ଦିଲ୍ଲୀ ମହାନଗର ନିଗମ ନିର୍ବାଚନ: ବିଜେପିର ମେଗା ପ୍ରଚାର

ନୂଆଦିଲ୍ଲୀ: ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ପାଇଁ ବିଜେପିର ମେଗା ପ୍ରଚାର।  ଦିଲ୍ଲୀରେ ଆଜି ୧୪ଟି ମାରାଥନ୍ ରୋଡ୍ ଶୋ କରିଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ୧୦ରୁ ଅଧିକ ଷ୍ଟାର୍ ପ୍ରଚାରକ। ଜେପି ନଡ୍ଡା ସାଉଥ୍ ଦିଲ୍ଲୀରେ ପ୍ରଚାର କରିଛନ୍ତି । ସଙ୍ଗମ ବିହାରରୁ ରାଲି ବାହାରି ରତିଆ ମାର୍ଗରୁ ପିପିଲ୍ ଚୌକ୍ ଯାଏଁ ଯିବ ବିଜେପିର ଏହି ବିଶାଳ ରାଲିରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର,ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର୍ ପ୍ରମୁଖ ଯୋଗ ଦେଇଛନ୍ତି ।

ବିଜୟ ସକଳ୍ପ ନାଁରେ ବାହାରିଥିବା ଏହି ରାଲି ଭୋଟରଙ୍କୁ ଦଳୀୟ ପ୍ରାର୍ଥୀ ପାଇଁ ଭୋଟ୍ ମାଗିବା ସହ ବିକାଶର ବାର୍ତ୍ତା ବାଣ୍ଟିବ। ଦିଲ୍ଲୀର ୨୫୦ ୱାର୍ଡ ବିଶିଷ୍ଟ ମହାନଗର ନିଗମ ନିର୍ବାଚନ ଆସନ୍ତା ୪ ତାରିଖରେ ହେବ । ଡିସେମ୍ବର ୭ ତାରିଖରେ ଏହାର ଫଳାଫଳ ଘୋଷଣା ହେବ । ୨୦୧୨ରୁ ଏମସିଡି ବିଜେପି ପାଖରେ ରହିଛି । ଦିଲ୍ଲୀରେ ଆମ ଆଦମୀ ପାର୍ଟି କ୍ଷମତାରେ ଥିବା ବେଳେ ବିଜେପି ଏମସିଡିରେ ଥିବାରୁ ଏଥର ମଧ୍ୟ କଡ଼ା ଫାଇଟ୍ ହେବ।

ବିଜେପି ଏଥରର ଏମସିଡି ନିର୍ବାଚନକୁ ନେଇ ନୂଆ ରଣନୀତି ପ୍ରସ୍ତୁତ କରିଛି। ଦିଲ୍ଲୀରେ କ୍ଷମତାସୀନ ଥିବା ଆପ୍ ସରକାରର ବିଭିନ୍ନ ଦୁର୍ନୀତିକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବ ଦଳ । ତାସହ ଏକାଧିକ ସ୍କାମ୍ ଓ ଭଷ୍ଟ୍ରାଚାରରେ ବୁଡ଼ି ରହିଥିବା ଘଟଣାକୁ ଲୋକଲୋଚନକୁ ଆଣିବ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ବିଜେପି ଇନଚାର୍ଜ ବୈଜୟନ୍ତ ପଣ୍ଡା।  ଏମସିଡି ବିଜେପି ପାଖରେ ଥିଲା । ଆଉ ଏବେ ବି ରହିବ।  ଅଧିକରୁ ଅଧିକ ସିଟରେ ବିଜେପି ପ୍ରାର୍ଥୀ ବିଜୟ ଲାଭ କରିବ। ଲୋକେ କେନ୍ଦ୍ର ସରକାରଙ୍କ ବିକାଶକୁ ହୃଦବୋଧ କରିଛନ୍ତି ବୋଲି ବୈଜୟନ୍ତ ଦୋହରାଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।