ବିଜେପି-କଂଗ୍ରେସ ପୋଷାକ କଳି: ୪୧ ହଜାର ବନାମ ୧୦ ଲକ୍ଷ

ନୂଆଦିଲ୍ଲୀ: ବିଜେପି ଓ କଂଗ୍ରେସ ମଧ୍ୟରେ ଏବେ ପୋଷାକ କଳି ଆରମ୍ଭ ହୋଇଛି। ବିଜେପି ବିରୋଧରେ କଂଗ୍ରେସ ଭାରତ ଯୋଡ଼ୋ ପଦଯାତ୍ରା କରୁଛି। କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା କଶ୍ମୀର ଯାଏ ଚାଲିବ। ଦେଶବାସୀଙ୍କୁ ଏକାଠି କରିବା ପାଇଁ କଂଗ୍ରେସ ଏପରି ପଦଯାତ୍ରା କରୁଥିବା କହୁଛି। ହେଲେ ବାସ୍ତବରେ ଦଳର ନଜର ୨୦୨୪ ସାଧାରଣ ନିର୍ବାଚନ ଉପରେ ରହିଥିବା ରାଜନୀତିକ ପଣ୍ଡିତମାନେ କହିଛନ୍ତି। ଏସବୁ ଭିତରେ ରାହୁଲ ଗାନ୍ଧି ପିନ୍ଧିଥିବା ଗୋଟିଏ ଦାମୀ ଟି-ଶାର୍ଟକୁ […]

Rahul1

Rahul1

Hemant Lenka
  • Published: Friday, 09 September 2022
  • Updated: 09 September 2022, 07:01 PM IST

Sports

Latest News

ନୂଆଦିଲ୍ଲୀ: ବିଜେପି ଓ କଂଗ୍ରେସ ମଧ୍ୟରେ ଏବେ ପୋଷାକ କଳି ଆରମ୍ଭ ହୋଇଛି। ବିଜେପି ବିରୋଧରେ କଂଗ୍ରେସ ଭାରତ ଯୋଡ଼ୋ ପଦଯାତ୍ରା କରୁଛି। କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା କଶ୍ମୀର ଯାଏ ଚାଲିବ। ଦେଶବାସୀଙ୍କୁ ଏକାଠି କରିବା ପାଇଁ କଂଗ୍ରେସ ଏପରି ପଦଯାତ୍ରା କରୁଥିବା କହୁଛି। ହେଲେ ବାସ୍ତବରେ ଦଳର ନଜର ୨୦୨୪ ସାଧାରଣ ନିର୍ବାଚନ ଉପରେ ରହିଥିବା ରାଜନୀତିକ ପଣ୍ଡିତମାନେ କହିଛନ୍ତି।

ଏସବୁ ଭିତରେ ରାହୁଲ ଗାନ୍ଧି ପିନ୍ଧିଥିବା ଗୋଟିଏ ଦାମୀ ଟି-ଶାର୍ଟକୁ ନେଇ ବିଜେପି ପ୍ରଶ୍ନ ଉଠାଇଛି। ଏହାର ଜବାବ ମଧ୍ୟ କଂଗ୍ରେସ ଦେବାକୁ ପଛାଇ ନାହିଁ। ବର୍ତ୍ତମାନ ଭାରତ ଯୋଡ଼ୋ ପଦଯାତ୍ରାରେ ଥିବା ରାହୁଲ ଗାନ୍ଧି ପିନ୍ଧିଥିବା ଗୋଟିଏ ଟି-ଶାର୍ଟର ଫଟୋକୁ ବିଜେପି ଟ୍ୱିଟ କରିଛି। ଦଳ ଏହାର ଦାମ ୪୧ ହଜାର ଟଙ୍କା ବୋଲି କହିଛି।

ବିଜେପି ଟ୍ୱିଟ କରିଥିବା ଫଟୋରେ ରାହୁଲ ଧଳା ରଙ୍ଗର ଗୋଟିଏ ବୁରବେରୀ ଟି-ଶାର୍ଟ ପିନ୍ଧିଛନ୍ତି। ଏହି ଫଟୋର ସାଇଡରେ ବିଜେପି ଟି-ଶାର୍ଟର ଦାମ କେତେ ବୋଲି ଅନଲାଇନରୁ ସ୍କ୍ରିନଶଟ୍ ବାହାର କରି ପୋଷ୍ଟ କରିଛି। ଏଥିରେ ରାହୁଲ ପିନ୍ଧିଥିବା ଗଞ୍ଜିର ଦାମ ୪୧,୨୫୭ ଟଙ୍କା ଲେଖାଯାଇଛି। ଏହି ଦୁଇ ଫୋଟକୁ ପୋଷ୍ଟ କରି ବିଜେପି ଲେଖିଛି ଯେ “ଭାରତ, ଦେଖ।”


କଂଗ୍ରେସ ଏହାର ଜବାବ ପ୍ରଧାନମନ୍ତ୍ରୀ ମୋଦି ପିନ୍ଧୁଥିବା ୧୦ ଲକ୍ଷ ଟଙ୍କିଆ ସୁଟ ଓ ୧.୫ ଲକ୍ଷ ଟଙ୍କିଆ ଚଷମାରେ ଦେଇଛି। କଂଗ୍ରେସ କହିଛି ଯେ ଆପଣମାନେ ଡରିଗଲେ କି? ଭାରତ ଯୋଡ଼ୋ ଯାତ୍ରାରେ ଲୋକଙ୍କ ଭିଡ଼ ଦେଖିବା ପରେ ଏମିତି ହୋଇଛି। ମୁଖ୍ୟ ପ୍ରସଙ୍ଗ ବିଷୟରେ କୁହନ୍ତୁ। ବେକାରୀ ଓ ଦରବୃଦ୍ଧି ଉପରେ ସମ୍ପର୍କରେ ମତ ରଖନ୍ତୁ। ଯଦି ପୋଷାକ ଉପରେ ଚର୍ଚ୍ଚା କରିବାର ଅଛି, ତା’ହେଲେ ମୋଦିଙ୍କ ୧୦ ଲକ୍ଷ ଟଙ୍କିଆ ସୁଟ ଓ ୧.୫ ଲକ୍ଷ ଟଙ୍କିଆ ଚଷମା ଯାଏ କଥା ଯିବ ବୋଲି କଂଗ୍ରେସ ଟ୍ୱିଟ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos