ଘୃଣା ସୃଷ୍ଟିକାରୀ ବୟାନ ସମ୍ପର୍କରେ ପଚାରିବାରୁ ରାଗିଗଲେ ବିଜେପି ନେତା, ବନ୍ଦ ହେଲା ସାକ୍ଷାତକାର

ନୂଆଦିଲ୍ଲୀ: ଦେଶରେ ଘୃଣା ସୃଷ୍ଟିକାରୀ ବୟାନ ଦିଆଯାଉଥିବା ପ୍ରସଙ୍ଗରେ ସାମ୍ବାଦିକ ପ୍ରଶ୍ନ କରିବାରୁ ରାଗି ଯାଇଛନ୍ତି ବରିଷ୍ଠ ବିଜେପି ନେତା କେଶବ ପ୍ରସାଦ ମୌର୍ଯ୍ୟ। ନିକଟରେ ହରିଦ୍ୱାରରେ ଆୟୋଜିତ ତଥାକଥିତ ଧର୍ମ ସଂସଦରେ ମୁସଲିମ ସଂପ୍ରଦାୟର ଲୋକଙ୍କ ନରସଂହାର କରିବାକୁ କିଛି ହିନ୍ଦୁ ଧର୍ମଗୁରୁ ଆହ୍ୱାନ ଦେଇଥିଲେ। ଏହି ପ୍ରସଙ୍ଗରେ ବିବିସିର ଜଣେ ସାମ୍ବାଦିକ ବରିଷ୍ଠ ବିଜେପି ନେତା ଶ୍ରୀ ମୌର୍ଯ୍ୟଙ୍କୁ ପଚାରିବାରୁ ସେ ଅଧାରୁ ସାକ୍ଷାତକାର ବନ୍ଦ କରି ଦେଇଛନ୍ତି। ମାଇକ ଫୋପାଡ଼ିବା ସହ ବିବିସି […]

UP

UP

Hemant Lenka
  • Published: Tuesday, 11 January 2022
  • Updated: 11 January 2022, 03:53 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ଘୃଣା ସୃଷ୍ଟିକାରୀ ବୟାନ ଦିଆଯାଉଥିବା ପ୍ରସଙ୍ଗରେ ସାମ୍ବାଦିକ ପ୍ରଶ୍ନ କରିବାରୁ ରାଗି ଯାଇଛନ୍ତି ବରିଷ୍ଠ ବିଜେପି ନେତା କେଶବ ପ୍ରସାଦ ମୌର୍ଯ୍ୟ। ନିକଟରେ ହରିଦ୍ୱାରରେ ଆୟୋଜିତ ତଥାକଥିତ ଧର୍ମ ସଂସଦରେ ମୁସଲିମ ସଂପ୍ରଦାୟର ଲୋକଙ୍କ ନରସଂହାର କରିବାକୁ କିଛି ହିନ୍ଦୁ ଧର୍ମଗୁରୁ ଆହ୍ୱାନ ଦେଇଥିଲେ।

ଏହି ପ୍ରସଙ୍ଗରେ ବିବିସିର ଜଣେ ସାମ୍ବାଦିକ ବରିଷ୍ଠ ବିଜେପି ନେତା ଶ୍ରୀ ମୌର୍ଯ୍ୟଙ୍କୁ ପଚାରିବାରୁ ସେ ଅଧାରୁ ସାକ୍ଷାତକାର ବନ୍ଦ କରି ଦେଇଛନ୍ତି। ମାଇକ ଫୋପାଡ଼ିବା ସହ ବିବିସି ସାମ୍ବାଦିକଙ୍କୁ କୌଣସି ପ୍ରକାରର ସାକ୍ଷାତକାର ଦେବେ ନାହିଁ ବୋଲି କହିଛନ୍ତି। ଏହାର ଭିଡିଓ ମଧ୍ୟ ବିବିସି ପକ୍ଷରୁ ରିଲିଜ କରାଯାଇଛି। ଖାଲି ସେତିକି ନୁହେଁ, ଏହି ଘଟଣାର ଭିଡିଓକୁ ମଧ୍ୟ ବଳପୂର୍ବକ ଡିଲେଟ କରିବାକୁ ସେ କ୍ରୁ ସଦସ୍ୟଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ପରବର୍ତ୍ତୀ ଅବସ୍ଥାରେ ଉତ୍ତର ପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଶ୍ରୀ ମୌର୍ଯ୍ୟ ପୂରା ଘଟଣାକୁ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି। ସାକ୍ଷାତକାର ବେଳେ ବିବିସିର ସାମ୍ବାଦିକ ନିକଟରେ ବିଭିନ୍ନ ଧର୍ମ ସଂସଦରେ ଦିଆଯାଉଥିବା ଉତ୍ତେଜନା ସୃଷ୍ଟିକାରୀ ବୟାନ ଓ ବିଜେପି ନେତାମାନଙ୍କ ନୀରବତା ସମ୍ପର୍କରେ ଶ୍ରୀ ମୌର୍ଯ୍ୟଙ୍କୁ ପ୍ରଶ୍ନ କରିଥିଲେ।

ବରିଷ୍ଠ ନେତାମାନେ କାହିଁକି ଏହା ବିରୋଧରେ କିଛି କହୁନାହାନ୍ତି? ଏହାର ଜବାବରେ ମୌର୍ଯ୍ୟ କହିଥିଲେ ଯେ “ଆମକୁ କିଛି ପ୍ରମାଣିତ କରିବାର ଆବଶ୍ୟକତା ନାହିଁ। ଆମେ ସବ୍‌କା ସାଥ, ସବ୍‌କା ବିଶ୍ୱାସରେ କାମ କରୁଛୁ। ଧର୍ମ ଗୁରୁମାନେ ସେମାନଙ୍କ ମତ ରଖିବାର ଅଧିକାର ପାଇଛନ୍ତି।

ଆପଣ କାହିଁକି କେବଳ ହିନ୍ଦୁ ଧର୍ମର ନେତାଙ୍କ କଥା କହୁଛନ୍ତି? ଅନ୍ୟ ଧର୍ମର ନେତାମାନେ ଦେଉଥିବା ବୟାନ ସମ୍ପର୍କରେ କାହିଁକି ଆଲୋଚନା ହେଉନି? ଧାରା ୩୭୦ ଉଚ୍ଛେଦ ହେବା ପୂର୍ବରୁ କେତେ ଲୋକ ଜମ୍ମୁ-କଶ୍ମୀର ଛାଡ଼ିଥିଲେ? ଆପଣ କାହିଁକି ସେ ବିଷୟରେ ପ୍ରଶ୍ନ କରୁନାହାନ୍ତି?

ଧର୍ମ ସଂସଦ ବିଜେପିର କାର୍ଯ୍ୟକ୍ରମ ନୁହେଁ। ଏହା ଧର୍ମଗୁରୁମାନଙ୍କ ସଭା। ସନ୍ଥମାନେ ଯେଉଁଥିରେ ବିଶ୍ୱାସ କରନ୍ତି, ସେକଥା କୁହନ୍ତି। ଏହା ସହ ରାଜନୀତିର କୌଣସି ସମ୍ପର୍କ ନାହିଁ। ମୁସଲିମ ଓ ଖ୍ରୀଷ୍ଟିୟାନ ନେତାମାନେ ବି ଏମିତି କଥା କହୁଛନ୍ତି। ସେମାନଙ୍କ ସମ୍ପର୍କରେ ଆଲୋଚନା କରନ୍ତୁ।”

ନିର୍ବାଚନ ପୂର୍ବରୁ ଏପରି ବୟାନ ଦିଆଯାଉଥିବାର, ଏହାର ସମ୍ପର୍କ ରାଜନୀତି ସହ ରହିଛି ବୋଲି ବିବିସି ସାମ୍ବାଦିକ ଜଣଙ୍କ ପଚାରିଥିଲେ। ଏଥିସହ ଭାରତ-ପାକିସ୍ତାନ ବେଳେ ଦିଆଯାଉଥିବା ନାରାକୁ ନେଇ ଦେଶଦ୍ରୋହ ମାମଲା ହେଉଥିବାରୁ ସେ ବିଷୟରେ ମଧ୍ୟ ମୌର୍ଯ୍ୟଙ୍କୁ ପ୍ରଶ୍ନ କରାଯାଇଥିଲା।

ଏହାର ଜବାବରେ ସେ କହିଛନ୍ତି, “ଦେଶଦ୍ରୋହ ଅଲଗା ପ୍ରସଙ୍ଗ। କିନ୍ତୁ ଏହା ଏକ ଧର୍ମ ସଂସଦ। ମୁସଲିମ ପର୍ସନାଲ ଲ’ ବୋର୍ଡ ସୂର୍ଯ୍ୟ ନମସ୍କାରକୁ ବିରୋଧ କରୁଛି। ତା’ହେଲେ ଏପରି ବିରୋଧ କରିବାର ସେମାନଙ୍କର ଅଧିକାର ନାହିଁ?” ହରିଦ୍ୱାର ଧର୍ମ ସଂସଦରେ ମୁସଲିମମାନଙ୍କ ନରସଂହାର ପାଇଁ ଆହ୍ୱାନ ଦିଆଯାଇଥିବା ପ୍ରଶ୍ନ ପଚରା ଯିବାରୁ ଶ୍ରୀ ମୌର୍ଯ୍ୟ ରାଗି ଯାଇଥିଲେ।

ସେ କହିଥିଲେ, “ଆପଣ କେଉଁ ଭିଡିଓ କଥା କହୁଛନ୍ତି ମୁଁ ଜାଣିନି। ଆପଣ ନିର୍ବାଚନ ସମ୍ପର୍କରେ ପଚାରିବାକୁ ଏଠାକୁ ଆସିଛନ୍ତି ତ? ଆପଣ ଜଣେ ସାମ୍ବାଦିକଙ୍କ ଭଳି କଥା କହୁନାହାନ୍ତି। ଆପଣ ଗୋଟିଏ ନିର୍ଦ୍ଦିଷ୍ଟ ଗ୍ରୁପର ଏଜେଣ୍ଟ ଭଳି ପ୍ରଶ୍ନ କରୁଛନ୍ତି। ମୁଁ ଆପଣଙ୍କ ସହ କଥା ହେବାକୁ ଚାହୁଁନି।” ବାସ୍‌ ଏତିକି କହି ସେ ମାଇକ୍‌ ଫୋପାଡ଼ି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story