ଜେଲ୍‌ ଭିତରେ ହତ୍ୟା ଷଡ଼ଯନ୍ତ୍ରର ଅଭିଯୋଗ ଆଣିଲେ ବିଜେପିର ଗିରଫ ନେତ୍ରୀ ପାମେଲା

କୋଲକାତା: କୋକେନ୍‌ ରଖି ଗିରଫ ହୋଇଥିବା ବିଜେପି ନେତ୍ରୀ ପାମେଲା ଗୋସାମ୍ବୀଙ୍କ ଜାମିନ ଆବେଦନ ଆଜି କୋଲକାତାର ଗୋଟିଏ ଏନଡିପିଏସ କୋର୍ଟ ଖାରଜ କରିଦେଇଛନ୍ତି। ଏଥିସହ ତାଙ୍କୁ ମାର୍ଚ୍ଚ ୧୮ ଯାଏ ପୁଲିସ୍‌ ହେପାଜତକୁ ପଠାଇ ଦେଇଛନ୍ତି। ତେବେ ଜାମିନ ଖାରଜ ହେବା ପରେ ସେ ଜେଲ୍‌ ଭିତରେ ତାଙ୍କୁ ମାରିବା ପାଇଁ ଷଡ଼ଯନ୍ତ୍ର ହେଉଥିବା ଅଭିଯୋଗ କରିଛନ୍ତି। ବିଜେପି ନେତା ରାକେଶ ସିଂହ ତାଙ୍କୁ ଓ ତାଙ୍କ ପୁରୁଷ ବନ୍ଧୁ ପ୍ରବୀରଙ୍କୁ ଜେଲ୍‌ ମଧ୍ୟରେ ମାରିବାର […]

Pamela

Pamela

Hemant Lenka
  • Published: Thursday, 04 March 2021
  • Updated: 04 March 2021, 09:29 PM IST

Sports

Latest News

କୋଲକାତା: କୋକେନ୍‌ ରଖି ଗିରଫ ହୋଇଥିବା ବିଜେପି ନେତ୍ରୀ ପାମେଲା ଗୋସାମ୍ବୀଙ୍କ ଜାମିନ ଆବେଦନ ଆଜି କୋଲକାତାର ଗୋଟିଏ ଏନଡିପିଏସ କୋର୍ଟ ଖାରଜ କରିଦେଇଛନ୍ତି। ଏଥିସହ ତାଙ୍କୁ ମାର୍ଚ୍ଚ ୧୮ ଯାଏ ପୁଲିସ୍‌ ହେପାଜତକୁ ପଠାଇ ଦେଇଛନ୍ତି। ତେବେ ଜାମିନ ଖାରଜ ହେବା ପରେ ସେ ଜେଲ୍‌ ଭିତରେ ତାଙ୍କୁ ମାରିବା ପାଇଁ ଷଡ଼ଯନ୍ତ୍ର ହେଉଥିବା ଅଭିଯୋଗ କରିଛନ୍ତି।

ବିଜେପି ନେତା ରାକେଶ ସିଂହ ତାଙ୍କୁ ଓ ତାଙ୍କ ପୁରୁଷ ବନ୍ଧୁ ପ୍ରବୀରଙ୍କୁ ଜେଲ୍‌ ମଧ୍ୟରେ ମାରିବାର ଷଡ଼ଯନ୍ତ୍ର କରୁଥିବା ପାମେଲା ଉଭୟ କୋର୍ଟ ଏବଂ ଗଣମାଧ୍ୟମକୁ କହିଛନ୍ତି।

ସେ କହିଛନ୍ତି, ମୋ ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ରେକଶ ସିଂହଙ୍କୁ ଗିରଫ କରିଥିଲା। ଏହି କାରଣରୁ ସେ ମୋତେ ଓ ମୋ ବନ୍ଧୁ ପ୍ରବୀରଙ୍କୁ ଜେଲ ଭିତରେ ମାରିଦେବେ ବୋଲି ଧମକ ଦେଇଥିଲେ। କିଛି ଦିନ ତଳେ ରେକଶ ମୋତେ ଧମକ ଦେଇ କହିଥିଲେ ଯେ ଜେଲ୍‌ ଭିତରେ ପ୍ରବୀରଙ୍କୁ ମାରିଦେବେ।

ଏହାର ପ୍ରମାଣ ମୁଁ ଯୁଗ୍ମ କମିଶନରଙ୍କୁ ଦେଇ ସାରିଛି। ମୋ ଜୀବନ ପ୍ରତି ମଧ୍ୟ ଜେଲ୍‌ ଭିତରେ ବିପଦ ରହିଛି। ମୁଁ ଆଜି ଆପଣ ମାନଙ୍କୁ(ମିଡିଆ)କୁ ଏକଥା କହୁଛି। କାରଣ ଆପଣମାନେ ଏହା ଉପରେ ଉପଯୁକ୍ତ ପଦକ୍ଷେପ ନେଇ ପାରିବେ। ମୁଁ ନ୍ୟାୟ ଚାହେଁ ବୋଲି ପାମେଲା କୋର୍ଟରୁ ବାହାରିବା ବେଳେ କହିଛନ୍ତି।

ସୋମବାର ଅଲୀପୋରା ଏନଡିପିଏସ କୋର୍ଟ ରାକେଶ ସିଂହଙ୍କ ଜାମିନ ଆବେଦନ ଖାରଜ କରିଥିଲେ। ଆଜି କୋର୍ଟ ପାମେଲା ଓ ପ୍ରବୀର କୁମାର ଦେଙ୍କ ଜାମିନ ଆବେଦନକୁ ଅଗ୍ରାହ୍ୟ କରିଛନ୍ତି। ଫେବୃଆରୀ ୧୯ରେ ପାମେଲାଙ୍କୁ ପୁଲିସ୍‌ ୧୦୦ ଗ୍ରାମ କୋକେନ ସହ ଗିରଫ କରିଥିଲା।

ତେବେ ପାମେଲା ତାଙ୍କ ବିରୋଧରେ ସାଂଘାତିକ ଷଡ଼ଯନ୍ତ୍ର ହୋଇଥିବା ଅଭିଯୋଗ କରିଥିଲେ। ଏପରି କି ବିଜେପି ନେତା ରାକେଶ ସିଂହ ଲୋକ ଲଗାଇ ତାଙ୍କୁ ଫସାଇ ଦେଇଥିବା ପାମେଲା ପୁଲିସ୍‌ ଓ କୋର୍ଟରୁ ଯିବା ବେଳେ ଗଣମାଧ୍ୟମକୁ କହିଥିଲେ। ଏହି ବୟାନକୁ ଆଧାର କରି ଫେବୃଆରୀ ୨୪ରେ କୋଲକାତା ପୁଲିସ୍‌ର ଦୁଇଟି ଟିମ ରାକେଶଙ୍କ ଘରେ ରେଡ୍‌ ପାଇଁ ପହଞ୍ଚିଥିଲା। ତେବେ ସେ ସଡ଼କ ପଥରେ ରାଜ୍ୟ ବାହାରକୁ ଯିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ୍‌ ତାଙ୍କୁ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos