ନିଖୋଜ ପରିବାରର ୫ ଜଣଙ୍କ ଶବ ମାଟିତଳୁ ମିଳିଲା

ଦେବାସ: ଦୀର୍ଘ ଗୋଟିଏ ମାସ ହେଲା ନିଖୋଜ ହୋଇଯାଇଥିବା ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କ ଶବ ପରିତ୍ୟକ୍ତ କ୍ଷେତରୁ ମିଳିଛି। ଏମାନଙ୍କୁ ତଣ୍ଟି ଚିପି ହତ୍ୟା କରାଯିବା ପରେ ପୂର୍ବରୁ ଖୋଳା ଯାଇଥିବା ୮ରୁ ୧୦ ଫୁଟ ଗଭୀର ଗାତରେ ପୋତି ଦିଆଯାଇଥିଲା ବୋଲି ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ମଧ୍ୟପ୍ରଦେଶର ଦେବାସ ଜିଲ୍ଲାରେ ଘଟିଥିବା ଏହି ଘଟଣା ପୂରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୁଲିସ୍‌ର ସୂଚନା ଅନୁସାରେ, ୪୫ ବର୍ଷୀୟ ମମତା, […]

pit

pit

Hemant Lenka
  • Published: Wednesday, 30 June 2021
  • Updated: 30 June 2021, 06:39 PM IST

Sports

Latest News

ଦେବାସ: ଦୀର୍ଘ ଗୋଟିଏ ମାସ ହେଲା ନିଖୋଜ ହୋଇଯାଇଥିବା ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କ ଶବ ପରିତ୍ୟକ୍ତ କ୍ଷେତରୁ ମିଳିଛି। ଏମାନଙ୍କୁ ତଣ୍ଟି ଚିପି ହତ୍ୟା କରାଯିବା ପରେ ପୂର୍ବରୁ ଖୋଳା ଯାଇଥିବା ୮ରୁ ୧୦ ଫୁଟ ଗଭୀର ଗାତରେ ପୋତି ଦିଆଯାଇଥିଲା ବୋଲି ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

ମଧ୍ୟପ୍ରଦେଶର ଦେବାସ ଜିଲ୍ଲାରେ ଘଟିଥିବା ଏହି ଘଟଣା ପୂରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୁଲିସ୍‌ର ସୂଚନା ଅନୁସାରେ, ୪୫ ବର୍ଷୀୟ ମମତା, ତାଙ୍କ ଦୁଇ ଝିଅ(୨୧ ବର୍ଷୀ ରୂପାଲୀ ଓ ୧୪ ବର୍ଷୀୟ ଦିୟା) ଓ ତାଙ୍କ ଦୁଇ ସମ୍ପର୍କୀୟ ଭଉଣୀ ମେ’ ୧୩ ତାରିଖରୁ ନିଖୋଜ ହୋଇଯାଇଥିଲେ।

ଏବେ ସେମାନଙ୍କ ଗଳିତ ମୃତଦେହ ମିଳିଛି। ତଦନ୍ତରୁ ଜଣାପଡ଼ିଛି ଯେ ମମତାଙ୍କ ପରିବାରର ଜଣେ ଝିଅ ସହ ତାଙ୍କ ଘର ମାଲିକଙ୍କ ସମ୍ପର୍କ ରହିଥିଲା। ସେ ହିଁ ତା’ର କିଛି ସହଯୋଗୀଙ୍କ ସହ ମିଶି ଏପରି କାଣ୍ଡ ଭିଆଇଛି। ପୁଲିସ୍‌ ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ର ଓ ତା’ର ୫  ଜଣ ସହଯୋଗୀଙ୍କୁ ଗିରଫ କରିଛି। ଏବେ ବି ଆଉ ୬ ଜଣ ଫେରାର ଅଛନ୍ତି।

ସୂଚନା ଅନୁସାରେ, ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ର ଚୌହାନ ଓ ମମତାଙ୍କ ବଡ଼ ଝିଅ ରୂପାଲୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। ତେବେ ସୁରେନ୍ଦ୍ର ଆଉ ଜଣେ ମହିଳାଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ଜାଣି ରୂପାଲୀ ବିରୋଧ କରିଥିଲେ। କିନ୍ତୁ ସୁରେନ୍ଦ୍ର କିଛି ବି ଶୁଣି ନଥିଲା। ଏଥିରେ ରାଗି ଯାଇ ରୂପାଲୀ ସୋଶାଲ ମିଡିଆରେ ସୁରେନ୍ଦ୍ର ବିବାହ କରିବାକୁ ଯାଉଥିବା ଝିଅର ଫଟୋ ସହ ନମ୍ବରକୁ ପୋଷ୍ଟ କରିଦେଇଥିଲେ।

ଏହା ଜାଣିବା ପରେ ସୁରେନ୍ଦ୍ର ପ୍ରତିଶୋଧ ପାଇଁ ରୂପାଲୀ ଓ ତାଙ୍କ ପରିବାର ସଦସ୍ୟଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ନିଷ୍ପତ୍ତି ନେଇଥିଲା। ମେ’ ୧୩ ତାରିଖରେ ସୁରେନ୍ଦ୍ର ଓ ତା’ର ସହଯୋଗୀମାନେ ପରିବାରର ୫ ଜଣ ସଦସ୍ୟଙ୍କୁ ତଣ୍ଟିଚିପି ହତ୍ୟା କରିଥିଲେ। ଏହାପରେ ସେମାନେ ଏହାକୁ ନିକଟସ୍ଥ କ୍ଷେତରେ ପୂର୍ବରୁ ଖୋଳା ଯାଇଥିବା ଗାତରେ ପୋତି ଦେଇଥିଲେ।

ହେଲେ ଏକଥା କେହି ବି ଜାଣି ପାରି ନଥିଲେ। ହଠାତ୍‌ ୫ ଜଣ ସଦସ୍ୟ ନିଖୋଜ ହୋଇଯିବାରୁ ପରିବାରର ଅନ୍ୟ ସଦସ୍ୟମାନେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଏ ସମ୍ପର୍କରେ ଜାଣିବା ପରେ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ଚାଲିଥିବା ବେଳେ ରୂପାଲୀଙ୍କ ଆଇଡିରୁ ଗୋଟିଏ ମେସେଜ ଆସିଥିଲା। ଏଥିରେ କୁହାଯାଇଥିଲା ଯେ ରୂପାଲୀ ନିଜ ଇଚ୍ଛାରେ ବିବାହ କରିଛନ୍ତି ଓ ତାଙ୍କ ମା’ ପରିବାରର ଅନ୍ୟ ସଦସ୍ୟମାନେ ତାଙ୍କ ସହ ସୁରକ୍ଷିତ ଭାବେ ରହିଛନ୍ତି। ପୁଲିସ୍‌କୁ ବିଭ୍ରାନ୍ତ କରିବା ପାଇଁ ଅଭିଯୁକ୍ତମାନେ ଏପରି କରିଥିବା କୁହାଯାଉଛି।

ମେସେଜ ପାଇବା ପରେ ପୁଲିସ୍‌ ରୂପାଲୀଙ୍କ ମୋବାଇଲକୁ ଟ୍ରାକ୍‌ କରିଥିଲା। ସେହିପରି ତାଙ୍କ କଲ ଡିଟେଲ ଯାଞ୍ଚ କରିବା ବେଳେ ସେ ଘରର ମାଲିକ ସୁରେନ୍ଦ୍ର ସହ ନିୟମିତ କଥା ହେଉଥିବା ଜାଣପଡ଼ିଥିଲା। ପୁଲିସ୍‌ ଘର ମାଲିକ ସୁରେନ୍ଦ୍ରଙ୍କୁ ଜେରା କରିଥିଲେ ହେଁ ସେ କିଛି ବି ଉତ୍ତର ଦେଇ ନଥିଲା।

ତେବେ ମେ’ ୧୩ ତାରିଖରେ ସୁରେନ୍ଦ୍ର ଯେଉଁମାନଙ୍କ ସହ ଲଗାତର କଥା ହୋଇଥିଲା ପୁଲିସ୍‌ ସେମାନଙ୍କ ସମ୍ପର୍କରେ ତଥ୍ୟ ଯୋଗାଡ଼ କରିଥିଲା। ସେମାନଙ୍କୁ ପୃଥକ ପୃଥକ ଭାବେ ଡାକି ଜେରା ମଧ୍ୟ କରିଥିଲା। ଏହି ସମୟରେ ପୂରା ଘଟଣା ସମ୍ପର୍କରେ ପୁଲିସ୍‌ ଜାଣିବାକୁ ପାଇଥିଲା।

ପୁଲିସ୍‌ ଏହାପରେ ସୁରେନ୍ଦ୍ରଙ୍କ ପାଖରେ ପହଞ୍ଚି ତା’କୁ ଗିରଫ କରିଥିଲା। ସୁରେନ୍ଦ୍ର ହତ୍ୟା ପାଇଁ ଯୋଜନା କରିଥିବା ବେଳେ ଅନ୍ୟମାନେ ଗାତ ଖୋଳିବାଠାରୁ ଅନ୍ୟ କାମରେ ତା’କୁ ସହଯୋଗ କରିଥିଲେ। ସେମାନେ ୫ ଜଣଙ୍କୁ ହତ୍ୟା କରିବା ପରେ ଶରୀରରୁ କପଡ଼ାକୁ ଅଲଗା କରି ଦେଇଥିଲେ। ଏଗୁଡ଼ିକୁ ନିଆଁ ଲଗାଇବା ପରେ ୫ଟି ଯାକ ଶବକୁ ଗାତରେ ପୋତି ଦେଇଥିଲେ।

ଶବଗୁଡ଼ିକ ଯେମିତି ଶୀଘ୍ର ନଷ୍ଟ ହୋଇଯିବ ସେଥିପାଇଁ ୟୁରିଆ ମଧ୍ୟ ପକାଇ ଦେଇଥିଲେ। ପୁଲିସ୍‌ ପୂରା ତଥ୍ୟ ହାସଲ କରିବା ପରେ ଶବଗୁଡ଼ିକୁ ମାଟିତଳୁ ଉଦ୍ଧାର କରିଛି। ଏଗୁଡ଼ିକ ପ୍ରାୟତଃ ନଷ୍ଟ ହୋଇଯାଇଥିବା ପୁଲିସ୍‌ ଦେଖିବାକୁ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos