କେଜ୍ରିୱାଲଙ୍କୁ ହତ୍ୟା କରିବାକୁ ଚାହୁଁଛି ବିଜେପି: ମନୀଷ ସିସୋଦିଆ

ନୂଆଦିଲ୍ଲୀ: ବଲିଉଡ ଫିଲ୍ମ ଦି କଶ୍ମୀର ଫାଇଲ୍ସକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦେଇଥିବା ବୟାନ ବିରୋଧରେ ବିଜେପି କର୍ମୀମାନେ ଜୋରଦାର ବିକ୍ଷୋଭ କରିଛନ୍ତି। ଆଜି ଶତାଧିକ ବିଜେପି କର୍ମୀ କେଜ୍ରିୱାଲଙ୍କ ବାସଭବନ ବାହାରେ ହିଂସାକାଣ୍ଡ ଘଟାଇଛନ୍ତି। ବିଜେପି କର୍ମୀମାନେ କେଜ୍ରିୱାଲଙ୍କ ଘରର ଗେଟରେ ରଙ୍ଗ ବୋଳିବା ସହ ସିସିଟିଭି ଓ ଅନ୍ୟାନ୍ୟ ଜିନିଷ ଭଙ୍ଗାରୁଜା କରିଛନ୍ତି। ଦିଲ୍ଲୀ ପୁଲିସ୍‌ ସୁରକ୍ଷା ଦାୟିତ୍ୱରେ ଥିଲେ ମଧ୍ୟ ବିକ୍ଷୋଭକାରୀମାନେ କେମିତି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ପହଞ୍ଚିଲେ, ତା’କୁ […]

BJP

BJP

Hemant Lenka
  • Published: Wednesday, 30 March 2022
  • Updated: 30 March 2022, 06:43 PM IST

Sports

Latest News

ନୂଆଦିଲ୍ଲୀ: ବଲିଉଡ ଫିଲ୍ମ ଦି କଶ୍ମୀର ଫାଇଲ୍ସକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦେଇଥିବା ବୟାନ ବିରୋଧରେ ବିଜେପି କର୍ମୀମାନେ ଜୋରଦାର ବିକ୍ଷୋଭ କରିଛନ୍ତି। ଆଜି ଶତାଧିକ ବିଜେପି କର୍ମୀ କେଜ୍ରିୱାଲଙ୍କ ବାସଭବନ ବାହାରେ ହିଂସାକାଣ୍ଡ ଘଟାଇଛନ୍ତି।

ବିଜେପି କର୍ମୀମାନେ କେଜ୍ରିୱାଲଙ୍କ ଘରର ଗେଟରେ ରଙ୍ଗ ବୋଳିବା ସହ ସିସିଟିଭି ଓ ଅନ୍ୟାନ୍ୟ ଜିନିଷ ଭଙ୍ଗାରୁଜା କରିଛନ୍ତି। ଦିଲ୍ଲୀ ପୁଲିସ୍‌ ସୁରକ୍ଷା ଦାୟିତ୍ୱରେ ଥିଲେ ମଧ୍ୟ ବିକ୍ଷୋଭକାରୀମାନେ କେମିତି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ପହଞ୍ଚିଲେ, ତା’କୁ ନେଇ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି।

ଏସବୁ ଭିତରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସାଂଘାତିକ ଅଭିଯୋଗ କରିଛନ୍ତି। ବିଜେପି କେଜ୍ରିୱାଲଙ୍କୁ ହତ୍ୟା କରିବାକୁ ଚାହୁଁଥିବା ସେ ଅଭିଯୋଗ କରିବା ପରେ ହଇଚଇ ସୃଷ୍ଟି ହୋଇଛି। ସେ କହିଛନ୍ତି, “ପଞ୍ଜାବରେ ଆପ୍‌ର ପ୍ରଚଣ୍ଡ ବିଜୟ ପରେ ବିଜେପି ଏବେ ଅରବିନ୍ଦ କେଜ୍ରିୱାଲଙ୍କୁ ହତ୍ୟା କରିବାକୁ ଚାହୁଁଛି। ସେମାନେ ଆପ୍‌କୁ ନିର୍ବାଚନରେ ହରାଇ ପାରୁ ନଥିବାରୁ ଆଜି ଏପରି ଉଗ୍ର ରୂପ ଦେଖାଇଛନ୍ତି।

ଆଜି ପୁଲିସ ଉପସ୍ଥିତିରେ ବିଜେପିର ଗୁଣ୍ଡାମାନେ କେଜ୍ରିୱାଲଙ୍କ ଘର ପାଖରେ ପହଞ୍ଚି ଗଲେ। ସେମାନେ କେଜ୍ରିୱାଲଙ୍କୁ ନିର୍ବାଚନରେ ହରାଇ ପାରୁ ନଥିବାରୁ ତାଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି। ସେମାନେ ଜାଣିଶୁଣି ପୁଲିସ୍‌କୁ ନେଇ ବିକ୍ଷୋଭ କରିଛନ୍ତି। ବିଜେପି ଗୁଣ୍ଡାମାନେ ବ୍ୟାରିକେଡ ଭାଙ୍ଗିଥିଲେ ମଧ୍ୟ ପୁଲିସ୍ କିଛି ବି କରିନି।

ଏହି ଘଟଣାରେ ସେମାନେ ବିପଦଜନକ ଖେଳ ଖେଳୁଛନ୍ତି। ରାଜନୀତି କେବଳ ଗୋଟିଏ ବାହାନା। ଏହା ସିଧାସିଧା ଅପରାଧିକ ମାମଲା। କ’ଣ କୌଣସି ମୁଖ୍ୟମନ୍ତ୍ରୀଙ୍କ ଘର ନିକଟରେ ଗୁଣ୍ଡାମାନେ ଏମିତି ପହଞ୍ଚି ପାରିବେ? କେଜ୍ରିୱାଲ ଘରେ ହମଲା କରି ଅସାମାଜିକ ତତ୍ତ୍ୱମାନେ ସିସିଟିଭି ଓ ସିକ୍ୟୁରିଟି ବ୍ୟାରିକେଡ ଭାଙ୍ଗିଛନ୍ତି। ବିଜେପି ଗୁଣ୍ଡାମାନେ ଭଙ୍ଗାରୁଜା କରୁଥିଲେ ମଧ୍ୟ ପୁଲିସ୍ ସେମାନଙ୍କୁ ଅଟକାଇ ନଥିଲା। ବରଂ ସେମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଘର ପର୍ଯ୍ୟନ୍ତ ଆଣିଥିଲା।”


ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ମଧ୍ୟ ବିଜେପିର ଏପରି ଆଚରଣକୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ପଞ୍ଜାବରେ ବିଜେପି ଆମ ଆଦମୀ ପାର୍ଟି ଠାରୁ ହାରିବା ପରେ ହତାଶ ହୋଇପଡ଼ିଛି। ଏଥିପାଇଁ ସେମାନେ ଏମିତି କରୁଛନ୍ତି। ପୁଲିସ ଉପସ୍ଥିତିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘର ଉପରେ ଆକ୍ରମଣ କରାଯିବା କାପୁରୁଷତାର ପରିଚୟ। ବିଜେପି ଏବେ କେବଳ କେଜ୍ରିୱାଲ ଓ ଆପ୍‌କୁ ଡରୁଥିବା ପୂରା ସ୍ପଷ୍ଟ ହୋଇଯାଇଛି।”

ବଲିଉଡ ଫିଲ୍ମ ଦି କଶ୍ମୀର ଫାଇଲ୍ସକୁ କେଜ୍ରିୱାଲ ନିଜର ବୟାନ ମାଧ୍ୟମରେ କଟାକ୍ଷ କରିଥିଲେ। ଏପରି କରି ସେ କଶ୍ମୀର ପଣ୍ଡିତଙ୍କ ନରସଂହାରର ମଜା ଉଡ଼ାଇଥିବା ବିଜେପି ନେତାମାନେ ଅଭିଯୋଗ କରି ଏପରି ଲଙ୍କାକାଣ୍ଡ ଘଟାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos