ଭୋଟିଂ ବେଳେ ବିଜେପି ସାଂସଦ ଓ ମିଡିଆ ଗାଡ଼ି ଭଙ୍ଗାରୁଜା, ଦେଖନ୍ତୁ ଭିଡିଓ

କୋଲକାତା: ପଶ୍ଚିମବଙ୍ଗରେ ଆଜି ୪ର୍ଥ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ବ୍ୟାପକ ହିଂସାକାଣ୍ଡ ଘଟିଛି। କୋଚ ବେହାରରେ ଗୁଳିକାଣ୍ଡ ଘଟି ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ହୁଗୁଳି ଜିଲ୍ଲାରୁ ମାରପିଟ୍‌ର ଖବର ଆସିଛି। ଏଠାକାର ବୁଥ ନଂ ୬୬ରେ ଭୋଟିଂ ଚାଲିଥିବା ବେଳେ ଉତ୍ତ୍ୟକ୍ତ ଲୋକେ ବିଜେପି ସାଂସଦ ଲକେଟ ଚାଟାର୍ଜୀ ଓ କିଛି ପ୍ରେସ୍‌ ଗାଡ଼ିକୁ ଭଙ୍ଗା ରୁଜା କରିଛନ୍ତି। ଏହାର ଭିଡିଓ ଏଏନଆଇ ଟ୍ୱିଟ କରିଛି। ଭିଡିଓ ଅନୁଯାୟୀ, ସାଂସଦ ଲକେଟ ସିଂହଙ୍କ […]

Car-attacked

Car-attacked

Hemant Lenka
  • Published: Saturday, 10 April 2021
  • Updated: 10 April 2021, 04:46 PM IST

କୋଲକାତା: ପଶ୍ଚିମବଙ୍ଗରେ ଆଜି ୪ର୍ଥ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ବ୍ୟାପକ ହିଂସାକାଣ୍ଡ ଘଟିଛି। କୋଚ ବେହାରରେ ଗୁଳିକାଣ୍ଡ ଘଟି ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ହୁଗୁଳି ଜିଲ୍ଲାରୁ ମାରପିଟ୍‌ର ଖବର ଆସିଛି। ଏଠାକାର ବୁଥ ନଂ ୬୬ରେ ଭୋଟିଂ ଚାଲିଥିବା ବେଳେ ଉତ୍ତ୍ୟକ୍ତ ଲୋକେ ବିଜେପି ସାଂସଦ ଲକେଟ ଚାଟାର୍ଜୀ ଓ କିଛି ପ୍ରେସ୍‌ ଗାଡ଼ିକୁ ଭଙ୍ଗା ରୁଜା କରିଛନ୍ତି। ଏହାର ଭିଡିଓ ଏଏନଆଇ ଟ୍ୱିଟ କରିଛି।

ଭିଡିଓ ଅନୁଯାୟୀ, ସାଂସଦ ଲକେଟ ସିଂହଙ୍କ କଳା ରଙ୍ଗର କାର୍‌କୁ ଉତ୍ତ୍ୟକ୍ତ ଶତାଧିକ ପୁରୁଷ ଓ ମହିଳା ଆକ୍ରମଣ କରିବାକୁ ଉଦ୍ୟମ କରୁଛନ୍ତି। କିଛି ଲୋକ କାରକୁ ବାଡ଼େଇବା ସହ କାଚ୍‌ ମଧ୍ୟ ଭାଙ୍ଗି ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ମାସ୍କ ପିନ୍ଧି ନଥିବା ବେଳେ ସାମାଜିକ ଦୂରତା ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରିଛନ୍ତି।

ସେମାନେ ବେଙ୍ଗଲୀ ଭାଷାରା ନାରାବାଜୀ କରିବା ସହ କାର୍‌ ମଧ୍ୟରେ ବସିଥିବା ଲକେଟ୍‌ ଚାଟାର୍ଜୀଙ୍କୁ ବୁଥ ନିକଟରୁ ଚାଲି ଯିବାକୁ ଧମକ ଦେଉଥିବା ଦେଖିବାକୁ ମିଳିଛି।


ଏହି ଭିଡିଓରେ ଆକ୍ରମଣ କରିବାକୁ ଉଦ୍ୟମ କରୁଥିବା ଲୋକଙ୍କ ସହ ସୁରକ୍ଷାକର୍ମୀଙ୍କ ସହ ଧସ୍ତାଧସ୍ତି ହେବାର ଦୃଶ୍ୟ ରହିଛି। ସୁରକ୍ଷାକର୍ମୀ ଧକ୍କା ମାରି ଉତ୍ତ୍ୟକ୍ତ ଲୋକଙ୍କୁ କାର୍‌ ନିକଟରୁ ତଡ଼ିବାକୁ ଚେଷ୍ଟା ମଧ୍ୟ କରୁଛନ୍ତି। ସେହିପରି ରାସ୍ତା କଡ଼ରେ ପାର୍କ ହୋଇଥିବା କିଛି ଗଣମାଧ୍ୟମର କାର୍‌ର କାଚକୁ ଲୋକମାନେ ଭଙ୍ଗାରୁଜା କରିଥିବା ଭିଜୁଆଲ ସାମ୍ନାକୁ ଆସିଛି।

ଘଟଣା ପରେ ଶ୍ରୀମତୀ ଚାଟାର୍ଜୀ ଫୋନ ଯୋଗେ ନିର୍ବାଚନ ଅଧିକାରୀଙ୍କୁ କହିଛନ୍ତି, ସେମାନେ ମୋ କାର୍‌କୁ ଭାଙ୍ଗି ଦେଇଛନ୍ତି। ମୁଁ ବୁଥ ନଂ ୬୬ରେ ରହିଥିଲି। ସେମାନେ ମୋ ଜ୍ୟାକେଟ ନେଇଯିବା ସହ ମୋତେ ଆକ୍ରମଣ କରିଛନ୍ତି। କାଚ୍‌ ଭଙ୍ଗାରୁଜା ହେବାରୁ ଏହା ମୋ ଦେହରେ ମାଡ଼ ହୋଇଛି।

ସେମାନେ ମିଡିଆ କର୍ମୀମାନଙ୍କୁ ଗାଡ଼ିରୁ ବାହାର କରି ସେମାନଙ୍କୁ ବି ମାଡ଼ ମାରିଛନ୍ତି। ବୁଥ ନଂ ୬୬ରେ ଏବେ ବି ବିଜେପି କର୍ମୀ ଓ ମିଡିଆ କର୍ମୀ ଫସି ରହିଛନ୍ତି। ତେଣୁ ନିର୍ବାଚନ କମିଶନ ତୁରନ୍ତ ସିଆରପିଏଫ ଯବାନଙ୍କୁ ପଠାନ୍ତୁ ବୋଲି ସେ ଦାବି କରିଛନ୍ତି।


ଶ୍ରୀମତୀ ଚାଟାର୍ଜୀ ହୁଗୁଳିରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ଏକଦା ହୁଗୁଳି ଟିଏମସିର ଗଡ଼ ଥିଲା। କିନ୍ତୁ ଏବେ ବିଜେପି ଏଠାରେ ନିଜର ଦବଦବା ଦେଖାଇଛି। ସାଂସଦ ଥିବା ସତ୍ତ୍ୱେ ଲକେଟ୍‌ ଚାଟାର୍ଜୀଙ୍କୁ ବିଜେପି ଏଥର ବିଧାନସଭା ନିର୍ବାଚନ ଲଢ଼ିବାକୁ ଟିକେଟ୍‌ ଦେଇଛି।

ଏହି ଘଟଣା ପୂର୍ବରୁ କୋଚ ବେହାର ଜିଲ୍ଲାର ଗୋଟିଏ ପୁଲିଂ ବୁଥରେ ବିଜେପି ଓ ଟିଏମସି କର୍ମୀ ମୁହାଁମୁହିଁ ହୋଇଥିଲେ। ସ୍ଥିତି ସାଂଘାତିକ ହେବାରୁ କେନ୍ଦ୍ରୀୟ ସୁରକ୍ଷାକର୍ମୀମାନେ ଗୁଳିମାଡ଼ କରିଥିଲେ। ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏହାପରେ ନିର୍ବାଚନ କମିଶନ ଏହି ବୁଥରେ ଭୋଟିଂକୁ ବନ୍ଦ କରିଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos