କ୍ୱାରେଣ୍ଟାଇନ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ ଜାରି କଲା ବିଏମସି

ମୁମ୍ବାଇ: ଦେଶରେ ଓମିକ୍ରନ ଭାରିଏଣ୍ଟ କାୟା ବିସ୍ତାର କରୁଥିବା ବେଳେ ବିଦେଶ ଫେରନ୍ତାଙ୍କ ପାଇଁ ଜାରି ହୋଇଛି ଗାଇଡଲାଇନ। ବିଦେଶରୁ ଆସୁଥିବା ଲୋକମାନେ ହୋମ କ୍ୱାରେଣ୍ଟାଇନରେ ରହିବା ସମୟରେ କ’ଣ ସବୁ କରାଯିବ, ସେଥିପାଇଁ ବ୍ରିହାନମୁମ୍ବାଇ ମ୍ୟୁନସିପାଲ କର୍ପୋରେସନ (ବିଏମସି) ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛି। ମ୍ୟୁନିସିପାଲ କର୍ପୋରେସନ ଅଫ ଗ୍ରେଟର ମୁମ୍ବାଇ ଜାରି କରିଥିବା ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ହାଇ ରିସ୍କ ବା ସଂକ୍ରମଣ ପ୍ରବଣ ଦେଶରୁ ଆସୁଥିବା ଲୋକଙ୍କ ବିସ୍ତୃତ ତଥ୍ୟ ମୁମ୍ବାଇ ଇଣ୍ଟରନ୍ୟାଶନାଲ […]

BMC

BMC

Hemant Lenka
  • Published: Saturday, 04 December 2021
  • Updated: 04 December 2021, 01:53 PM IST

Sports

Latest News

ମୁମ୍ବାଇ: ଦେଶରେ ଓମିକ୍ରନ ଭାରିଏଣ୍ଟ କାୟା ବିସ୍ତାର କରୁଥିବା ବେଳେ ବିଦେଶ ଫେରନ୍ତାଙ୍କ ପାଇଁ ଜାରି ହୋଇଛି ଗାଇଡଲାଇନ। ବିଦେଶରୁ ଆସୁଥିବା ଲୋକମାନେ ହୋମ କ୍ୱାରେଣ୍ଟାଇନରେ ରହିବା ସମୟରେ କ’ଣ ସବୁ କରାଯିବ, ସେଥିପାଇଁ ବ୍ରିହାନମୁମ୍ବାଇ ମ୍ୟୁନସିପାଲ କର୍ପୋରେସନ (ବିଏମସି) ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛି।

ମ୍ୟୁନିସିପାଲ କର୍ପୋରେସନ ଅଫ ଗ୍ରେଟର ମୁମ୍ବାଇ ଜାରି କରିଥିବା ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ହାଇ ରିସ୍କ ବା ସଂକ୍ରମଣ ପ୍ରବଣ ଦେଶରୁ ଆସୁଥିବା ଲୋକଙ୍କ ବିସ୍ତୃତ ତଥ୍ୟ ମୁମ୍ବାଇ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ ଲିଃର ସିଇଓ ପ୍ରତି ୨୪ ଘଣ୍ଟାରେ ପ୍ରଦାନ କରିବେ। ବିଦେଶ ଫେରନ୍ତାଙ୍କ ତଥ୍ୟ ବିଏମସିର ବିପର୍ଯ୍ୟୟ ପରିଚାଳନା ସେଲ ନିକଟକୁ ପଠାଯିବ।

ଏହାପରେ ଏହି ତଥ୍ୟ ୱାର୍ଡ ୱାର ରୁମ ଟିମ ପାଖକୁ ଯିବ। ସେମାନେ ଯାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥାର ତଥ୍ୟ ସଂଗ୍ରହ କରିବେ। ଏହି ଟିମ୍‌ ହିଁ ଯାତ୍ରୀଙ୍କ ଘରକୁ ଡାକ୍ତର ପଠାଇବେ ଓ ମୁମ୍ବାଇ ଆସିବାର ୭ମ ଦିନରେ ବିଦେଶ ଫେରନ୍ତାଙ୍କ ଆରଟି-ପିସିଆର ଟେଷ୍ଟ ହେବ। ବିଦେଶ ଫେରନ୍ତା ରହୁଥିବା ହାଉସିଂ ସୋସାଇଟକୁ ମଧ୍ୟ ବିଏମସି ଏ ସମ୍ପର୍କରେ ଜଣାଇବ ଓ ଫୋନ ଯୋଗେ ଯାତ୍ରୀଙ୍କ ସହ କଥା ହେବ। ହୋମ କ୍ୱାରେଣ୍ଟାଇନରେ ରହିବା ବେଳେ ବିଏମସି ପକ୍ଷରୁ ଦିନକୁ ୫ଥର ଫୋନ କରାଯିବ। ସେହିପରି ସେମାନଙ୍କର ଦୈନିକ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯିବ ବୋଲି କୁହାଯାଇଛି।

ମହାମାରୀ କରୋନାର ଦ୍ୱିତୀୟ ୱେଭ ଦ୍ୱାରା ମହାରାଷ୍ଟ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା। ତେଣୁ ଓମିକ୍ରନ ଯେମିତି ମହାରାଷ୍ଟ୍ର ତଥା ମୁମ୍ବାଇରେ କାୟା ବିସ୍ତାର ନ କରିପାରିବ, ସେଥିପାଇଁ ବିଏମସି ଓ ରାଜ୍ୟ ସରକାର ଏବେଠାରୁ କଡ଼ା କଟକଣା ଲାଗୁ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos