କୋକେନ ରଖି ଗିରଫ ବିଜେପି ନେତ୍ରୀ ୨୫ ଯାଏ ପୁଲିସ୍‌ ହେପାଜତକୁ ଗଲେ

କୋଲକାତା: କୋକେନ ସହ ଗିରଫ ହୋଇଥିବା ଯୁବ ବିଜେପି ନେତ୍ରୀ ପାମେଲା ଗୋସ୍ୱାମୀଙ୍କୁ ଆଜି କୋଲକାତାର ଏନଡିପିଏସ କୋର୍ଟ ଫେବୃଆରୀ ୨୫ ଯାଏ ପୁଲିସ୍‌ ହେପାଜତକୁ ପଠାଇ ଦେଇଛନ୍ତି। କୋକେନ ସହ ଗତକାଲି ପାମେଲାଙ୍କୁ ଗିରଫ କରାଯାଇଥିଲା। ଆଜି କୋର୍ଟରୁ ତାଙ୍କୁ ଅଣା ଯାଉଥିବା ବେଳେ ସେ ପୂରା ଘଟଣାର ସିଆଇଡି ତଦନ୍ତ ପାଇଁ ଦାବି କରିଥିଲେ। ତାଙ୍କ ବିରୋଧରେ ସାଂଘାତିକ ଷଡ଼ଯନ୍ତ୍ର ହୋଇଥିବା ମଧ୍ୟ ସେ ଅଭିଯୋଗ କରିଥିଲେ। ଏପରି କି ବିଜେପି ସାଂସଦ ରାକେଶ […]

pamela

pamela

Hemant Lenka
  • Published: Saturday, 20 February 2021
  • Updated: 20 February 2021, 08:41 PM IST

Sports

Latest News

କୋଲକାତା: କୋକେନ ସହ ଗିରଫ ହୋଇଥିବା ଯୁବ ବିଜେପି ନେତ୍ରୀ ପାମେଲା ଗୋସ୍ୱାମୀଙ୍କୁ ଆଜି କୋଲକାତାର ଏନଡିପିଏସ କୋର୍ଟ ଫେବୃଆରୀ ୨୫ ଯାଏ ପୁଲିସ୍‌ ହେପାଜତକୁ ପଠାଇ ଦେଇଛନ୍ତି। କୋକେନ ସହ ଗତକାଲି ପାମେଲାଙ୍କୁ ଗିରଫ କରାଯାଇଥିଲା।

ଆଜି କୋର୍ଟରୁ ତାଙ୍କୁ ଅଣା ଯାଉଥିବା ବେଳେ ସେ ପୂରା ଘଟଣାର ସିଆଇଡି ତଦନ୍ତ ପାଇଁ ଦାବି କରିଥିଲେ। ତାଙ୍କ ବିରୋଧରେ ସାଂଘାତିକ ଷଡ଼ଯନ୍ତ୍ର ହୋଇଥିବା ମଧ୍ୟ ସେ ଅଭିଯୋଗ କରିଥିଲେ। ଏପରି କି ବିଜେପି ସାଂସଦ ରାକେଶ ସିଂହ ତାଙ୍କ ଲୋକ ଲଗାଇ ତାଙ୍କୁ ଫସାଇ ଦେଇଥିବା ପାମେଲା କହିଛନ୍ତି। ଗତକାଲି କୋଲକାତା ପୁଲିସ୍‌ ତାଙ୍କ ଗାଡ଼ିରୁ କୋକେନ ଜବତ କରିଥିଲା।

ପାମେଲା କରିଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ଦେଇ ରାକେଶ ସିଂହ କହିଛନ୍ତି, କେବଳ ବଦନାମ କରିବାକୁ ମୋ ନାଁ ନିଆଯାଇଛି। ଗତ ସପ୍ତାହରେ ସେ ବରିଷ୍ଠ ବିଜେପି ନେତାଙ୍କ ବିରୋଧରେ ପୁଲିସ୍‌ରେ ଅଭିଯୋଗ କରିଥିଲେ। ପାମେଲା ଗୋସ୍ୱାମୀଙ୍କ ବାପା ନିଜେ ତାଙ୍କ ଝିଅ ଡ୍ରଗ୍ସ ସେବନ କରୁଥିବା ପୁଲିସକୁ କହିଥିଲେ ବୋଲି ସେ କହିଛନ୍ତି।

ପାମେଲାଙ୍କ ମା’ ମଧୁଛନ୍ଦା ଗୋସ୍ୱାମୀ କହିଛନ୍ତି, “ମୋ ଝିଅ ବହୁତ ଭଲ। ମୁଁ ତା’କୁ ଭଲ ଭାବେ ଜାଣିଛି। ସେ ମୋ ଝିଅ। ଆମେ ମଧ୍ୟବିତ୍ତ ପରିବାରର। ଆମେ କେବେ ହେଲେ କୋକେନ ଟେଷ୍ଟ କରିନାହୁଁ।”

ଶୁକ୍ରବାର କୋଲକାତାର ନ୍ୟୁ ଅଲୀପୋରା ଅଞ୍ଚଳରୁ ପୁଲିସ୍‌ ପାମେଲାଙ୍କ ଗାଡ଼ି ଓ ବ୍ୟାଗ୍‌ରୁ ୧୦୦ ଗ୍ରାମ କୋକେନ ଜବତ କରିଥିଲା। ଏହି ଘଟଣାରେ ତାଙ୍କ ଓ ତାଙ୍କ ବନ୍ଧୁ ପ୍ରବୀର କୁମାର ଦେଙ୍କୁ ମଧ୍ୟ ପୁଲିସ୍‌ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos