କରୋନା ନିୟମର ଧଜିଆ ଉଡ଼ାଇ ଝିଅର ବାହାଘର ପାଇଁ ପାର୍ଟି କଲେ ବିଜେପି ବିଧାୟକ

ମୁମ୍ବାଇ: ମହାମାରୀ କରୋନାର ଦ୍ୱିତୀୟ ଲହର ସାଂଘାତିକ ସୃଷ୍ଟି କରିଥିଲେ ହେଁ ଜଣେ ବିଜେପି ବିଧାୟକ ଏଥିପାଇଁ ଜାରି କଟକଣାର ଧଜିଆ ଉଡ଼ାଇଛନ୍ତି। ଝିଅର ବାହାଘର ପାଇଁ ବିଜେପି ବିଧାୟକ ଜଣଙ୍କ ସବୁ କଟକଣାକୁ ଉଲ୍ଲଙ୍ଘନ କରି ବିଶାଳ ପାର୍ଟିର ଆୟୋଜନ କରିଥିବା ଦୃଶ୍ୟ ସାମ୍ନାକୁ ଆସିଛି। ସରକାର ବାରମ୍ବାର ସାଧାରଣ ଲୋକଙ୍କୁ ତାଗିଦ କରୁଥିବା ବେଳେ ଜଣେ ବିଜେପି ବିଧାୟକଙ୍କ ଏଭଳି ଆଚରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବିବାଦ ବଢ଼ୁଥିବାରୁ ମହାରାଷ୍ଟ୍ର ପୁଲିସ୍‌ ବିଜେପି ବିଧାୟକ […]

BJP

BJP

Hemant Lenka
  • Published: Tuesday, 01 June 2021
  • Updated: 01 June 2021, 04:32 PM IST

Sports

Latest News

ମୁମ୍ବାଇ: ମହାମାରୀ କରୋନାର ଦ୍ୱିତୀୟ ଲହର ସାଂଘାତିକ ସୃଷ୍ଟି କରିଥିଲେ ହେଁ ଜଣେ ବିଜେପି ବିଧାୟକ ଏଥିପାଇଁ ଜାରି କଟକଣାର ଧଜିଆ ଉଡ଼ାଇଛନ୍ତି। ଝିଅର ବାହାଘର ପାଇଁ ବିଜେପି ବିଧାୟକ ଜଣଙ୍କ ସବୁ କଟକଣାକୁ ଉଲ୍ଲଙ୍ଘନ କରି ବିଶାଳ ପାର୍ଟିର ଆୟୋଜନ କରିଥିବା ଦୃଶ୍ୟ ସାମ୍ନାକୁ ଆସିଛି। ସରକାର ବାରମ୍ବାର ସାଧାରଣ ଲୋକଙ୍କୁ ତାଗିଦ କରୁଥିବା ବେଳେ ଜଣେ ବିଜେପି ବିଧାୟକଙ୍କ ଏଭଳି ଆଚରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ବିବାଦ ବଢ଼ୁଥିବାରୁ ମହାରାଷ୍ଟ୍ର ପୁଲିସ୍‌ ବିଜେପି ବିଧାୟକ ମହେଶ ଲଣ୍ଡଗେଙ୍କ ବିରୋଧରେ ଏଫଆଇଆର କରିଛି। ତାଙ୍କ ସହ ଆଉ ୬୦ ଜଣଙ୍କ ନାଁରେ ମଧ୍ୟ କରୋନା କଟକଣା ଉଲ୍ଲଙ୍ଘନ କରିଥିବାରୁ ମାମଲା କରାଯାଇଛି। ସାମ୍ନାକୁ ଆସିଥିବା ଭିଡିଓରେ ୪୫ ବର୍ଷୀୟ ବିଧାୟକ ମହେଶ ନିଜ ଝିଅଙ୍କ ବାହାଘର ପୂର୍ବରୁ ପରିବାର ଓ ସାଙ୍ଗସାଥୀଙ୍କ ପାଇଁ ପାର୍ଟିର ଆୟୋଜନ କରିଥିଲେ।

ବାହାଘର ପାର୍ଟି ଉପରେ ମହାରାଷ୍ଟ୍ର ସରକାର କଟକଣା ଲଗାଇଥିଲେ ହେଁ ଏହାକୁ ବିଧାୟକ ମହେଶ ଖାତିର କରି ନଥିଲେ। ସେ କେବଳ ପାର୍ଟିର ଆୟୋଜନ କରି ନଥିଲେ ବରଂ ପାର୍ଟିରେ ଯୋଗଦେଇଥିବା ଲୋକଙ୍କ ସହ ବିନ୍ଦାସ ନାଚଗୀତର ଆସର ମଧ୍ୟ ଜମାଇଥିଲେ। ପ୍ରାୟ ୬୦ ଜଣଙ୍କ ସହ ମହେଶ ନାଚୁଥିବା ଭିଡିଓରୁ ସ୍ପଷ୍ଟ ହୋଇଥିଲା।

ମହାମାରୀ କରୋନା ଦ୍ୱାରା ମହାରାଷ୍ଟ୍ର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ସଂକ୍ରମଣକୁ ରୋକିବା ପାଇଁ ସରକାର ବାହାଘର କାର୍ଯ୍ୟକ୍ରମରେ ସର୍ବାଧିକ ୨୫ ଜଣଙ୍କୁ ଯୋଗଦେବାର ଅନୁମତି ଦେଇଛନ୍ତି। ହେଲେ ବିଧାୟକ ମହେଶ ଖୋଲାଖୋଲି ଭାବେ ଏହାର ଉଲ୍ଲଙ୍ଘନ କରିଛନ୍ତି।

ମହେଶ ଆୟୋଜିକ କରିଥିବା ପାର୍ଟିରେ କେହି ବି ମାସ୍କ ପିନ୍ଧି ନଥିଲେ କିମ୍ବା ସାମାଜିକ ଦୂରତାକୁ ପାଳନ କରି ନଥିଲେ। ସେହିପରି ପାର୍ଟି ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅନୁମତି ମଧ୍ୟ ଅଣା ଯାଇ ନଥିଲା। ତଥାପି ସମସ୍ତେ ପାର୍ଟିରେ ସାମିଲ ହୋଇଥିଲେ। ଏଥିପାଇଁ ସମସ୍ତଙ୍କ ବିରୋଧରେ ମାମଲା ହୋଇଥିବା ପୁଲିସ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos