ନିଜ ଦଳ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ବିଜେପି ବିଧାୟକ

ଭୋପାଲ: ମଧ୍ୟପ୍ରଦେଶ ବିଜେପିରେ ଫାଟ। ଖୋଦ ନିଜ ଦଳ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଣେ ବିଜେପି ବିଧାୟକ। ଆଞ୍ଚଳିକ ସ୍ତରରେ ହେଉଥିବା ନିର୍ବାଚନ ଜିତିବା ପାଇଁ ମଧ୍ୟପ୍ରଦେଶରେ କ୍ଷମତାସୀନ ବିଜେପି ସରକାର ସବୁ ପ୍ରକାରର କଳବଳ ଓ କୌଶଳ ଲଗାଉଥିବା ବିଧାୟକ ଜଣଙ୍କ ଅଭିଯୋଗ କରିଛନ୍ତି। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିଦ୍ରୋହ ଯୋଗୁ ମଧ୍ୟପ୍ରଦେଶର କଂଗ୍ରେସ ସକରାର ଭୁଶୁଡ଼ି ପଡ଼ିଥିଲା। ଏହାପରେ ଶିବରାଜ ସିଂହ ଚୌହାନ ରାଜ୍ୟରେ ସରକାର ଗଠନ କରିଛନ୍ତି। ହେଲେ ତାଙ୍କ ଦଳର ବିଧାୟକ […]

BJP

BJP

Hemant Lenka
  • Published: Thursday, 14 July 2022
  • Updated: 14 July 2022, 04:57 PM IST

ଭୋପାଲ: ମଧ୍ୟପ୍ରଦେଶ ବିଜେପିରେ ଫାଟ। ଖୋଦ ନିଜ ଦଳ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଣେ ବିଜେପି ବିଧାୟକ। ଆଞ୍ଚଳିକ ସ୍ତରରେ ହେଉଥିବା ନିର୍ବାଚନ ଜିତିବା ପାଇଁ ମଧ୍ୟପ୍ରଦେଶରେ କ୍ଷମତାସୀନ ବିଜେପି ସରକାର ସବୁ ପ୍ରକାରର କଳବଳ ଓ କୌଶଳ ଲଗାଉଥିବା ବିଧାୟକ ଜଣଙ୍କ ଅଭିଯୋଗ କରିଛନ୍ତି।

ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିଦ୍ରୋହ ଯୋଗୁ ମଧ୍ୟପ୍ରଦେଶର କଂଗ୍ରେସ ସକରାର ଭୁଶୁଡ଼ି ପଡ଼ିଥିଲା। ଏହାପରେ ଶିବରାଜ ସିଂହ ଚୌହାନ ରାଜ୍ୟରେ ସରକାର ଗଠନ କରିଛନ୍ତି। ହେଲେ ତାଙ୍କ ଦଳର ବିଧାୟକ ନିର୍ବାଚନରେ ସରକାରୀ କଳର ଅପବ୍ୟବହାର କରାଯାଉଥିବା କଥା କହିବା ପରେ ବିଜେପି ସରକାର ଅପମାନଜନକ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି।

ମଇହରରୁ ଚତୁର୍ଥ ଥର ପାଇଁ ବିଧାୟକ ହୋଇଥିବା ନରାୟାଣ ତ୍ରିପାଠୀ କ୍ୟାମେରା ସାମ୍ନାରେ ସରକାରଙ୍କ ଅସଲ ମୁଖା ଖୋଲି ଦେଇଛନ୍ତି। ସେ କହିଛନ୍ତି, “ମୁଁ ଆଦୌ ବିଜେପି ବିରୋଧରେ ନାହିଁ। କିନ୍ତୁ ଯାହା ସବୁ ଘଟୁଛି, ସେସବୁ ଯନ୍ତ୍ରଣା ଦାୟକ। ମୁଁ ମଇହରର ବିଭିନ୍ନ ସ୍ଥାନ ବୁଲୁଛି। ଏଠାରେ ପଟୱାରୀଙ୍କ ଠାରୁ ବରିଷ୍ଠ ପାହ୍ୟାର ଅଧିକାରୀମାନେ ଗୋଟିଏ ରାଜନୀତିକ ଦଳ ପାଇଁ ପ୍ରଚାର କରୁଥିବା ଦେଖିବାକୁ ପାଉଛି। ଏହି ଅଧିକାରୀମାନେ ବିଜେପି ପାଇଁ ଭୋଟ ସଂଗ୍ରହ କରୁଛନ୍ତି।

ମୁଁ ଜଣେ ବିଜେପି ବିଧାୟକ। କିନ୍ତୁ ସରକାରୀ ଅଧିକାରୀଙ୍କ ଏପରି ଆଚରଣ ଦେଖି ମୁଁ ହତବାକ। ଏହା ମୋତେ ବିଚଳିତ କରୁଛି। ଏବେକା ସ୍ଥିତିରେ ଦେଶର ଗୋଟିଏ ସରକାରକୁ ୨ ମିନିଟ ମଧ୍ୟରେ ଭାଙ୍ଗି ଦିଆଯାଇ ପାରିବ। ସ୍ଥାନୀୟ ନିର୍ବାଚନରେ ମଧ୍ୟ ସମାନ ଘଟଣା ଘଟୁଛି। ଏପରି ଆଦୌ ହେବା କଥା ନୁହେଁ।”

ବିଧାୟକ ତ୍ରିପାଠୀଙ୍କ ଏପରି ବୟାନକୁ ସମର୍ଥନ କରିଛନ୍ତି କଂଗ୍ରେସ ନେତା ଦିଗବିଜୟ ସିଂହ। ସେ କହିଛନ୍ତି, “ବିଜେପିରେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ସତ କହିବାର ସାହାସ ରଖିଛନ୍ତି। ନାରାୟଣ ତ୍ରିପାଠୀ ହଜାର ହଜାର ପ୍ରାର୍ଥୀଙ୍କ ଯନ୍ତ୍ରଣାକୁ ପର୍ଦ୍ଦାଫାସ କରିଥିବାରୁ ଆପଣଙ୍କୁ ଧନ୍ୟବାଦ। ପ୍ରିଜାଇଡିଂ ଅଫିସରମାନେ ଖୋଲାଖୋଲି ଭାବେ ଗଣତନ୍ତ୍ରର ଧଜିଆ ଉଡ଼ାଉଛନ୍ତି।”

ନାରାୟଣ ତ୍ରିପାଠୀ ୨୦୦୩ରେ ସପା ଟିକେଟରୁ ଜିତିଥିଲେ। ୨୦୧୩ରେ ସେ କଂଗ୍ରେସ, ୨୦୧୬ ଉପ ନିର୍ବାଚନରେ ବିଜେପିରୁ ଓ ୨୦୧୮ରେ ପୁଣି ବିଜେପି ଟିକେଟରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story