ଅଯୋଧ୍ୟା ଜମି ଦୁର୍ନୀତିରେ ବିଜେପି ନେତା ସାମିଲ: ପ୍ରିୟଙ୍କା ଗାନ୍ଧି ଭଦ୍ରା

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିର ଟ୍ରଷ୍ଟ ସହ ଜଡ଼ିତ ଜମି ଦୁର୍ନୀତି ଓ ଲୁଟ ଘଟଣାରେ ବିଜେପି ନେତା ସାମିଲ ଥିବା ଅଭିଯୋଗ କରିଛନ୍ତି କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଭଦ୍ରା। କେବଳ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଏହାର ତଦନ୍ତ କରାଯାଉଛି। ସରକାରୀ ଅଧିକାରୀ ମଧ୍ୟ ଏହି ସ୍କାମରେ ସାମିଲ ଅଛନ୍ତି। ତେଣୁ ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି ପ୍ରିୟଙ୍କା ଦାବି କରିଛନ୍ତି। ଏଆଇସିସି ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ପ୍ରିୟଙ୍କା ଜମି ଦୁର୍ନୀତିର […]

Priyanka

Priyanka

Hemant Lenka
  • Published: Thursday, 23 December 2021
  • Updated: 23 December 2021, 03:59 PM IST

Sports

Latest News

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିର ଟ୍ରଷ୍ଟ ସହ ଜଡ଼ିତ ଜମି ଦୁର୍ନୀତି ଓ ଲୁଟ ଘଟଣାରେ ବିଜେପି ନେତା ସାମିଲ ଥିବା ଅଭିଯୋଗ କରିଛନ୍ତି କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଭଦ୍ରା। କେବଳ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଏହାର ତଦନ୍ତ କରାଯାଉଛି। ସରକାରୀ ଅଧିକାରୀ ମଧ୍ୟ ଏହି ସ୍କାମରେ ସାମିଲ ଅଛନ୍ତି। ତେଣୁ ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି ପ୍ରିୟଙ୍କା ଦାବି କରିଛନ୍ତି।

ଏଆଇସିସି ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ପ୍ରିୟଙ୍କା ଜମି ଦୁର୍ନୀତିର କିଛି ଦସ୍ତାବିଜ ଦେଖାଇଛନ୍ତି। ସେ କହିଛନ୍ତି, ସୁପ୍ରିମକୋର୍ଟ ଅଯୋଧ୍ୟା ଜମି ଦୁର୍ନୀତି ମାମଲାର ବିଚାର ନିଜ ଆଡ଼ୁ କରନ୍ତୁ। କାରଣ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ହିଁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେଉଛି।

ଦେଶର ପ୍ରତିଟି ଘର କିଛି ନା କିଛି ରାମ ମନ୍ଦିର ଟ୍ରଷ୍ଟକୁ ଦାନ କରିଛନ୍ତି। ଏଥିପାଇଁ ଡୋର ଟୁ ଡୋର ଅଭିଯାନ ମଧ୍ୟ ଆୟୋଜନ ହୋଇଥିଲା। ଏହା ଭାବାବେଗ ସହ ଜଡ଼ିତ। ଟ୍ରଷ୍ଟ ନାଁରେ ଦଳିତଙ୍କ ଜମିକୁ ହଡ଼ପ କରାଯାଯାଇଛି। କିଛି ଜମିର ଦାମ କମ ଥିଲେ ମଧ୍ୟ ଟ୍ରଷ୍ଟକୁ ଏହା ଅଧିକ ଦାମରେ ବିକ୍ରି କରାଯାଇଛି। ତେଣୁ ଏଥିରେ ଦୁର୍ନୀତି ହୋଇଥିବା ସ୍ପଷ୍ଟ।

ଏହି ଜମି ଦୁର୍ନୀତି ଓ ଲୁଟରେ ବିଜେପି ନେତାଙ୍କ ସହ ସରକାରୀ ଅଧିକାରୀ ମଧ୍ୟ ସାମିଲ ହୋଇଛନ୍ତି। ଏହାର ନିରପେକ୍ଷ ତଦନ୍ତ ହେବା ଦରକାର ବୋଲି ସେ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ଅଯୋଧ୍ୟାରେ କିଛି ଜମି ରାମ ମନ୍ଦିର ଟ୍ରଷ୍ଟ କିଣିଛି। ତେବେ ସରକାରୀ ଦର ଠାରୁ ଏହାକୁ ୧୦ରୁ ୨୦ ଗୁଣା ଅଧିକ ଦାମରେ କିଣା ଯାଇଛି। ଏହି ନିର୍ଦ୍ଦିଷ୍ଟ ଜମିକୁ ୨ କୋଟିରେ କିଣା ଯାଇଥିଲା। ହେଲେ କିଣା ଯିବାର ୧୫ ମିନିଟ୍‌ ପରେ ଏହାକୁ ମନ୍ଦିର ଟ୍ରଷ୍ଟ ୧୮.୫ କୋଟିରେ କିଣିଥିବା କିଛି ଦସ୍ତାବିଜ ସାମ୍ନାକୁ ଆସିଛି। ଏହାକୁ ନେଇ ଏବେ ରାଜନୀତିକ ବୟାନବାଜୀ ମଧ୍ୟ ଆରମ୍ଭ ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos