ହିମାଚଳରେ ବିଜେପିକୁ ଝଟକା, କିନ୍ତୁ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଡବଲ ଝଟକା

ଶିମଲା: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ଠାରୁ ବିଜେପି ହାରିବା ସହ ଗାଦିଚ୍ୟୁତ ହୋଇଛି। ଏହି ପରାଜୟ ବିଜେପିକୁ ଝଟକା ଦେଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ପାଇଁ ଡବଲ ଝଟକା ସାବ୍ୟସ୍ତ ହୋଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିଜ ରାଜ୍ୟରେ ବିଜେପିର ଏପରି ପରାଜୟ ସମସ୍ତଙ୍କୁ ଚକିତ କରିଛି। ହେଲେ ଅନୁରାଗ ଠାକୁରଙ୍କ ପାଇଁ ଏହା ଅଧିକ ଖରାପ ପରିସ୍ଥିତି ସୃଷ୍ଟି କରିଛି। ଶ୍ରୀ ଠାକୁର କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଥିବା ବେଳେ […]

anurag-Thakur

anurag-Thakur

Hemant Lenka
  • Published: Friday, 09 December 2022
  • Updated: 09 December 2022, 05:18 PM IST

Sports

Latest News

ଶିମଲା: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ଠାରୁ ବିଜେପି ହାରିବା ସହ ଗାଦିଚ୍ୟୁତ ହୋଇଛି। ଏହି ପରାଜୟ ବିଜେପିକୁ ଝଟକା ଦେଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ପାଇଁ ଡବଲ ଝଟକା ସାବ୍ୟସ୍ତ ହୋଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିଜ ରାଜ୍ୟରେ ବିଜେପିର ଏପରି ପରାଜୟ ସମସ୍ତଙ୍କୁ ଚକିତ କରିଛି। ହେଲେ ଅନୁରାଗ ଠାକୁରଙ୍କ ପାଇଁ ଏହା ଅଧିକ ଖରାପ ପରିସ୍ଥିତି ସୃଷ୍ଟି କରିଛି।

ଶ୍ରୀ ଠାକୁର କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଥିବା ବେଳେ ହିମାଚଳ ପ୍ରଦେଶର ହାମିରପୁର ଲୋକସଭା ଆସନରୁ ଜିତି ସଂସଦକୁ ଯାଇଛନ୍ତି। କିନ୍ତୁ ତାଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ସମସ୍ତ ୫ଟି ଯାକ ବିଧାନସଭା ଆସନରେ ବିଜେପି ପରାସ୍ତ ହୋଇଛି। ଏହି ସବୁ ଆସନରେ ଜୋରଦାର ଟକ୍କର ହୋଇଥିଲେ ମଧ୍ୟ କଂଗ୍ରେସ ବାଜି ମାରି ନେଇଛି। ନଡ୍ଡାଙ୍କ ହୋମ ଟାଉନ ବିଳାସପୁରରେ ଥିବା ୩ଟି ଯାବ ବିଧାନସଭା ଆସନରେ କିନ୍ତୁ ବିଜେପି ଜିତିବାକୁ ସକ୍ଷମ ହୋଇଛି।

ଅନୁରାଗ ଠାକୁରଙ୍କ ବାପା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରେମ କୁମାର ଧୂମାଲ ନିୟମିତ ଜିତି ଆସୁଥିବା ସୁଜାନପୁରରେ ଏଥର କଂଗ୍ରେସ ବାଜିମାରି ନେଇଛି। ଏଠାରେ କଂଗ୍ରେସ ପ୍ରାର୍ଥୀ ମାତ୍ର ୩୯୯ ଖଣ୍ଡ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀଙ୍କୁ ହରାଇଛନ୍ତି। ଧୂମାଲ ରାଜନୀତିରୁ ଅବସର ଘୋଷଣା କରିବା କଥା କହିବା ପରେ ଦଳ ତାଙ୍କୁ ଟିକେଟ ଦେଇ ନଥିଲା।

ବୋରଞ୍ଜରେ ମଧ୍ୟ ବିଜେପି ମାତ୍ର ୬୦ ଖଣ୍ଡ ଭୋଟ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥୀଙ୍କ ଠାରୁ ହାରିଛି। ହାମିରପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସ୍ୱାଧୀନ ପ୍ରାର୍ଥୀ ଜିତିଛନ୍ତି। ବରସାର ଓ ନଦାଉନରେ କଂଗ୍ରେସ ଜିତିଛି। ଏହାର ଅର୍ଥ ଅନୁରାଗ ଠାକୁରଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀରେ ଥିବା ମୋଟ ୫ ଆସନରୁ କଂଗ୍ରେସ ୪ଟି ଓ ଗୋଟିଏ ସ୍ଥାନରେ ସ୍ୱାଧୀନ ପ୍ରାର୍ଥୀ ଜିତିଛନ୍ତି। ବିଜେପି ଏଠାରେ ଖାତା ଖୋଲିବାକୁ ସକ୍ଷମ ହୋଇନି।

ଜେପି ନଡ୍ଡାଙ୍କ ହୋମ ଟାଉନ ବିଳାସପୁରରେ ଥିବା ୩ଟି ଯାକ ଆସନ ବିଜେପି ଜିତିଥିଲେ ମଧ୍ୟ ବିଜୟ ବ୍ୟବଧାନ ଯଥେଷ୍ଟ କମ ରହିଛି। ରାଜ୍ୟର ୬୮ଟି ବିଧାନସଭା ଆସନରୁ ୨୧ଟି ସ୍ଥାନରେ ବିଜେପି ବିଦ୍ରୋହୀମାନେ ଲଢ଼ିଥିଲେ। ସେମାନଙ୍କ ମଧ୍ୟରୁ କେବଳ ୨ ଜଣ ଜିତିବାକୁ ସକ୍ଷମ ହୋଇଛନ୍ତି। କିନ୍ତୁ ବିଦ୍ରୋହ ଯୋଗୁ ବିଜେପିର ଭୋଟ ବ୍ୟାଙ୍କ ବିଭାଜିତ ହୋଇଥିଲା। ଏହାର ଫାଇଦା କଂଗ୍ରେସ ଉଠାଇଛି।

କଂଗ୍ରେସ ରାଜ୍ୟରେ ମୋଟ ୪୦ଟି ଆସନ ଜିତିଥିବା ବେଳେ ବିଜେପି ୨୫ଟି ସ୍ଥାନରେ ବାଜିମାତ କରିଛି। ଆପ୍‌ ଖାତା ଖୋଲିବାକୁ ସକ୍ଷମ ହୋଇନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story