ବିଜେପି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି: ମୁସଲିମ ବ୍ୟକ୍ତିଙ୍କୁ ପିଟିଲେ, ଛେପ ଚଟାଇଲେ

ଧନବାଦ: ସର୍ବସମ୍ମୁଖରେ ଗୁଣ୍ଡାଗର୍ଦ୍ଦି କରିଛନ୍ତି ବିଜେପି କର୍ମୀ। ସେମାନେ ଜଣେ ମୁସଲିମ ବ୍ୟକ୍ତିଙ୍କୁ ସର୍ବସମ୍ମୁଖରେ ମାଡ଼ ମାରିବା ସହ ରାସ୍ତାରେ ଛେପ ଚଟାଇଛନ୍ତି। ଏଥିସହ ତାଙ୍କୁ ଉଠବସ କରାଇବା ଓ ଜୟ ଶ୍ରୀରାମ ନାରା ଦେବାକୁ ବାଧ୍ୟ କରିଛନ୍ତି। ଝାରଖଣ୍ଡର ଧନବାଦରେ ଘଟିଥିବା ଏହି ଘଟଣା କ୍ୟାମେରାରେ କଏଦ ମଧ୍ୟ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏପରି କାଣ୍ଡ ଘଟିବା ବେଳେ ବିଜେପି ସାଂସଦ ପିଏନ ସିଂହ, ବିଜେପି ବିଧାୟକ ରାଜ ସିହ୍ନା ଓ ଅନ୍ୟ […]

Thrash

Thrash

Hemant Lenka
  • Published: Saturday, 08 January 2022
  • Updated: 08 January 2022, 11:27 AM IST

Sports

Latest News

ଧନବାଦ: ସର୍ବସମ୍ମୁଖରେ ଗୁଣ୍ଡାଗର୍ଦ୍ଦି କରିଛନ୍ତି ବିଜେପି କର୍ମୀ। ସେମାନେ ଜଣେ ମୁସଲିମ ବ୍ୟକ୍ତିଙ୍କୁ ସର୍ବସମ୍ମୁଖରେ ମାଡ଼ ମାରିବା ସହ ରାସ୍ତାରେ ଛେପ ଚଟାଇଛନ୍ତି। ଏଥିସହ ତାଙ୍କୁ ଉଠବସ କରାଇବା ଓ ଜୟ ଶ୍ରୀରାମ ନାରା ଦେବାକୁ ବାଧ୍ୟ କରିଛନ୍ତି। ଝାରଖଣ୍ଡର ଧନବାଦରେ ଘଟିଥିବା ଏହି ଘଟଣା କ୍ୟାମେରାରେ କଏଦ ମଧ୍ୟ ହୋଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏପରି କାଣ୍ଡ ଘଟିବା ବେଳେ ବିଜେପି ସାଂସଦ ପିଏନ ସିଂହ, ବିଜେପି ବିଧାୟକ ରାଜ ସିହ୍ନା ଓ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ମିଳିଥିବା ସୂଚନା ଅନୁଯାୟୀ, ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଘଟଣାକୁ ନେଇ ଶୁକ୍ରବାର ବିଜେପି କର୍ମୀମାନେ ଧନବାଦର ଗାନ୍ଧି ଚୌକରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ସମୟରେ ଉକ୍ତ ରାସ୍ତା ଦେଇ ଯାଉଥିବା ଜଣେ ମୁସଲିମ ବ୍ୟକ୍ତି କୁଆଡ଼େ ବିଜେପିର ଝାରଖଣ୍ଡ ମୁଖ୍ୟ ଦୀପକ ପ୍ରକାଶ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଅଶ୍ଳୀଳ ଶବ୍ଦ ପ୍ରୟୋଗ କରିଥିଲେ।

ଏହାକୁ ଆଧାର କରି ବିଜେପି କର୍ମୀମାନେ ଆଟାକିଂ ମୁଡକୁ ଚାଲି ଆସିଥିଲେ। ସେମାନେ ଉକ୍ତ ବ୍ୟକ୍ତିଙ୍କୁ ମାଡ଼ ମାରିବା ସହ ରାସ୍ତାରେ କଲାର ଧରି ଦୁର୍ବ୍ୟବହାର କରିଥିଲେ। ବ୍ୟକ୍ତି ଜଣଙ୍କ ହାତ ଯୋଡ଼ି ନେହୁରା ହୋଇଥିଲେ ମଧ୍ୟ ବିଜେପି ନେତାମାନଙ୍କ ମନ ଶାନ୍ତି ହୋଇ ନଥିଲା। ସେମାନେ ତାଙ୍କୁ ଉଠବସ କରାଇବା ସହ ରାସ୍ତାରେ ଛେପ ଛଟାଇଥିଲେ। ଏଥିସହ ଜୟ ଶ୍ରୀରାମ ନାରା ଦେବାକୁ ବାଧ୍ୟ କରାଇଥିଲେ। ଏହି ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ନିଆଁ ଭଳି ବ୍ୟାପିବାରେ ଲାଗିଛି।


ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି। ଏଥିସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, “ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଝାରଖଣ୍ଡର ଶାନ୍ତି ଓ ସ୍ଥିରତା ଭଙ୍ଗ କରୁଥିବା ଘଟଣାକୁ କେବେ ହେଲେ ସହ୍ୟ କରାଯିବନି।”


ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପୁଲିସ୍‌ ଆକ୍ସନ ମୋଡକୁ ଆସିଛି। ପୀଡ଼ିତଙ୍କ ଭାଇ ରେହାନ ପୁଲିସ୍‌ ନିକଟରେ ଏଫଆଇଆର ରୁଜୁ କରିଛନ୍ତି। ପୁଲିସ୍‌ ଭାଇରାଲ ଭିଡିଓକୁ ଆଧାର କରି ଦୁଇ ଜଣ ବିଜେପି ନେତାଙ୍କ ଘରେ ରେଡ କରି ୪ ଜଣଙ୍କୁ ଗିରଫ କରିଛି। ଦୋଷୀଙ୍କ ବିରୋଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏଏସପି ମନୋଜ ଏସ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos