ଶଙ୍ଖ ଫୁଙ୍କିଲେ ପାଖକୁ ଆସିବନି କରୋନା!

ଲକ୍ଷ୍ନୌ: ମହାମାରୀ କରୋନା ଯେତିକି ମାଡ଼ି ଚାଲିଛି, ଏହାର ଉପଚାର ସମ୍ପର୍କରେ ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏବେ ଶଙ୍ଖ ଫୁଙ୍କିବା ଦ୍ୱାରା କରୋନାକୁ ମାତ୍‌ ଦିଆଯାଇ ପାରିବ ବୋଲି ଯୋଗ ବିଶେଷଜ୍ଞମାନେ କହିଛନ୍ତି। ଶଙ୍ଖ ଫୁଙ୍କିଲେ ଶ୍ୱାସକ୍ରିୟା ସିଷ୍ଟମ ଗୁଡ଼ିକ ଅଧିକ ଶକ୍ତିଶାଳୀ ହେବ। ତେଣୁ ଶଙ୍ଖ ଫୁଙ୍କୁଥିବା ଲୋକଙ୍କ ପାଖରେ କରୋନା ପ୍ରବେଶ କରିପାରିବ ନାହିଁ ବୋଲି ସେମାନେ ଦାବି କରିଛନ୍ତି। ପ୍ରୟାଗରାଜର ଯୋଗ ବିଶେଷଜ୍ଞ ରତନ ସ୍ନିହା କହିଛନ୍ତି, […]

Blow-conch-shells

Blow-conch-shells

Hemant Lenka
  • Published: Thursday, 13 May 2021
  • Updated: 13 May 2021, 03:21 PM IST

Sports

Latest News

ଲକ୍ଷ୍ନୌ: ମହାମାରୀ କରୋନା ଯେତିକି ମାଡ଼ି ଚାଲିଛି, ଏହାର ଉପଚାର ସମ୍ପର୍କରେ ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏବେ ଶଙ୍ଖ ଫୁଙ୍କିବା ଦ୍ୱାରା କରୋନାକୁ ମାତ୍‌ ଦିଆଯାଇ ପାରିବ ବୋଲି ଯୋଗ ବିଶେଷଜ୍ଞମାନେ କହିଛନ୍ତି। ଶଙ୍ଖ ଫୁଙ୍କିଲେ ଶ୍ୱାସକ୍ରିୟା ସିଷ୍ଟମ ଗୁଡ଼ିକ ଅଧିକ ଶକ୍ତିଶାଳୀ ହେବ। ତେଣୁ ଶଙ୍ଖ ଫୁଙ୍କୁଥିବା ଲୋକଙ୍କ ପାଖରେ କରୋନା ପ୍ରବେଶ କରିପାରିବ ନାହିଁ ବୋଲି ସେମାନେ ଦାବି କରିଛନ୍ତି।

ପ୍ରୟାଗରାଜର ଯୋଗ ବିଶେଷଜ୍ଞ ରତନ ସ୍ନିହା କହିଛନ୍ତି, ହିନ୍ଦୁ ଓ ବୌଦ୍ଧ ଧର୍ମର ସର୍ବପୁରାତନ ପରମ୍ପରା ହେଉଛି ଶଙ୍ଖ ଫୁଙ୍ଖିବା। ବହୁ ପୂର୍ବରୁ ପ୍ରାର୍ଥନା ପରେ ଶଙ୍ଖ ଫୁଙ୍ଖା ଯାଏ। ଆମ ପୂର୍ବପୁରୁଷମାନେ ନିୟମିତ ଶଙ୍ଖ ବଜାନ୍ତି ଓ ସେମାନଙ୍କ ଫୁସଫୁସ ବେଶ ଶକ୍ତିଶାଳୀ ରହିଥାଏ। ସେମାନେ ବହୁତ କମମାତ୍ରାରେ ଶ୍ୱାସ ଜନିତ ରୋଗରେ ଆକ୍ରାନ୍ତ ହୁଅନ୍ତି। ତେଣୁ ଲୋକମାନେ ଶଙ୍ଖ ଫୁଙ୍କିଲେ, ସେମାନଙ୍କ ଶ୍ୱାସନଳୀ ଠିକ୍‌ ରହିଥାଏ। ଏହାଦ୍ୱାରା କରୋନା ମଧ୍ୟ ଶରୀରରେ ପ୍ରବେଶ କରିପାରିବ ନାହିଁ ବୋଲି ସେ ଦାବି କରିଛନ୍ତି।

ଶ୍ରୀ ସ୍ନିହାଙ୍କ ଏପରି ପରାମର୍ଶକ୍ରମେ ଷ୍ଟାନଲେ ରୋଡ, ଦରଭଙ୍ଗା ଓ ସିଭିଲ ଲାଇନ୍ସ ଅଞ୍ଚଳରେ ରହୁଥିବା ଲୋକମାନେ ଏବେ ନିୟମିତ ଶଙ୍ଖ ବଜାଇବା ଆରମ୍ଭ କରିଛନ୍ତି। ଷ୍ଟାନଲେ ରୋଡ୍‌ରେ ରହୁଥିବା ଜିପି ସିଂହ କହିଛନ୍ତି, “ପ୍ରତିଦିନ ସକାଳ ୬ଟାରେ ଆମେ ଶଙ୍ଖ ବଜାଇବା ଆରମ୍ଭ କରିଥାଉ। ଆମେ ଶଙ୍ଖ ବଜାଇବା କ୍ଷଣି ଏଠାରେ ରହୁଥିବା ଅନ୍ୟ ଲୋମାନେ ମଧ୍ୟ ଆମ ସହ ସାମିଲ ହୁଅନ୍ତି। ଆମେ ମର୍ଣ୍ଣିଂ ୱାକରେ ଯାଇ ପାରୁ ନଥିବାରୁ ସମସ୍ତେ ଏକାଠି ଶଙ୍ଖ ବଜାଉଛୁ। ଏବେ ପିଲାମାନେ ମଧ୍ୟ ଏଥିପ୍ରତି ଆଗ୍ରହ ଦେଖାଉଛନ୍ତି ଓ ସେମାନେ ମଧ୍ୟ ଶଙ୍ଖ ବଜାଇବା ଆରମ୍ଭ କରିଛନ୍ତି।”

ଲକ୍ଷ୍ନୌ ନିବାସୀ ସମୀର ଖାନ୍ନା କହିଛନ୍ତି, ଯୋଗ କରିବା ପରେ ପ୍ରତ୍ୟେକ ସଦସ୍ୟ ପ୍ରତିଦିନ ଅତି କମରେ ୫ ମିନିଟ୍‌ ଶଙ୍ଖ ବଜାଉଛନ୍ତି। କରୋନା ଶ୍ୱାସ ନଳୀକୁ ପ୍ରଭାବିତ କରିଥାଏ। ତେଣୁ ଶଙ୍ଖ ବଜାଇବା ଦ୍ୱାରା ଫୁସଫୁସ ସଶକ୍ତ ହୋଇଥାଏ ଏବଂ ଏହାର କ୍ଷମତା ମଧ୍ୟ ବଢ଼ିଥାଏ। ଏପ୍ରିଲ ମାସରୁ ଆମେ ଶଙ୍ଖ ବଜାଇ ଆସୁଛୁ। ସେହିପରି ଫୁସଫୁସକୁ ସଶକ୍ତ କରିବା ପାଇଁ ବ୍ୟାୟାମ ମଧ୍ୟ କରୁଛୁ। ଆମେ ଭଲ ଅନୁଭବ କରିବା ସହ ସକାରାତ୍ମକ ଚିନ୍ତାଧାରା ଭିତରେ ରହିବାକୁ ସକ୍ଷମ ହେଉଛୁ ବୋଲି ସେ କହିଛନ୍ତି।

ଯେଉଁମାନେ ଶଙ୍ଖ ବଜାଉଛନ୍ତି, ସେମାନେ ଅନ୍ୟମାନଙ୍କୁ ମଧ୍ୟ କେମିତି ଠିକ ଭାବେ ଏହାକୁ ଫୁଙ୍ଖା ଯାଏ, ସେ ବିଷୟରେ ମଧ୍ୟ ବୁଝାଉଛନ୍ତି। ମହିଳାମାନେ ମଧ୍ୟ ସେମାନଙ୍କ ଘରେ ଶଙ୍ଖ ବଜାଉଛନ୍ତି। ଏହାଦ୍ୱାରା ପରିବେଶ ବିଶୋଧନ ହୋଇପାରୁଛି ବୋଲି ସେମାନେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos