ବିଜେପି ସାଂସଦଙ୍କୁ ‘ବିହାରୀ ଗୁଣ୍ଡା’ କହିଛନ୍ତି କି ମହୁଆ? ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ: ଆଇଟି ବିଭାଗର ସଂସଦୀୟ ପ୍ୟାନେଲ ବୈଠକ ବେଳେ ଟିଏମସି ସାଂସଦ ମହୁଆ ମୌତ୍ର ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ପ୍ରତି ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିବା ଅଭିଯୋଗ ହୋଇଛି। ଖୋଦ୍‌ ସାଂସଦ ଦୁବେ ଏହି ଅଭିଯୋଗ ଆଣିଛନ୍ତି। ପ୍ୟାନେଲର ବୈଠକ ବେଳେ ମହୁଆ ତାଙ୍କୁ ୩ ଥର ‘ବିହାରୀ ଗୁଣ୍ଡା’ ବୋଲି କହିଥିଲେ ବୋଲି ଦୁବେ ଟ୍ୱିଟ କରିଥିଲେ। ଲୋକସଭାରେ ଦୁବେ ଆଜି ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଯେ ମୋ ଜୀବନରେ ମୁଁ କେବେ […]

BJP

BJP

Hemant Lenka
  • Published: Thursday, 29 July 2021
  • Updated: 29 July 2021, 05:50 PM IST

Sports

Latest News

ନୂଆଦିଲ୍ଲୀ: ଆଇଟି ବିଭାଗର ସଂସଦୀୟ ପ୍ୟାନେଲ ବୈଠକ ବେଳେ ଟିଏମସି ସାଂସଦ ମହୁଆ ମୌତ୍ର ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ପ୍ରତି ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିବା ଅଭିଯୋଗ ହୋଇଛି। ଖୋଦ୍‌ ସାଂସଦ ଦୁବେ ଏହି ଅଭିଯୋଗ ଆଣିଛନ୍ତି। ପ୍ୟାନେଲର ବୈଠକ ବେଳେ ମହୁଆ ତାଙ୍କୁ ୩ ଥର ‘ବିହାରୀ ଗୁଣ୍ଡା’ ବୋଲି କହିଥିଲେ ବୋଲି ଦୁବେ ଟ୍ୱିଟ କରିଥିଲେ।

ଲୋକସଭାରେ ଦୁବେ ଆଜି ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଯେ ମୋ ଜୀବନରେ ମୁଁ କେବେ ହେଲେ ଏମିତି ଶବ୍ଦ ଶୁଣି ନଥିଲି। ମୁଁ ଆଜି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛି। ସାଂସଦ ଭାବେ ଏହା ମୋର ୧୩ତମ ବର୍ଷ। ହେଲେ ଗତକାଲି(ବୁଧବାର) ସଂସଦୀୟ କମିଟିର ବୈଠକରେ ଜଣେ ମହିଳା ଟିଏମସି ସାଂସଦ ମୋତେ ବିହାରୀ ଗୁଣ୍ଡା ଭାବେ ଯେଉଁଭଳି ସମ୍ବୋଧନ କଲେ, ତା’ର ଅଭିଜ୍ଞତା ମୁଁ କେବେ ହେଲେ ମୋ ଜୀବନରେ ପାଇ ନଥିଲି।

ଆମ ମାନଙ୍କର ଭୁଲ କ’ଣ? ଦେଶକୁ ବିକାଶ କରିବା କ’ଣ ଆମର ଭୁଲ? ଆମେ ଶ୍ରମିକ ଭାବେ କଠିନ ପରିଶ୍ରମ କରୁଛୁ। ଆମେ ସବୁ କିଛି ଭଗବାନ ରାମଙ୍କ ଠାରୁ ଶିଖିଛୁ। ଏଭଳି ଶବ୍ଦ ବ୍ୟବହାର କରି ସାଂସଦ ଜଣଙ୍କ ବିହାରର ଗୌରବ ଉପରେ ଆକ୍ରମଣ କରିଛନ୍ତି। ହିନ୍ଦୀ ଭାଷା କହୁଥିବା ଲୋକଙ୍କ ପ୍ରତି ଟିଏମସିର ଘୃଣା ମନୋଭାବ ରହିଛି। ଏହି କାରଣ ପାଇଁ ସେ ମୋତେ ବିହାରୀ ଗୁଣ୍ଡା କହିଲେ। ମହିଳା ସାଂସଦ ଜଣଙ୍କ କ୍ଷମା ମାଗିବା ଦରକାର ବୋଲି ଦୁବେ କହିଛନ୍ତି।


ଏହି ଅଭିଯୋଗକୁ ମହୁଆ ସଂପୂର୍ଣ୍ଣ ଭାବେ ଭିତ୍ତିହୀନ ବୋଲି କହିଛନ୍ତି। ସେ ଟ୍ୱିଟ କରି କହିଛନ୍ତି, “ଏହି ଚାର୍ଜ କଥା ଶୁଣି ମୁଁ ଆଶ୍ଚର୍ଯ୍ୟ। ଆଇଟି ବୈଠକ ଆଦୌ ହୋଇନାହିଁ। ସଦସ୍ୟମାନେ ଏଥିରେ ଯୋଗ ଦେଇନାହାନ୍ତି। ଜଣେ ବ୍ୟକ୍ତି ଉପସ୍ଥିତ ନଥିବା ବେଳେ ମୁଁ କେମିତି ତଥାକଥିତ ନାଁ(ବିହାରୀ ଗୁଣ୍ଡା)ରେ ଡାକିବି? ଦୟା କରି ସମସ୍ତେ ଉପସ୍ଥାପନା ଶିଟ୍‌କୁ ଚେକ କରନ୍ତୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos