣା କରିଛନ୍ତି। ଏହି ସମର୍ଥନ ଯୋଗୁ ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚନ ଜିତିବା ଏକ ପ୍ରକାରର ନିଶ୍ଚିତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story